ସଂସଦ ଭବନର ସୁରକ୍ଷା ପାଇଁ CISFର ୧୪୦ ଯବାନ ମୁତୟନ, ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି
ନୂଆଦିଲ୍ଲୀ: ଜାନୁଆରୀ ୩୧ରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନ ପାଇଁ ସଂସଦର ସୁରକ୍ଷା ଦାୟିତ୍ୱରେ ସିଆଇଏସଏଫର ୧୪୦ ଯବାନଙ୍କୁ ମୁତୟନ କରାଯାଇଛି । ନୂଆ ବ୍ୟବସ୍ଥା ଅଧିନରେ ଆଗନ୍ତୁକ ଏବଂ ସେମାନେ ସାମଗ୍ରୀ ଯାଞ୍ଚ ପାଇଁ ସିଆଇଏସଏଫର ୧୪୦ ଯବାନ ମୁତୟନ ରହିବେ । ସଂସଦର ପୂର୍ବ ଅଧିନବେଶନରେ ସୁରକ୍ଷାରେ ତ୍ରୁଟିକୁ ନଜରରେ ରଖି ଗୃହ ମନ୍ତ୍ରଣାଳୟ ଗତ ମାସରେ ଏହା ଉପରେ ବ୍ୟାପକ ସମୀକ୍ଷା କରିଥିଲା । ଏହାପରେ ସିଆଇଏସଏଫ କର୍ମୀଙ୍କ ମୁତୟନକୁ ମଞ୍ଜୁରୀ ମିଳିଛି । ଡିସେମ୍ୱର ୧୩ରେ ସଂସଦର ଶୀତ ଅଧିବେଶନରେ କିଛି ଯୁବକ ଗୃହରେ ପସି ଧୂଆଁ ଛାଡ଼ିଥିଲେ । ସୂତ୍ର ଅନୁସାରେ ସିଆଇଏସଏଫର ୧୪୦ କର୍ମୀ ସୋମବାର ସଂସଦ ଭବନ ପରିସରରେ ସୁରକ୍ଷା ଦାୟିତ୍ୱ ସମ୍ଭାଳିଛନ୍ତି । ଆଗନ୍ତୁକ ଏବଂ ସେମାନଙ୍କ ସାମଗ୍ରୀ ଯାଞ୍ଚ ସହ ଭବନର ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ । ପଢନ୍ତୁ: ଦୀର୍ଘ ୨୨ ବର୍ଷ ପରେ ସଂସଦ ସୁରକ୍ଷାରେ ତ୍ରୁଟି; ଭିଜିଟର ପାସ୍ ବ୍ୟାନ୍ କଲେ ବାଚସ୍ପତି ଓମ ବିର୍ଲା ଖବର ଅନୁସାରେ ଏହି ନୂଆ ଦଳ ସେଠାରେ ପୂର୍ବରୁ ନିୟୋଜିତ ସୁରକ୍ଷା ଏଜେନ୍ସି ସହ ସଂସଦ ପରିସରରେ ନୀରିକ୍ଷଣ କରୁଛି । ସିଆଇଏସଏଫକୁ ନୂଆ ଏବଂ ପୁରୁଣା ସଂସଦ ଭବନର ସରକ୍ଷା ଦାୟିତ୍ୱ ଦିଆଯିବ । ସେଠାରେ ବିମାନ ବନ୍ଦର ପରି ସୁରକ୍ଷା ବ୍ୟବସ୍ଥା ହେବ । ବ୍ୟକ୍ତି ଏବଂ ସାମଗ୍ରୀ ଯାଞ୍ଚ ପାଇଁ ଏକ୍ସ-ରେ ମେସିନ ଏବଂ ମେଟାଲ ଡିଟେକ୍ଟର ରହିବ । ଜୋତା, ଜ୍ୟାକେଟ ଏବଂ ବେଲ
ନୂଆଦିଲ୍ଲୀ: ଜାନୁଆରୀ ୩୧ରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନ ପାଇଁ ସଂସଦର ସୁରକ୍ଷା ଦାୟିତ୍ୱରେ ସିଆଇଏସଏଫର ୧୪୦ ଯବାନଙ୍କୁ ମୁତୟନ କରାଯାଇଛି । ନୂଆ ବ୍ୟବସ୍ଥା ଅଧିନରେ ଆଗନ୍ତୁକ ଏବଂ ସେମାନେ ସାମଗ୍ରୀ ଯାଞ୍ଚ ପାଇଁ ସିଆଇଏସଏଫର ୧୪୦ ଯବାନ ମୁତୟନ ରହିବେ । ସଂସଦର ପୂର୍ବ ଅଧିନବେଶନରେ ସୁରକ୍ଷାରେ ତ୍ରୁଟିକୁ ନଜରରେ ରଖି ଗୃହ ମନ୍ତ୍ରଣାଳୟ ଗତ ମାସରେ ଏହା ଉପରେ ବ୍ୟାପକ ସମୀକ୍ଷା କରିଥିଲା । ଏହାପରେ ସିଆଇଏସଏଫ କର୍ମୀଙ୍କ ମୁତୟନକୁ ମଞ୍ଜୁରୀ ମିଳିଛି ।
ଡିସେମ୍ୱର ୧୩ରେ ସଂସଦର ଶୀତ ଅଧିବେଶନରେ କିଛି ଯୁବକ ଗୃହରେ ପସି ଧୂଆଁ ଛାଡ଼ିଥିଲେ । ସୂତ୍ର ଅନୁସାରେ ସିଆଇଏସଏଫର ୧୪୦ କର୍ମୀ ସୋମବାର ସଂସଦ ଭବନ ପରିସରରେ ସୁରକ୍ଷା ଦାୟିତ୍ୱ ସମ୍ଭାଳିଛନ୍ତି । ଆଗନ୍ତୁକ ଏବଂ ସେମାନଙ୍କ ସାମଗ୍ରୀ ଯାଞ୍ଚ ସହ ଭବନର ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ ।
ପଢନ୍ତୁ: ଦୀର୍ଘ ୨୨ ବର୍ଷ ପରେ ସଂସଦ ସୁରକ୍ଷାରେ ତ୍ରୁଟି; ଭିଜିଟର ପାସ୍ ବ୍ୟାନ୍ କଲେ ବାଚସ୍ପତି ଓମ ବିର୍ଲା
ଖବର ଅନୁସାରେ ଏହି ନୂଆ ଦଳ ସେଠାରେ ପୂର୍ବରୁ ନିୟୋଜିତ ସୁରକ୍ଷା ଏଜେନ୍ସି ସହ ସଂସଦ ପରିସରରେ ନୀରିକ୍ଷଣ କରୁଛି । ସିଆଇଏସଏଫକୁ ନୂଆ ଏବଂ ପୁରୁଣା ସଂସଦ ଭବନର ସରକ୍ଷା ଦାୟିତ୍ୱ ଦିଆଯିବ । ସେଠାରେ ବିମାନ ବନ୍ଦର ପରି ସୁରକ୍ଷା ବ୍ୟବସ୍ଥା ହେବ । ବ୍ୟକ୍ତି ଏବଂ ସାମଗ୍ରୀ ଯାଞ୍ଚ ପାଇଁ ଏକ୍ସ-ରେ ମେସିନ ଏବଂ ମେଟାଲ ଡିଟେକ୍ଟର ରହିବ । ଜୋତା, ଜ୍ୟାକେଟ ଏବଂ ବେଲ୍ଟକୁ ଗୋଟିଏ ଟ୍ରେରେ ରଖି ସେଗୁଡିକୁ ଏକ୍ସ-ରେ ମେସିନରେ ଯାଞ୍ଚ କରାଯିବ ।
The post ସଂସଦ ଭବନର ସୁରକ୍ଷା ପାଇଁ CISFର ୧୪୦ ଯବାନ ମୁତୟନ, ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି appeared first on Prameya News7.