ସିଆର୍‌ପିଏଫ୍‌କୁ ରାତିଅଧିଆ ଆକ୍ରମଣ: ଯବାନ ମୃତ, ୬ ଆହତ

ଜମ୍ମୁ/ନୂଆଦିଲ୍ଲୀ,୧୩ା୬: ଜମ୍ମୁ-କଶ୍ମୀରର କଠୁଆ ଓ ଡୋଡା ଜିଲାରେ ଆତଙ୍କବାଦୀମାନେ ରାତିଅଧିଆ ଆକ୍ରମଣ କରିଛନ୍ତି। ଡୋଡାର ଚତ୍ତେରଗାଲାରେ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ଏକ ଚେକ୍‌ପୋଷ୍ଟରେ ଆତଙ୍କବାଦୀ ଆଖିବୁଜା ଗୁଳି ଚଳାଇବାରୁ ୬ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତ ସୁରକ୍ଷା କର୍ମୀଙ୍କ ମଧ୍ୟରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଟ୍ରୁପ୍‌ର ଏବଂ ଜଣେ ସ୍ପେଶାଲ ପୋଲିସ ଅଫିସର (ଏସ୍‌ପିଓ) ରହିଛନ୍ତି। ଅନ୍ୟପକ୍ଷେ କଠୁଆ ଜିଲାର ସଇଦା ସୁଖାଲ ଗ୍ରାମରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସିଆର୍‌ପିଏଫ୍‌ ଯବାନ କବୀର […] The post ସିଆର୍‌ପିଏଫ୍‌କୁ ରାତିଅଧିଆ ଆକ୍ରମଣ: ଯବାନ ମୃତ, ୬ ଆହତ appeared first on Dharitri Odia News.

ସିଆର୍‌ପିଏଫ୍‌କୁ ରାତିଅଧିଆ ଆକ୍ରମଣ: ଯବାନ ମୃତ, ୬ ଆହତ

ଜମ୍ମୁ/ନୂଆଦିଲ୍ଲୀ,୧୩ା୬: ଜମ୍ମୁ-କଶ୍ମୀରର କଠୁଆ ଓ ଡୋଡା ଜିଲାରେ ଆତଙ୍କବାଦୀମାନେ ରାତିଅଧିଆ ଆକ୍ରମଣ କରିଛନ୍ତି। ଡୋଡାର ଚତ୍ତେରଗାଲାରେ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ଏକ ଚେକ୍‌ପୋଷ୍ଟରେ ଆତଙ୍କବାଦୀ ଆଖିବୁଜା ଗୁଳି ଚଳାଇବାରୁ ୬ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତ ସୁରକ୍ଷା କର୍ମୀଙ୍କ ମଧ୍ୟରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଟ୍ରୁପ୍‌ର ଏବଂ ଜଣେ ସ୍ପେଶାଲ ପୋଲିସ ଅଫିସର (ଏସ୍‌ପିଓ) ରହିଛନ୍ତି। ଅନ୍ୟପକ୍ଷେ କଠୁଆ ଜିଲାର ସଇଦା ସୁଖାଲ ଗ୍ରାମରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସିଆର୍‌ପିଏଫ୍‌ ଯବାନ କବୀର ଦାସ ଗୁରୁତର ହୋଇଥିଲେ। ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ତଲାସୀ ଅଭିଯାନ ବେଳେ ସୁରକ୍ଷା ବଳର ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।

ଆତଙ୍କବାଦୀଙ୍କ ଆକ୍ରମଣ ଉପରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଗତ ୩ ଦିନ ଭିତରେ ରେଆସି, କଠୁଆ ଓ ଡୋଡାରେ ୩ଟି ଆକ୍ରମଣ ହେଲାଣି। ଭାଜପା ଶାସନରେ ଦେଶ ବିରୋଧୀ ଷଡ଼ଯନ୍ତ୍ରକାରୀମାନେ କାହିଁକି ଧରାପଡ଼ୁ ନାହାନ୍ତି। ପ୍ରଧାନମନ୍ତ୍ରୀ ଅଭିନନ୍ଦନର ବାର୍ତ୍ତା ଗ୍ରହଣ କରିବାରେ ଏତେ ବ୍ୟସ୍ତ ଅଛନ୍ତି ଯେ ଜମ୍ମୁ-କଶ୍ମୀରରେ ନିର୍ମମ ହତ୍ୟାର ଶିକାର ହୋଇଥିବା ଶ୍ରଦ୍ଧାଳୁଙ୍କ ପରିବାରର ଚିତ୍କାର ଶୁଣିପାରୁ ନାହାନ୍ତି। ସେହିପରି କଂଗ୍ରେସ ମିଡିଆ ପ୍ରଭାରୀ ପଓ୍ବନ ଖେରା କହିଛନ୍ତି, ଉପତ୍ୟକାକୁ ଶାନ୍ତି ଫେରିଛି ବୋଲି ଭାଜପା ଦାବି କରୁଥିବାବେଳେ ଆତଙ୍କବାଦୀଙ୍କ ଆକ୍ରମଣ ବଢ଼ିଚାଲିଛି। ପ୍ରଧାନମନ୍ତ୍ରୀ ଏହା ଉପରେ କାହିଁକି ମୁହଁ ଖୋଲୁନାହାନ୍ତି ବୋଲି ଖେରା ପ୍ରଶ୍ନ କରିଛନ୍ତି।

ରବିବାର ସନ୍ଧ୍ୟାରେ ରେଆସିରେ ଆତଙ୍କବାଦୀମାନେ ଏକ ତୀର୍ଥଯାତ୍ରୀ ବସ୍‌କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଖାଇକୁ ଖସିପଡ଼ିଥିଲା। ଫଳରେ ବୈଷ୍ଣୋଦେବୀ ଦର୍ଶନରେ ଯାଉଥିବା ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀର ୯ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୪୩ ଜଣ ଆହତ ହୋଇଥିଲେ। ଜମ୍ମୁ-କଶ୍ମୀର ପୋଲିସ ଜଣେ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି କରିବା ସହ ତାଙ୍କୁ ଧରାଇଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି।

The post ସିଆର୍‌ପିଏଫ୍‌କୁ ରାତିଅଧିଆ ଆକ୍ରମଣ: ଯବାନ ମୃତ, ୬ ଆହତ appeared first on Dharitri Odia News.