ଏଲନ ମସ୍କଙ୍କ ଗସ୍ତ ବାତିଲ ପରେ ଭାରତରେ ନିବେଶ କରିବାକୁ ଚାହୁଁନାହିଁ ଟେସଲା: ରିପୋର୍ଟ
ନୂଆଦିଲ୍ଲୀ,୪ା୭: ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ଏଲନ ମସ୍କଙ୍କ କମ୍ପାନୀ ଟେସଲା ପୁଣିଥରେ ଭାରତରେ ନିବେଶ ପାଇଁ ଯୋଜନାକୁ ସ୍ଥଗିତ ରଖିଛି। ମସ୍କ ଏପ୍ରିଲ ଶେଷରେ ଭାରତ ଗସ୍ତକୁ ବାତିଲ କରିବା ପରେ ଏହି ଖବର ଆସିଛି। ମସ୍କ ତାଙ୍କର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ ମସ୍କ ତାଙ୍କ ଗସ୍ତ ବାତିଲ କରିବା ପରଠାରୁ କରିବା ପରଠାରୁ ଟେସଲା ନୂଆଦିଲ୍ଲୀ ଅଧିକାରୀଙ୍କ ସହିତ ସମ୍ପର୍କ କରିନାହିଁ। ସୂତ୍ରରୁ ମିଳିଥିବା […] The post ଏଲନ ମସ୍କଙ୍କ ଗସ୍ତ ବାତିଲ ପରେ ଭାରତରେ ନିବେଶ କରିବାକୁ ଚାହୁଁନାହିଁ ଟେସଲା: ରିପୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୪ା୭: ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ଏଲନ ମସ୍କଙ୍କ କମ୍ପାନୀ ଟେସଲା ପୁଣିଥରେ ଭାରତରେ ନିବେଶ ପାଇଁ ଯୋଜନାକୁ ସ୍ଥଗିତ ରଖିଛି। ମସ୍କ ଏପ୍ରିଲ ଶେଷରେ ଭାରତ ଗସ୍ତକୁ ବାତିଲ କରିବା ପରେ ଏହି ଖବର ଆସିଛି। ମସ୍କ ତାଙ୍କର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ଥିଲା।
ରିପୋର୍ଟରେ ଦର୍ଶାଯାଇଛି ଯେ ମସ୍କ ତାଙ୍କ ଗସ୍ତ ବାତିଲ କରିବା ପରଠାରୁ କରିବା ପରଠାରୁ ଟେସଲା ନୂଆଦିଲ୍ଲୀ ଅଧିକାରୀଙ୍କ ସହିତ ସମ୍ପର୍କ କରିନାହିଁ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଟେସଲାର ବର୍ତ୍ତମାନର ଭାରତରେ ନୂତନ ପୁଞ୍ଜି ବିନିଯୋଗ ଯୋଜନା କରୁନାହିଁ।
ଲଗାତାର ଦ୍ୱିତୀୟ ତ୍ରୈମାସିକ ପାଇଁ ବିଶ୍ଵବ୍ୟାପୀ ଟେସଲା ଏହାର ଯୋଗାଣ ହ୍ରାସ କରିବା ପରେ ଏହି ଅଗ୍ରଗତି ହୋଇଛି। ସେହିଭଳି ଚାଇନାରେ ମଧ୍ୟ କମ୍ପାନୀ ଦୃଢ ପ୍ରତିଯୋଗିତାର ସାମ୍ନା କରୁଛି। ନିକଟରେ ମସ୍କ ବଡ଼ ସଂଖ୍ୟାରେ କର୍ମଚାରୀ ହ୍ରାସ କରିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ କମ୍ପାନୀ ଲଞ୍ଚ କରିଥିବା ଏହାର ବହୁ ପ୍ରତିକ୍ଷିତ ସାଇବରଟ୍ରକ ମଧ୍ୟ ବଜାରରେ ଭଲ ପ୍ରଦର୍ଶନ କରୁନାହିଁ।
The post ଏଲନ ମସ୍କଙ୍କ ଗସ୍ତ ବାତିଲ ପରେ ଭାରତରେ ନିବେଶ କରିବାକୁ ଚାହୁଁନାହିଁ ଟେସଲା: ରିପୋର୍ଟ appeared first on Dharitri Odia News.