କ୍ୟାମେରାମ୍ୟାନ ହୋଇ ବର ପକ୍ଷରୁ ବାହାଘରକୁ ଆସିଲେ, କନ୍ୟା ଘରୁ ବାଇକ ଚୋରି କରି ନେଇଗଲେ

ଉଦଳା : ଲୁଟର ନୂଆ ଫଣ୍ଡା ସିସିଟିଭିରେ ହେଲା ଲାଇଭ ଭିଜୁଆଲ । କ୍ୟାମେରା ମ୍ୟାନ ହୋଇ ବର ପକ୍ଷରୁ ଆସିଲେ ଆଉ ବରଯାତ୍ରୀ ପହଁଞ୍ଚିବା ପରେ ଭିଡ଼ର ସୁଯୋଗ ଦେଖି କନ୍ୟାର ଦାଦାଙ୍କ ବାଇକ ଲୁଟିନେଲେ । ଯାହାର ଲାଇଭ ଫୁଟେଜ ସିସିଟିଭିରେ କଏଦ ହୋଇଛି । ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।  ପୋଲିସ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବୈରାଟପୁର ଗାଁରୁ ଆସିଛି ଏହି ଅଭିଯୋଗ । ଗତକାଲି […] The post କ୍ୟାମେରାମ୍ୟାନ ହୋଇ ବର ପକ୍ଷରୁ ବାହାଘରକୁ ଆସିଲେ, କନ୍ୟା ଘରୁ ବାଇକ ଚୋରି କରି ନେଇଗଲେ appeared first on KNews Odisha.

କ୍ୟାମେରାମ୍ୟାନ ହୋଇ ବର ପକ୍ଷରୁ ବାହାଘରକୁ ଆସିଲେ, କନ୍ୟା ଘରୁ ବାଇକ ଚୋରି କରି ନେଇଗଲେ
loot

ଉଦଳା : ଲୁଟର ନୂଆ ଫଣ୍ଡା ସିସିଟିଭିରେ ହେଲା ଲାଇଭ ଭିଜୁଆଲ । କ୍ୟାମେରା ମ୍ୟାନ ହୋଇ ବର ପକ୍ଷରୁ ଆସିଲେ ଆଉ ବରଯାତ୍ରୀ ପହଁଞ୍ଚିବା ପରେ ଭିଡ଼ର ସୁଯୋଗ ଦେଖି କନ୍ୟାର ଦାଦାଙ୍କ ବାଇକ ଲୁଟିନେଲେ । ଯାହାର ଲାଇଭ ଫୁଟେଜ ସିସିଟିଭିରେ କଏଦ ହୋଇଛି । ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।  ପୋଲିସ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବୈରାଟପୁର ଗାଁରୁ ଆସିଛି ଏହି ଅଭିଯୋଗ ।

ଗତକାଲି ରାତିରେ ରେମୁଣା ଅଞ୍ଚଳରୁ ବରପକ୍ଷ ଆସିବା ସହ ତାଙ୍କ କ୍ୟାମେରା ମ୍ୟାନ ମଧ୍ୟ ଆସିଥିଲେ। କନ୍ୟାର ଦାଦା ସ୍ୱରୂପ ମହାପାତ୍ର ବରପକ୍ଷଙ୍କ ପାଇଁ ଜଳଖିଆ ନେଇ ଯିବାକୁ ବାହାରିବା ସମୟରେ ତାଙ୍କର ବାଇକ ପାଇ ନ ଥିଲେ । ଅନେକ ଖୋଜାଖୋଜି ପରେ ମଧ୍ୟ ବାଇକ ନ ପାଇବାରୁ ଶେଷରେ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ।  ସେଥିରେ ସେ ବରପକ୍ଷ କ୍ୟାମେରା ମ୍ୟାନ ପିଲାଙ୍କ ମଧ୍ୟରୁ ଜଣେ ଯୁବକ ବାଇକ ଲକ ଭାଙ୍ଗି ବାଇକ ଲୁଟି ନେଇଯାଇଥିବା ଦେଖିବାକୁ ପାଇଥିଲେ ।  ବାହାଘର ସରିବା ପରେ କ୍ୟାମେରାମ୍ୟାନ ଭାବେ ଆସିଥିବା ଅନ୍ୟ ଯୁବକଙ୍କୁ ଅଟକାଇ ରଖିବା ସହ ଏ ନେଇ ଉଦଳା ପୋଲିସକୁ ଖବର ଦେଇଥିଲେ । ଏନେଇ ପୋଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି  ।

ଆହୁରି ପଢନ୍ତୁ : ଆଜିଠୁ ରିମାଣ୍ଡରେ ଆସିବ ସ୍ପାଇଡର ସତୀଶ, ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାର ପର୍ଦ୍ଦାଫାସ କରିବ ପୋଲିସ

The post କ୍ୟାମେରାମ୍ୟାନ ହୋଇ ବର ପକ୍ଷରୁ ବାହାଘରକୁ ଆସିଲେ, କନ୍ୟା ଘରୁ ବାଇକ ଚୋରି କରି ନେଇଗଲେ appeared first on KNews Odisha.