ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ, ବାଣ ଫୁଟି ୨୦ ଆହତ

ପୁରୀ: ପୁରୀରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ। ବାଣ ଫୁଟି ଲୋକଙ୍କ ଉପରେ ପଡ଼ିବାରୁ ୨୦  ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚନ୍ଦନ ଯାତ୍ରା ଉପଲକ୍ଷେ ଭଉଁରୀ ଖେଳ ବେଳେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ପରମ୍ପରା ପାଳିତ ହେଉଛି। ବିଗତ ଦିନ ପରି ଆଜି ମଧ୍ୟ ଚାପ ଖେଳ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଚାପ ଖେଳ ସମୟରେ ବାଣଫୁଟା  ହୋଇଥିଲା। କିନ୍ତୁ ଏହା ଲୋକଙ୍କ ଉପରେ ପଡ଼ିବାରୁ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି। କିଛି ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି। 