ସରିଲା ମହାକୁମ୍ଭ ମେଳା, ମହାଶିବରାତ୍ରୀରେ ସଂଗମରେ ସ୍ନାନ କଲେ ହୋଇଥାଏ ମୋକ୍ଷପ୍ରାପ୍ତି

ଆଜି ସରିଲା ପ୍ରୟାଗରାଜରେ ଦୀର୍ଘ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ।  ଆଜି ଶେଷ ଦିନରେ ଏକ କୋଟି ବତିଶ ଲକ୍ଷ ବୁଡ଼ ପକାଇଛନ୍ତି ।  ସୋମବାର ସନ୍ଧ୍ୟା ସୁଦ୍ଧା ୬୩ କୋଟି ୩୬ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇସାରିଲେଣି । ବିଶ୍ବାସ ରହିଛି ମହାଶିବରାତ୍ରୀରେ ସଂଗମରେ ସ୍ନାନ କଲେ ହୋଇଥାଏ ମୋକ୍ଷପ୍ରାପ୍ତି। ଅନ୍ତିମ ସ୍ନାନ ଲାଗି ମେଳାରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ। ମହାଶିବରାତ୍ରୀରେ ଅନ୍ତିମ ଅମୃତ ସ୍ନାନ ସହ ଶେଷ ହେବ […] The post ସରିଲା ମହାକୁମ୍ଭ ମେଳା, ମହାଶିବରାତ୍ରୀରେ ସଂଗମରେ ସ୍ନାନ କଲେ ହୋଇଥାଏ ମୋକ୍ଷପ୍ରାପ୍ତି appeared first on KNews Odisha.

ସରିଲା ମହାକୁମ୍ଭ ମେଳା, ମହାଶିବରାତ୍ରୀରେ ସଂଗମରେ ସ୍ନାନ କଲେ ହୋଇଥାଏ ମୋକ୍ଷପ୍ରାପ୍ତି
mahakumbha

ଆଜି ସରିଲା ପ୍ରୟାଗରାଜରେ ଦୀର୍ଘ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ।  ଆଜି ଶେଷ ଦିନରେ ଏକ କୋଟି ବତିଶ ଲକ୍ଷ ବୁଡ଼ ପକାଇଛନ୍ତି ।  ସୋମବାର ସନ୍ଧ୍ୟା ସୁଦ୍ଧା ୬୩ କୋଟି ୩୬ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇସାରିଲେଣି । ବିଶ୍ବାସ ରହିଛି ମହାଶିବରାତ୍ରୀରେ ସଂଗମରେ ସ୍ନାନ କଲେ ହୋଇଥାଏ ମୋକ୍ଷପ୍ରାପ୍ତି। ଅନ୍ତିମ ସ୍ନାନ ଲାଗି ମେଳାରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ। ମହାଶିବରାତ୍ରୀରେ ଅନ୍ତିମ ଅମୃତ ସ୍ନାନ ସହ ଶେଷ ହେବ ପୂର୍ଣ୍ଣ ମହାକୁମ୍ଭ । ୧୪୪ ବର୍ଷ ପରେ ଏଭଳି ଏକ ଐତିହାସିକ ମୁହୂର୍ତ୍ତର ମୂକ ସାକ୍ଷୀ ହେବା ଲାଗି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବେ ପ୍ରୟାଗରାଜରେ ବୁଡ଼ ପକାଇବା ପାଇଁ ଏକାଠି ହୋଇଛନ୍ତି । ବର୍ତମାନ ସୁଦ୍ଧା ୬୭ କୋଟିରୁ ଅଧିକ ଲୋକ ବୁଡ଼ ପକାଇ ସାରିଲେଣି ।

ଜାନୁଆରି ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିବା ମହାକୁମ୍ଭ ଦେଢ଼ମାସ ଧରି ଚାଲି ଆସୁଛି । ପ୍ରୟାଗରାଜରେ ପ୍ରତିଦିନ ବୁଡ଼ ଚାଲିଥିଲେ ହେଁ ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା, ବସନ୍ତ ପଞ୍ଚମୀ, ମାଘ ପୂର୍ଣ୍ଣିମାରେ ଅମୃତ ସ୍ନାନ ପାଇଁ ଭୀଷଣ ଭିଡ଼ ହେଉଛି। ଆଜି ଶେଷ ଅମୃତ ସ୍ନାନ ପାଇଁ ଦେଶ ଓ ବିଦେଶର ଲୋକମାନେ ପ୍ରୟାଗରାଜକୁ ଛୁଟିଛି ।

ରେକର୍ଡ ଶ୍ରଦ୍ଧାଳୁଙ୍କ ପବିତ୍ର ବୁଡ଼ ପାଇଁ ସବୁ ଦୃଷ୍ଟିରୁ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି । ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଶ୍ବାସ ଓ ଭକ୍ତିର ଦିବ୍ୟ ଅନୁଭୂତି ଦେବା ପାଇଁ ସୁରକ୍ଷା ଓ ସହଜ ସ୍ନାନ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସଶସ୍ତ୍ର ବଳ, ଅର୍ଦ୍ଧସାମରିକ ବାହିନୀ, ରାପିଡ୍‌ ଆକ୍ସନ୍‍ ଫୋର୍ସଠାରୁ ଆରମ୍ଭ କରି ରାଜ୍ୟ ପୁଲିସ ବିଭାଗ ବହୁମୁଖୀ ସୁରକ୍ଷା ଲାଗି ମୁତୟନ ହୋଇଛନ୍ତି। ସୋମବାର ଅପରାହ୍ଣ ୪ଟାରୁ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ପ୍ରୟାଗରାଜ ସହରୀ କ୍ଷେତ୍ର ଓ କୁମ୍ଭମେଳା ଅଞ୍ଚଳକୁ ଯାନବାହନ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି।

କେବଳ ଜରୁରୀକାଳୀନ ସେବା ଓ ସରକାରୀ କାର୍ଯ୍ୟ ତଦାରଖକାରୀ ଗାଡିକୁ କଟକଣାମୁକ୍ତ କରାଯାଇଛି । ଏହି ନିୟମକୁ ପାଳନ କରିବା ଲାଗି ଜନତାଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ବିଶେଷକରି ଗଙ୍ଗା-ଯମୁନା ଓ ପୌରାଣିକ ସରସ୍ବତୀ ନଦୀର ମିଳନ ସ୍ଥଳ ସଙ୍ଗମ ଘାଟରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଏଠାରେ ୩ଟି ଡ୍ରୋନ୍‌ ୨୪ ଘଣ୍ଟା ଉଡୁଛି ।

Also read: ଟଳିଲା ବଡ଼ ବିମାନ ଦୁର୍ଘଟଣା, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଜେଟ୍ ସହିତ ଧକ୍କା ହେବାରୁ ବର୍ତ୍ତିଲା ବିମାନ

The post ସରିଲା ମହାକୁମ୍ଭ ମେଳା, ମହାଶିବରାତ୍ରୀରେ ସଂଗମରେ ସ୍ନାନ କଲେ ହୋଇଥାଏ ମୋକ୍ଷପ୍ରାପ୍ତି appeared first on KNews Odisha.