ପୂର୍ବ ସୁଡାନରେ ପ୍ରବଳ ବର୍ଷା; ଡ୍ୟାମ୍ ଭୁଶୁଡ଼ି ୬୦ ମୃତ, ଶତାଧିକ ନିଖୋଜ
ସୁଡାନ: ପୂର୍ବ ସୁଡାନରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି ଡ୍ୟାମ୍ । ଯେଉଁଥିରେ ହାରହାରି ୬୦ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ପ୍ରାୟ ଦଶ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖବର ଅନୁଯାୟୀ, ସୁଡ଼ାନ୍ ପୋର୍ଟରୁ ୪୦ କିମି ଉତ୍ତରରେ ଥିବା ଅରବାତ୍ ବନ୍ଧ ଭୁଶୁଡ଼ି ପଡ଼ିଛି । ଯେଉଁଥିରେ ୬୦ ଜଣଙ୍କର ମୃତ୍ୟୁ ହେବା ୨୦ ଗାଁ ଭାସିଯାଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଅନୁମାନ କରାଯାଉଛି, କାରଣ ଏବେବି ୧୫୦ରୁ ୨୦୦ ଲୋକ ନିଖୋଜ ଅଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ବନ୍ୟାରେ ୫୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ବନ୍ଧ ଦେଶର ମୁଖ୍ୟ ଅଂଶ। କାହିଁକିନା ଅଧିକାଂଶ ଆବଶ୍ୟକୀୟ ଜିନିଷ ଏହି ବନ୍ଧ ଜରିଆରେ ଆଣାଯାଇଥାଏ। Also Read- ତାପମାତ୍ରା ବୃଦ୍ଧି ପାଇଁ ପର୍ବତରୁ ତରଳିଗଲା ବରଫ, ଦେଖାଗଲାନି OM ଆକୃତିସୁଡାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ପ୍ରବଳ ବର୍ଷା ହେତୁ ସୁଡାନ ପୋର୍ଟ ଭୁଶୁଡ଼ି ପଡିଛି। ୨୦ ଗାଁ ଭାସିଯିବା ସହ ୬୦ ଜଣଙ୍କର ମୃତ୍ୟୁ ହୋଇଛି। ୫୦ ଘର ଭାଙ୍ଗି ନଷ୍ଟ ହୋଇଯାଇଛି। ଅନେକ ଲୋକ ନିଖୋଜ ଅଛନ୍ତି। ଏହି ବିବୃତ୍ତିରେ ମନ୍ତ୍ରଣାଳୟ କହିଛି ଯେ, ଏହି ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଫୋର୍ସ ମୁତୟନ କରାଯାଇଛି। ରାଜ୍ୟ ମୁଖ୍ୟ ଜଳସେଚନ ଅଧିକାରୀ ଅମର ଇସା ତାହିର ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିଛନ୍ତ
ସୁଡାନ: ପୂର୍ବ ସୁଡାନରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି ଡ୍ୟାମ୍ । ଯେଉଁଥିରେ ହାରହାରି ୬୦ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ପ୍ରାୟ ଦଶ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଖବର ଅନୁଯାୟୀ, ସୁଡ଼ାନ୍ ପୋର୍ଟରୁ ୪୦ କିମି ଉତ୍ତରରେ ଥିବା ଅରବାତ୍ ବନ୍ଧ ଭୁଶୁଡ଼ି ପଡ଼ିଛି । ଯେଉଁଥିରେ ୬୦ ଜଣଙ୍କର ମୃତ୍ୟୁ ହେବା ୨୦ ଗାଁ ଭାସିଯାଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଅନୁମାନ କରାଯାଉଛି, କାରଣ ଏବେବି ୧୫୦ରୁ ୨୦୦ ଲୋକ ନିଖୋଜ ଅଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ବନ୍ୟାରେ ୫୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ବନ୍ଧ ଦେଶର ମୁଖ୍ୟ ଅଂଶ। କାହିଁକିନା ଅଧିକାଂଶ ଆବଶ୍ୟକୀୟ ଜିନିଷ ଏହି ବନ୍ଧ ଜରିଆରେ ଆଣାଯାଇଥାଏ।
Also Read- ତାପମାତ୍ରା ବୃଦ୍ଧି ପାଇଁ ପର୍ବତରୁ ତରଳିଗଲା ବରଫ, ଦେଖାଗଲାନି OM ଆକୃତି
ସୁଡାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ପ୍ରବଳ ବର୍ଷା ହେତୁ ସୁଡାନ ପୋର୍ଟ ଭୁଶୁଡ଼ି ପଡିଛି। ୨୦ ଗାଁ ଭାସିଯିବା ସହ ୬୦ ଜଣଙ୍କର ମୃତ୍ୟୁ ହୋଇଛି। ୫୦ ଘର ଭାଙ୍ଗି ନଷ୍ଟ ହୋଇଯାଇଛି। ଅନେକ ଲୋକ ନିଖୋଜ ଅଛନ୍ତି। ଏହି ବିବୃତ୍ତିରେ ମନ୍ତ୍ରଣାଳୟ କହିଛି ଯେ, ଏହି ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଫୋର୍ସ ମୁତୟନ କରାଯାଇଛି। ରାଜ୍ୟ ମୁଖ୍ୟ ଜଳସେଚନ ଅଧିକାରୀ ଅମର ଇସା ତାହିର ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିଛନ୍ତି।