ବାଇକ୍ ଡିକିରୁ ୨ଲକ୍ଷ ଟଙ୍କା ଧରି ଫେରାର ହେଲେ  ଦୁବୃର୍ତ୍ତ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ୟାଙ୍କ୍ ଅଫ ବରୋଦା ନିକଟରେ ହୋଇଛି ଲୁଟ ।  ଦିନ ୧୨ ଟା ସମୟରେ ଏହି ଲୁଟର ଶିକାର ହୋଇଥିଲେ ଦୁଇ ଜଣ ବ୍ୟକ୍ତି । ସେମାନେ ହେଲେ ଦୁର୍ଯ୍ୟୋଧନ ପୋଢ଼ ଓ ପ୍ରଦୀପ ମେହେର । ଦୁଇଲକ୍ଷ ଟଙ୍କା ନିଜ ମୋଟର ସାଇକେଲ ଡିକିରେ ରଖି ନୂଆ ବଜାରରେ ନ୍ୟୁ ପାଣିଗ୍ରାହୀ ହୋଟେଲକୁ ଜଳଖିଆ ଖାଇ ଆସିଥିଲେ ଏହି ଦୁଇବ୍ୟକ୍ତି । ଏହି ଟଙ୍କା ସେମାନଙ୍କର ଧାନ ବିକ୍ରି […] The post ବାଇକ୍ ଡିକିରୁ ୨ଲକ୍ଷ ଟଙ୍କା ଧରି ଫେରାର ହେଲେ  ଦୁବୃର୍ତ୍ତ appeared first on KNews Odisha.

ବାଇକ୍ ଡିକିରୁ ୨ଲକ୍ଷ ଟଙ୍କା ଧରି ଫେରାର ହେଲେ  ଦୁବୃର୍ତ୍ତ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ୟାଙ୍କ୍ ଅଫ ବରୋଦା ନିକଟରେ ହୋଇଛି ଲୁଟ ।  ଦିନ ୧୨ ଟା ସମୟରେ ଏହି ଲୁଟର ଶିକାର ହୋଇଥିଲେ ଦୁଇ ଜଣ ବ୍ୟକ୍ତି । ସେମାନେ ହେଲେ ଦୁର୍ଯ୍ୟୋଧନ ପୋଢ଼ ଓ ପ୍ରଦୀପ ମେହେର । ଦୁଇଲକ୍ଷ ଟଙ୍କା ନିଜ ମୋଟର ସାଇକେଲ ଡିକିରେ ରଖି ନୂଆ ବଜାରରେ ନ୍ୟୁ ପାଣିଗ୍ରାହୀ ହୋଟେଲକୁ ଜଳଖିଆ ଖାଇ ଆସିଥିଲେ ଏହି ଦୁଇବ୍ୟକ୍ତି । ଏହି ଟଙ୍କା ସେମାନଙ୍କର ଧାନ ବିକ୍ରି ଟଙ୍କା ଥିଲା । ଯାହାକି ଦୁର୍ବୁତ୍ତ ଲୁଟି ନେଇଥିଲା ।

ଖବର ଅନୁସାରେ ଏହି ଦୁଇଜଣ ବ୍ୟକ୍ତି ମୋଟର ସାଇକେଲକୁ ବାହାରେ ରଖି ଜଳଖିଆ ଖାଉଥିଲେ । ଏହି ସମୟରେ ଦୁଇଜଣ ଦୁବୃର୍ତ୍ତ ମୋଟର ସାଇକଲରେ ଆସି ସେମାନଙ୍କ ଡ଼ିକି ଭିତରେ ଥିବା ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏହାପରେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଦୁର୍ଯୋଧନ ପୋଲିସରେ ଏତେଲା ଦେଇଥିଲେ । ତେବେ ଏହି ଦୃଶ୍ୟ ହୋଟେଲର ସି ସି ଟିଭିରେ ରେକଡ୍ ହୋଇଛି । ବିନିକା ପୋଲିସ ଘଟଣାର ଅନୁସନ୍ଧନ ଜାରି ରଖିଛି ।

 

Also read :ଫୁଲୁଛି ସୁବର୍ଣ୍ଣରେଖା , ବିପଦ ସଙ୍କେତ ଉପରେ ଗତି କରୁଛି

The post ବାଇକ୍ ଡିକିରୁ ୨ଲକ୍ଷ ଟଙ୍କା ଧରି ଫେରାର ହେଲେ  ଦୁବୃର୍ତ୍ତ appeared first on KNews Odisha.