ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ବୁରୁପଡ଼ା ସରପଞ୍ଚ

ହିଞ୍ଜିଳିକାଟୁ,୧୯।୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବୁରୁପଡା ପଞ୍ଚାୟତର ସରପଞ୍ଚ ସନ୍ତୋଷିନୀ ବେହେରା ଓ ତାଙ୍କର ସମର୍ଥକମାନେ ଶନିବାର ଭାଜପା ଛାଡ଼ି ବିଜେଡିରେ ମିଶିଛନ୍ତି। ସେମାନେ ବିଜେଡି ସୁପ୍ରିମୋ ତଥା ହିଞ୍ଜିଳିକାଟୁ ବିଧାୟକ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ନବୀନ ନିବାସରେ ଭେଟିବା ପରେ ଶଙ୍ଖ ଭବନରେ ଦଳରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, କାର୍ଯ୍ୟକ୍ରମ ରୂପାନ୍ତର କମିଟି ଆବାହକ ସଞ୍ଜୟ ଦାସବର୍ମା ଓ ସଭ୍ୟ ସଂଗ୍ରହ କମିଟି […] The post ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ବୁରୁପଡ଼ା ସରପଞ୍ଚ appeared first on Dharitri Odia News.

ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ବୁରୁପଡ଼ା ସରପଞ୍ଚ

ହିଞ୍ଜିଳିକାଟୁ,୧୯।୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବୁରୁପଡା ପଞ୍ଚାୟତର ସରପଞ୍ଚ ସନ୍ତୋଷିନୀ ବେହେରା ଓ ତାଙ୍କର ସମର୍ଥକମାନେ ଶନିବାର ଭାଜପା ଛାଡ଼ି ବିଜେଡିରେ ମିଶିଛନ୍ତି। ସେମାନେ ବିଜେଡି ସୁପ୍ରିମୋ ତଥା ହିଞ୍ଜିଳିକାଟୁ ବିଧାୟକ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ନବୀନ ନିବାସରେ ଭେଟିବା ପରେ ଶଙ୍ଖ ଭବନରେ ଦଳରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, କାର୍ଯ୍ୟକ୍ରମ ରୂପାନ୍ତର କମିଟି ଆବାହକ ସଞ୍ଜୟ ଦାସବର୍ମା ଓ ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ସ୍ବାଗତ କରିଛନ୍ତି। ତୃଣମୂଳ ସ୍ତରରେ ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କ ଆସ୍ଥା ଓ ଭରସା ଅତୁଟ ରହିଛି ବୋଲି ତାଙ୍କ ପ୍ରତିନିଧି ରୂପେ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱ ତୁଲାଉଥିବା ଦେବାନନ୍ଦ ମହାପାତ୍ର ଏହି ଅବସରରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହିଞ୍ଜିଳିକାଟୁ ବ୍ଲକ ବିଜେଡି ସଭାପତି ଦୁର୍ଗା ମାଧବ ମହାନ୍ତି, ଜିଲା ପରିଷଦ ସଭ୍ୟ ଏ ସୁଦର୍ଶନ ପ୍ରମୁଖ ଉପସ୍ଥିତ ଥିଲେ।

The post ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ବୁରୁପଡ଼ା ସରପଞ୍ଚ appeared first on Dharitri Odia News.