ରାମଚରଣଙ୍କ ୨୫୬ ଫୁଟ ଉଚ୍ଚ କଟ୍‌ଆଉଟ

ହାଇଦ୍ରାବାଦ: ସାଉଥ୍‌ ସୁପରଷ୍ଟାର ରାମଚରଣଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗେମ୍‌ ଚେଞ୍ଜର’ ଆସନ୍ତା ଜାନୁଆରୀ ୧୦ରେ ରିଲିଜ୍‌ ହେବାକୁ ଯାଉଛି। ଶଙ୍କର ସନ୍‌ମୁଗମଙ୍କ ନିର୍ଦ୍ଦେଶିତ ଏହି ପଲିଟିକାଲ ଡ୍ରାମା ଫିଲ୍ମରେ ରାମଚରଣ ଡବଲ ରୋଲ କରୁଥିବାର ନଜରକୁ ଆସିବେ। ରବିବାର ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାଠାରେ ରାମଚରଣଙ୍କ ଏକ ୨୫୬ ଫୁଟ ଉଚ୍ଚ ବିଶାଳକାୟ କଟ୍‌ଆଉଟ୍‌ ସ୍ଥାପନ କରାଯାଇଛି। ‘ଗେମ୍‌ ଚେଞ୍ଜର’ ଫିଲ୍ମର ପ୍ରମୋଶନ ନିମନ୍ତେ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏହି କଟ୍‌ଆଉଟ୍‌ର ଉନ୍ମୋଚନ କରାଯାଇଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ […] The post ରାମଚରଣଙ୍କ ୨୫୬ ଫୁଟ ଉଚ୍ଚ କଟ୍‌ଆଉଟ appeared first on Dharitri Odia News.

ରାମଚରଣଙ୍କ ୨୫୬ ଫୁଟ ଉଚ୍ଚ କଟ୍‌ଆଉଟ

ହାଇଦ୍ରାବାଦ: ସାଉଥ୍‌ ସୁପରଷ୍ଟାର ରାମଚରଣଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗେମ୍‌ ଚେଞ୍ଜର’ ଆସନ୍ତା ଜାନୁଆରୀ ୧୦ରେ ରିଲିଜ୍‌ ହେବାକୁ ଯାଉଛି। ଶଙ୍କର ସନ୍‌ମୁଗମଙ୍କ ନିର୍ଦ୍ଦେଶିତ ଏହି ପଲିଟିକାଲ ଡ୍ରାମା ଫିଲ୍ମରେ ରାମଚରଣ ଡବଲ ରୋଲ କରୁଥିବାର ନଜରକୁ ଆସିବେ। ରବିବାର ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାଠାରେ ରାମଚରଣଙ୍କ ଏକ ୨୫୬ ଫୁଟ ଉଚ୍ଚ ବିଶାଳକାୟ କଟ୍‌ଆଉଟ୍‌ ସ୍ଥାପନ କରାଯାଇଛି। ‘ଗେମ୍‌ ଚେଞ୍ଜର’ ଫିଲ୍ମର ପ୍ରମୋଶନ ନିମନ୍ତେ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏହି କଟ୍‌ଆଉଟ୍‌ର ଉନ୍ମୋଚନ କରାଯାଇଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ଫିଲ୍ମ ଷ୍ଟାର୍‌ଙ୍କର ଏହା ହେଉଛି ସର୍ବବୃହତ୍‌ କଟ୍‌ଆଉଟ। ରାମଚରଣଙ୍କ କଟ୍‌ଆଉଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ତାଙ୍କ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ୨୦୨୨ରେ ‘ଆର୍‌ଆର୍‌ଆର୍‌’ ଫିଲ୍ମକୁ ବିପୁଳ ସଫଳତା ମିଳିବା ପରେ ‘ଗେମ୍‌ ଚେଞ୍ଜର’ ହେଉଛି ରାମଚରଣଙ୍କର ପ୍ରଥମ ଫିଲ୍ମ। ଫିଲ୍ମରେ ରାମଚରଣଙ୍କ ବିପକ୍ଷରେ ଅଭିନେତ୍ରୀ କିଆରା ଆଡ୍‌ଭାନୀ ନଜରକୁ ଆସିବେ।

The post ରାମଚରଣଙ୍କ ୨୫୬ ଫୁଟ ଉଚ୍ଚ କଟ୍‌ଆଉଟ appeared first on Dharitri Odia News.