୨୦୦ କୋଟିର ଜିଏସ୍ଟି ଠକେଇ ମାମଲା: ୧୪ ସ୍ଥାନରେ ଚଢ଼ାଉ, ୩୩ ଗିରଫ
ଅହମଦାବାଦ, ୮।୧୦: ଅହମଦାବାଦ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଏସ୍ଟି ଠକେଇ ବିରୋଧରେ ବଡ଼ ଅଭିଯାନ ଆରମ୍ଭ ହୋଇଛି। ଅହମ୍ମଦାବାଦ, ଜୁନାଗଡ଼, ସୁରଟ, ଖେଡ଼ା, ଭାବନଗର ଆଦି ସମେତ ଗୁଜରାଟର ୧୪ସ୍ଥାନରେ ଏହି ଚଢ଼ାଉ ହୋଇଛି। ଚଢ଼ାଉ ପରେ ୧୨ଟି ନକଲି ସଂସ୍ଥା ସହ ଜଡ଼ିତ ୩୩ ଜଣଙ୍କୁ ଗିରଫ କରାଯାଇଛି। ଡିରେକ୍ଟୋରେଟ୍ ଜେନେରାଲ ଅଫ୍ ଗୁଡସ୍ ଆଣ୍ଡ ସର୍ଭିସ୍ ଟାକ୍ସ (ଡିଜିଜିଆଇ)ର ଗୋଇନ୍ଦା ଆଧାରରେ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ନକଲି ଇନ୍ପୁଟ ଟାକ୍ସ କ୍ରେଡିଟ ଓ ନକଲି ଇନ୍ଭଏସ ସହ […] The post ୨୦୦ କୋଟିର ଜିଏସ୍ଟି ଠକେଇ ମାମଲା: ୧୪ ସ୍ଥାନରେ ଚଢ଼ାଉ, ୩୩ ଗିରଫ appeared first on Dharitri Odia News.
ଅହମଦାବାଦ, ୮।୧୦: ଅହମଦାବାଦ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଏସ୍ଟି ଠକେଇ ବିରୋଧରେ ବଡ଼ ଅଭିଯାନ ଆରମ୍ଭ ହୋଇଛି। ଅହମ୍ମଦାବାଦ, ଜୁନାଗଡ଼, ସୁରଟ, ଖେଡ଼ା, ଭାବନଗର ଆଦି ସମେତ ଗୁଜରାଟର ୧୪ସ୍ଥାନରେ ଏହି ଚଢ଼ାଉ ହୋଇଛି। ଚଢ଼ାଉ ପରେ ୧୨ଟି ନକଲି ସଂସ୍ଥା ସହ ଜଡ଼ିତ ୩୩ ଜଣଙ୍କୁ ଗିରଫ କରାଯାଇଛି। ଡିରେକ୍ଟୋରେଟ୍ ଜେନେରାଲ ଅଫ୍ ଗୁଡସ୍ ଆଣ୍ଡ ସର୍ଭିସ୍ ଟାକ୍ସ (ଡିଜିଜିଆଇ)ର ଗୋଇନ୍ଦା ଆଧାରରେ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ନକଲି ଇନ୍ପୁଟ ଟାକ୍ସ କ୍ରେଡିଟ ଓ ନକଲି ଇନ୍ଭଏସ ସହ ଜଡ଼ିତ ୨୦୦ କୋଟି ଟଙ୍କା ଦୁର୍ନୀତିର ଖୁଲାସା ହୋଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମହେଶ ଲାଙ୍ଗା ନାମକ ଜଣେ ଖବରଦାତା ରହିଛନ୍ତି। ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ନକଲି ସଂସ୍ଥାଗୁଡ଼ିକୁ ପଞ୍ଜୀକୃତ କରି ଟାକ୍ସ କ୍ରେଡିଟ୍ ପାଉଥିବା ନେଇ ତାଙ୍କ ନାମରେ ଅଭିଯୋଗ ରହିଛି। ଗୋଟିଏ ଦିନ ପୂର୍ବରୁ ସେ ଜିଏସ୍ଟି ବ୍ୟବସ୍ଥାକୁ ସର୍ବସାଧାରଣରେ ସମାଲୋଚନା କରିଥିଲେ। ପଞ୍ଜୀକରଣ ସମ୍ବନ୍ଧୀୟ ସମସ୍ୟାକୁ ନେଇ ସେ ଟୁଇଟ୍ କରିବା ସହ ଭାରତରେ ବ୍ୟବସାୟ କରିବାର ସହଜତା ଉପରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ। ତେଣୁ ତାଙ୍କର ଗିରଫଦାରି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଡିଜିଜିଆଇର ଜୋନାଲ ଡାଇରେକ୍ଟର ହିମାଂଶୁ ଜୋଶୀଙ୍କ ଦ୍ୱାରା ଅହମଦାବାଦ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରାଯିବା ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା। ଧ୍ରୁବ୍ ଏଣ୍ଟରପ୍ରାଇଜେସ୍ ନାମକ ଏକ ନକଲି କମ୍ପାନୀ ଦେଶବ୍ୟାପୀ ୨୦୦ରୁ ଅଧିକ ନକଲି ଫାର୍ମ ସୃଷ୍ଟି କରି ଅନେକ କୋଟି ଟଙ୍କା ମୂଲ୍ୟର ନକଲି ବିଲ୍ ତିଆରି କରିଥିବା ନେଇ ଜୋଶୀ ଅଭିଯୋଗ କରିଥିଲେ। ଜିଏସ୍ଟି ନମ୍ବର ପାଇବା ପାଇଁ ଏକ ଜାଲ ଲିଜ୍ ଚୁକ୍ତି ଅହମଦାବାଦ ଜିଏସ୍ଟି ବିଭାଗରେ ଅନ୍ଲାଇନରେ ଦାଖଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲା, ଯାହାକୁ ନେଇ ଏକ ବଡ଼ ଧରଣର ଆପରାଧିକ ଷଡ଼ଯନ୍ତ୍ର ରଚା ଯାଇଥିବା ଅନୁମାନ କରାଯାଉଛି।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୨୩ ମେ’ରୁ ୨୦୨୪ ମଧ୍ୟରେ ଏହି ଦୁର୍ନୀତିରେ କେବଳ ଗୁଜରାଟରୁ ମୋଟ ୫୦ ହଜାର କୋଟିରୁ ଅଧିକ ଜାଲିଆତି ବିଲ୍ ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି। ଏହି ମାମଲାରେ ଦାଖଲ ହୋଇଥିବା ଏଫ୍ଆଇଆର୍ରେ ଅନେକ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କୁ ସହଅଭିଯୁକ୍ତ ଭାବେ ତାଲିକାଭୁକ୍ତ କରାଯାଇଛି। ଠକେଇର ସମ୍ପୂର୍ଣ୍ଣ ପରିମାଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। କେନ୍ଦ୍ରୀୟ ଜିଏସ୍ଟି, ଇଓଡବ୍ଲ୍ୟୁ, ଏସ୍ଓଜି ଓ ବହୁ ଅନ୍ୟ ଏଜେନ୍ସି ଏହି ତଦନ୍ତରେ ସାମିଲ ହୋଇଛି। ତଦନ୍ତ ଆଗକୁ ବଢ଼ିବା ପରେ ଗିରଫ ସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି।
The post ୨୦୦ କୋଟିର ଜିଏସ୍ଟି ଠକେଇ ମାମଲା: ୧୪ ସ୍ଥାନରେ ଚଢ଼ାଉ, ୩୩ ଗିରଫ appeared first on Dharitri Odia News.