କାହିଁକି ବିଜେପି ଛାଡୁଛନ୍ତି ବରିଷ୍ଠ ନେତା ? କିଛି ଦିନରେ ଡଜନେରୁ ଟାଣୁଆ ନେତା ଦଳକୁ କଲେଣି ବାଏ ବାଏ

ଭୁବନେଶ୍ଵର: ବିଜେପି ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତ ସିଂହାର ବିଜେପି ଛାଡ଼ିଥିବା ବେଳେ ଲେଖାଶ୍ରୀଙ୍କୁ ମିଶାଇ ଗତ କିଛି ଦିନ ଭିତରେ ଡଜନେରୁ ଅଧିକ ଟାଣୁଆ ନେତା ବିଜେପିକୁ ବାଏ ବାଏ କରିସାରିଲେଣି । ସେପଟେ ଟିକେଟ ବଣ୍ଟାକୁ ନେଇ ଦଳରେ ଅସନ୍ତୋଷ ଥମୁନି। ଆଜି ବାଙ୍କି ନିର୍ବାଚନ ମଣ୍ଡଳୀର ଟିକେଟ ଦାବିକରି ଶୁଭ୍ରାଂଶୁ ପାଢୀଙ୍କ ସମର୍ଥକ ପାର୍ଟି ଅଫିସ ଆଗରେ ନାରା ବାଜି କରିଛନ୍ତି । ଏସବୁ ଭିତରେ ପ୍ରତି ନିର୍ବାଚନମଣ୍ଡଳୀରୁ ଦୁଇ ଜଣ ଲେଖାଏଁ  ପ୍ରତିନିଧିଙ୍କୁ ନେଇ ରଣନୀତି କରିଛି ରାଜ୍ୟ ବିଜେପି । Also read: ବିଜେଡିରେ ମିଶିଲେ ଗଣେଶ୍ୱର ବେହେରା, ସମର୍ଥକଙ୍କ ସହ ହେଲେ ସାମିଲକାହିଁକି ବିଜେପି ଛାଡୁଛନ୍ତି ବରିଷ୍ଠ ନେତା।  ଆଜି ଦଳ ଛାଡିଲେ ରାଜ୍ୟ ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତ ସିଂହାର । କାଲି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଦଳ ଛାଡ଼ିଥିଲେ । ଏପ୍ରିଲ ୩ରେ ପଦ୍ମ ପୋଖରୀରୁ ବାହାରି ଆସିଥିଲେ ହେଭିୱେଟ ନେତା ଭୃଗୃ ବକ୍ସିପାତ୍ର ।  ୩ରେ ପଦ୍ଣ ଛାଡି ଘର ବାହୁଡା କରିଥିଲେ ବିଜେପି ମୁଖପାତ୍ର ସୋନାଲି ସାହୁ । ସେମିତି  ମାର୍ଚ୍ଚ ୨୯ରେ ଦଳରୁ ଇସ୍ତଫା ଦେଇଥିଲେ  ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବଂ ସାଲେପୁରର ପୂର୍ବତନ ବିଧାୟକ  ପ୍ରକାଶ ବେହେରା । ବିଜେପି ରାଜ୍ୟ ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ଦେଇଥିଲେ। କେବଳ ଏମାନେ ନୁହଁନ୍ତି ମୟୂରଭଞ୍ଜର ଛୋଟେଲାଲ ମହନ୍ତ, ନୟାଗଡର ୨୦୧୯ରେ ପ୍ରାର୍ଥୀ

କାହିଁକି ବିଜେପି ଛାଡୁଛନ୍ତି ବରିଷ୍ଠ ନେତା ?  କିଛି ଦିନରେ ଡଜନେରୁ ଟାଣୁଆ ନେତା ଦଳକୁ କଲେଣି ବାଏ ବାଏ

ଭୁବନେଶ୍ଵର: ବିଜେପି ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତ ସିଂହାର ବିଜେପି ଛାଡ଼ିଥିବା ବେଳେ ଲେଖାଶ୍ରୀଙ୍କୁ ମିଶାଇ ଗତ କିଛି ଦିନ ଭିତରେ ଡଜନେରୁ ଅଧିକ ଟାଣୁଆ ନେତା ବିଜେପିକୁ ବାଏ ବାଏ କରିସାରିଲେଣି । ସେପଟେ ଟିକେଟ ବଣ୍ଟାକୁ ନେଇ ଦଳରେ ଅସନ୍ତୋଷ ଥମୁନି। ଆଜି ବାଙ୍କି ନିର୍ବାଚନ ମଣ୍ଡଳୀର ଟିକେଟ ଦାବିକରି ଶୁଭ୍ରାଂଶୁ ପାଢୀଙ୍କ ସମର୍ଥକ ପାର୍ଟି ଅଫିସ ଆଗରେ ନାରା ବାଜି କରିଛନ୍ତି । ଏସବୁ ଭିତରେ ପ୍ରତି ନିର୍ବାଚନମଣ୍ଡଳୀରୁ ଦୁଇ ଜଣ ଲେଖାଏଁ  ପ୍ରତିନିଧିଙ୍କୁ ନେଇ ରଣନୀତି କରିଛି ରାଜ୍ୟ ବିଜେପି । 

Also read: ବିଜେଡିରେ ମିଶିଲେ ଗଣେଶ୍ୱର ବେହେରା, ସମର୍ଥକଙ୍କ ସହ ହେଲେ ସାମିଲ

କାହିଁକି ବିଜେପି ଛାଡୁଛନ୍ତି ବରିଷ୍ଠ ନେତା।  ଆଜି ଦଳ ଛାଡିଲେ ରାଜ୍ୟ ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତ ସିଂହାର । କାଲି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଦଳ ଛାଡ଼ିଥିଲେ । ଏପ୍ରିଲ ୩ରେ ପଦ୍ମ ପୋଖରୀରୁ ବାହାରି ଆସିଥିଲେ ହେଭିୱେଟ ନେତା ଭୃଗୃ ବକ୍ସିପାତ୍ର ।  ୩ରେ ପଦ୍ଣ ଛାଡି ଘର ବାହୁଡା କରିଥିଲେ ବିଜେପି ମୁଖପାତ୍ର ସୋନାଲି ସାହୁ । ସେମିତି  ମାର୍ଚ୍ଚ ୨୯ରେ ଦଳରୁ ଇସ୍ତଫା ଦେଇଥିଲେ  ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବଂ ସାଲେପୁରର ପୂର୍ବତନ ବିଧାୟକ  ପ୍ରକାଶ ବେହେରା । ବିଜେପି ରାଜ୍ୟ ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ଦେଇଥିଲେ। କେବଳ ଏମାନେ ନୁହଁନ୍ତି ମୟୂରଭଞ୍ଜର ଛୋଟେଲାଲ ମହନ୍ତ, ନୟାଗଡର ୨୦୧୯ରେ ପ୍ରାର୍ଥୀ ହୋଇଥିବା ମହିଳାନେତ୍ରୀ ଇରାନୀ ରାୟ, ବରଗଡର ସୁଶାନ୍ତ ମିଶ୍ର, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅନୁଗୋଳର ଭାଗୀରଥୀ ପ୍ରଧାନଙ୍କ ପରି ନେତା  ବିଜେପି ଛାଡି ସାରିଲେଣି ।  ତେବେ କଣ ହୋଇପାରେ କାରଣ? ଦଳରେ ଅସନ୍ତୋଷ  ନା ଟିକେଟ ନମିଳିବା? ସେପଟେ ରାଜ୍ୟ ବିଜେପିର କହିବା କଥା ଯେଉଁ ନେତା ମାନେ ଭାବୁଛନ୍ତି ଆମ ପାଇଁ ଟିକେଟ ବଡ ସେମାନେ ଦଳ ଛାଡୁଛନ୍ତି । 

ସେପଟେ ରାଜ୍ୟ ବିଜେପିର ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ସିଟରେ ପ୍ରାର୍ଥୀ ଘୋଷଣା କରିବା ପରଠାରୁ ଆଶାୟୀଙ୍କ ଅସନ୍ତୋଷ ଥମିବାର ନାଁ ନେଉନି ।  ବାଙ୍କିରେ ଦଳ ତୁଷାର କାନ୍ତ ଚକ୍ରବର୍ତ୍ତୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ଟିକେଟ୍ ଆଶାୟୀ ତଥା ପୂର୍ବଥରର  ପ୍ରାର୍ଥୀ ଶୁଭ୍ରାଂଶୁ ପାଢୀଙ୍କ ସମର୍ଥକ ଏହାକୁ ବିରୋଧ କରି ପ୍ରତିବାଦ ଜାରି ରଖିଛନ୍ତି । ଆଜି ପୁଣି ଶୁଭ୍ରାଂଶୁଙ୍କ ସମର୍ଥକ ମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟ ସାମ୍ନାରେ ନାରା ବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେପଟେ ସାରସ କଣା ବିଧାନସଭା ଲାଗି ବିଧାୟକ ବୁଧାନ ମୁର୍ମୁଙ୍କ ନାଁ ଘୋଷଣା ହୋଇ ନଥିବାରୁ ସେ ତାଙ୍କ ସପକ୍ଷରେ ଲବି ଜୋରଦାର କରିଛନ୍ତି । ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି ବିଜେପି, ତେଣୁ ବୁଧାନ ଦାନ କରିବାକୁ ରାଜି ନୁହନ୍ତି।   

ଏସବୁ ଭିତରେ କିନ୍ତୁ ନିର୍ବାଚନ ଲାଗି କିପରି ଲଢେଇ ଯୋରଦାର ହେବ ସେ ଙ୍କ କଷି ଚାଲିଛି ରାଜ୍ୟ ବିଜେପି । ରାଜ୍ୟର ୧୪୭ ବିଧାନସଭା ଆସନରୁ ୨ ଜଣ ଲେଖାଏଁ କାର୍ଯ୍ୟକର୍ତ୍ତାକୁ ନେଇ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ରଣନୀତି ପ୍ରସ୍ତୁତ କରିଛନ୍ତି ।