ବାତ୍ୟା ଦାନା ପାଇଁ ଭଦ୍ରକ ପ୍ରସ୍ତୁତ: ଆସନ୍ତାକାଲି ଉଦ୍ଧାର ପ୍ରକ୍ରିୟା ଆରମ୍ଭ, କଳାବଜାରି ଉପରେ ହେବ ଚଢ଼ାଉ

ଭଦ୍ରକ: ବାତ୍ୟା ଦାନା ପାଇଁ ଭଦ୍ରକ ଜିଲ୍ଲାର ସମୀକ୍ଷା ବୈଠକ ଶେଷ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଏହି ବୈଠକ ଆୟୋଜିତ ହୋଇଥିବା ବେଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବାତ୍ୟା ସମୀକ୍ଷା କରିଛନ୍ତି । ସାଂସଦ ଅଭିମନ୍ୟୁ ସେଠୀ , ଭଣ୍ଡାରୀପୋଖରୀ ବିଧାୟକ ସଂଜୀବ ମଲ୍ଲିକ , ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଆଶୋକ ଦାସ , ଜିଲ୍ଲାପାଳ ଓ ଏସପି ଓ ସମସ୍ତ ବିଭାଗର ଏହି ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ। ବାତ୍ୟା ମୁକାବିଲା କରିବା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ନେଇ ଆଲୋଚନା ହୋଇଛି। ବିଧାୟକମାନେ ନିଜ ନିଜ ଅଞ୍ଚଳର ସମସ୍ୟା କୁ ନେଇ ଆଲୋଚନା କରିଥିବା ସୂଚନା ମିଳିଛି।ପ୍ରମୁଖ ଟେଲିକମ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା ହୋଇଛି। ବିଜୁଳି ଘଡଘଡି ବେଳେ ଇଣ୍ଟରନେଟ୍ କାଟ ହେବ। ବର୍ଷା ବେଳେ କଟିବ ନେଟ କଟିବ ନାହିଁ।  ବିଜୁଳି କାଟ ହେଲେ ମଧ୍ୟ ଯେମିତି କଲରେ ସମସ୍ୟା ନ ହୁଏ ସେ ନେଇ କମ୍ପାନୀ ଧ୍ୟାନ ଦେବେ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେବେ।। ଲ୍ୟାଣ୍ଡଫଲ୍ ପୂର୍ବରୁ ପଞ୍ଚାୟତସ୍ତରର ରିଲିଫ ପହଞ୍ଚିବା ଆବଶ୍ୟକ ବୋଲି କୁହାଯାଇଛି। ସେହିପରି ୭୦୫୩୫ ଜଣ ସ୍ଥାନାନ୍ତର ହେବା ନେଇ ଚିହ୍ନଟ କରାଯାଇଛି। ୧୦୫ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରାଯାଇଥିବା ବେଳେ ଥଇଥାନ ପାଇଁ ୫୯୮ ସ୍କୁଲ ଓ ଅନ୍ୟ ପକ୍କା ଘର ପ୍ରସ୍ତୁତ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ୪୨୮ ଗର୍ଭବତୀ

ବାତ୍ୟା ଦାନା ପାଇଁ ଭଦ୍ରକ ପ୍ରସ୍ତୁତ: ଆସନ୍ତାକାଲି ଉଦ୍ଧାର ପ୍ରକ୍ରିୟା ଆରମ୍ଭ, କଳାବଜାରି ଉପରେ ହେବ ଚଢ଼ାଉ

ଭଦ୍ରକ: ବାତ୍ୟା ଦାନା ପାଇଁ ଭଦ୍ରକ ଜିଲ୍ଲାର ସମୀକ୍ଷା ବୈଠକ ଶେଷ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଏହି ବୈଠକ ଆୟୋଜିତ ହୋଇଥିବା ବେଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବାତ୍ୟା ସମୀକ୍ଷା କରିଛନ୍ତି । ସାଂସଦ ଅଭିମନ୍ୟୁ ସେଠୀ , ଭଣ୍ଡାରୀପୋଖରୀ ବିଧାୟକ ସଂଜୀବ ମଲ୍ଲିକ , ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଆଶୋକ ଦାସ , ଜିଲ୍ଲାପାଳ ଓ ଏସପି ଓ ସମସ୍ତ ବିଭାଗର ଏହି ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ। ବାତ୍ୟା ମୁକାବିଲା କରିବା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ନେଇ ଆଲୋଚନା ହୋଇଛି। ବିଧାୟକମାନେ ନିଜ ନିଜ ଅଞ୍ଚଳର ସମସ୍ୟା କୁ ନେଇ ଆଲୋଚନା କରିଥିବା ସୂଚନା ମିଳିଛି।

ପ୍ରମୁଖ ଟେଲିକମ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା ହୋଇଛି। ବିଜୁଳି ଘଡଘଡି ବେଳେ ଇଣ୍ଟରନେଟ୍ କାଟ ହେବ। ବର୍ଷା ବେଳେ କଟିବ ନେଟ କଟିବ ନାହିଁ।  ବିଜୁଳି କାଟ ହେଲେ ମଧ୍ୟ ଯେମିତି କଲରେ ସମସ୍ୟା ନ ହୁଏ ସେ ନେଇ କମ୍ପାନୀ ଧ୍ୟାନ ଦେବେ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେବେ।। ଲ୍ୟାଣ୍ଡଫଲ୍ ପୂର୍ବରୁ ପଞ୍ଚାୟତସ୍ତରର ରିଲିଫ ପହଞ୍ଚିବା ଆବଶ୍ୟକ ବୋଲି କୁହାଯାଇଛି। ସେହିପରି ୭୦୫୩୫ ଜଣ ସ୍ଥାନାନ୍ତର ହେବା ନେଇ ଚିହ୍ନଟ କରାଯାଇଛି। ୧୦୫ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରାଯାଇଥିବା ବେଳେ ଥଇଥାନ ପାଇଁ ୫୯୮ ସ୍କୁଲ ଓ ଅନ୍ୟ ପକ୍କା ଘର ପ୍ରସ୍ତୁତ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ୪୨୮ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଆସନ୍ତାକାଲି ସ୍ଥାନାନ୍ତର କରାୟିବ। 

ଏଥିସିହତ ଗୋଖାଦ୍ୟ, ମେଡିସିନ ଓ ସାପ କାମୁଡା ଇଞ୍ଜେକସନ ପୂର୍ବରୁ ପହଞ୍ଚାଇବା, ଆମ୍ବୁଲାନ୍ସ ଗୁଡ଼ିକୁ ଲ୍ୟାଣ୍ଡ ଫଲ୍ ସ୍ଥାନରେ ପୂର୍ବରୁ ସଜାଗ କରାଯିବ। ବାତ୍ୟା ମୁକାବିଲା ପାଇଁ ଜିଲ୍ଲା କୁ ୧୨ ଜୋନରେ ବିଭକ୍ତ କରାଯାଇଛି। ଜିଲ୍ଲାରେ ୪୦୦ କୁଇଣ୍ଟାଲ ଚୂଡ଼ା ମହଜୁଦ ରଖା ଯାଇଛି। ସବୁଠାରୁ ବଡ଼ କଥା ହେଲା ଯେଉଁ ମାନେ ବତ୍ୟା ଭୟ ସୃଷ୍ଟି କରି କଳାବଜାରି କରୁଛନ୍ତି ସେମାନଙ୍କ ଉପରେ ଚଢ଼ାଉ କରାଯିବ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। 

ବାତ୍ୟାର ୮ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଲୋକ ସ୍ଥାନାନ୍ତରରେ ସହଯୋଗ ନ କଲେ ପୋଲିସ ର ସହଯୋଗ ନିଆଯିବ ବୋଲି ବାସୁଦେବପୁର ବିଧାୟକ ଅଶୋକ ଦାସ କହିଛନ୍ତି।  ।