କାମ କରୁନି ଫେସ୍ବୁକ୍, ହଠାତ୍ ହୋଇଯାଉଛି ଲଗ୍ ଆଉଟ୍
ହଠାତ୍ ଲଗ୍ ଆଉଟ୍ ହୋଇଗଲା ଫେସ୍ବୁକ୍ ଓ ଇନଷ୍ଟାଗ୍ରାମ। ତେବେ ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ । ସର୍ଭର ଡାଉନ୍ ଥିବା ହେତୁ, ଆପଣଙ୍କ ମୋବାଇଲରେ ଏଭଳି କିଛି ଅସୁବିଧା ଦେଖାଦେଇଛି । ସାରା ବିଶ୍ୱରେ ଏଭଳି ସମସ୍ୟା ଦେଖା ଦେଇଛି। ମେଟାର ସୋସିଆଲ୍ ମିଡିଆ କମ୍ପାନୀ ବିଶ୍ୱଭରି ଡାଉନ୍ ହୋଇଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଅନେକ ଲୋକଙ୍କ ମୋବାଇଲରେ ଏହି ଅସୁବିଧା ଦେଖିବାକୁ ମିଳିଛି । ହଠାତ୍ ଲଗ୍ […] The post କାମ କରୁନି ଫେସ୍ବୁକ୍, ହଠାତ୍ ହୋଇଯାଉଛି ଲଗ୍ ଆଉଟ୍ appeared first on KNews Odisha.

ହଠାତ୍ ଲଗ୍ ଆଉଟ୍ ହୋଇଗଲା ଫେସ୍ବୁକ୍ ଓ ଇନଷ୍ଟାଗ୍ରାମ। ତେବେ ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ । ସର୍ଭର ଡାଉନ୍ ଥିବା ହେତୁ, ଆପଣଙ୍କ ମୋବାଇଲରେ ଏଭଳି କିଛି ଅସୁବିଧା ଦେଖାଦେଇଛି । ସାରା ବିଶ୍ୱରେ ଏଭଳି ସମସ୍ୟା ଦେଖା ଦେଇଛି। ମେଟାର ସୋସିଆଲ୍ ମିଡିଆ କମ୍ପାନୀ ବିଶ୍ୱଭରି ଡାଉନ୍ ହୋଇଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଅନେକ ଲୋକଙ୍କ ମୋବାଇଲରେ ଏହି ଅସୁବିଧା ଦେଖିବାକୁ ମିଳିଛି ।
ହଠାତ୍ ଲଗ୍ ଆଉଟ ହେବା ପରେ ୟୁଜର ଫେସ୍ବୁକ୍କୁ ଓପନ କରିଥିଲେ। ହେଲେ ଅନ୍ଏବୁଲ୍ଟୁ ଲଗ୍ ଇନ ଲେଖାଯାଉଛି। ସେହିପରି ଇନ୍ଷ୍ଟା ଗ୍ରାମ ଖୋଲିଲା ବେଳକୁ କୁଡ୍ ନଟ ରିଫ୍ରେସ୍ ଲେଖୁଛି। ଫେସ୍ବୁକ୍ ଲଗ୍ ଇନ୍ ହୋଇଥିବା ବେଳେ ହଠାତ୍ ସିଜନ ଏକ୍ସପାୟାର ଲେଖି ଲଗ୍ଆଉଟ୍ ହୋଇଗଲା। ଏହାପରଠାରୁ ଆଉ ଲଗ୍ ଇନ୍ ହେଉ ନାହିଁ। ତେବେ ମେଟା ତରଫରୁ ଏ ସମ୍ପର୍କରେ କୌଣସି ବି ବିଧିବଦ୍ଧ ସୂଚନା ଦିଆଯାଇନି, ଏବଂ କେବେ ଏହି ସମସ୍ୟାର ସମାଧାନ ହେବ, ସେନେଇ ମଧ୍ୟ କୌଣସି ସୂଚନା ଦିଆଯାଇନି ।
The post କାମ କରୁନି ଫେସ୍ବୁକ୍, ହଠାତ୍ ହୋଇଯାଉଛି ଲଗ୍ ଆଉଟ୍ appeared first on KNews Odisha.