ଗୋପବନ୍ଧୁ ଚିକିତ୍ସାଳୟରେ ପଶିଲେ ହାତୀପଲ, ଭାଙ୍ଗିଲେ ୪୫ ଫୁଟ ଲମ୍ବ ପାଚେରୀ
ଗୁରୁଡିଝାଟିଆ : ଆଠଗଡ ବନାଞ୍ଚଳରେ ହାତୀପଲଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି। ସଂଜ ହେଲେ ଜଙ୍ଗଲରୁ ବାହାରି ଖାଦ୍ୟ ସନ୍ଧାନରେ ବାଡ଼ି ବଗିଚାରେ ପଶି ନଷ୍ଟ କରି ଭୟଭୀତ ପରିବେଶ ସୃଷ୍ଟି କରୁଥିଲେ ମଧ୍ୟ ବିଭାଗୀୟ କର୍ମଚାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନଥିବାର ଅଭିଯୋଗ ହେଉଛି। ଗତ କାଲି ରାତ୍ରିରେ ହାତୀପଲ ମାଧବପୁରଠାରେ ଅବସ୍ଥିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ପରିସରରେ ଶକ୍ତ ପାଚେରୀ ଭାଙ୍ଗି ପଶିଥିଲେ। ପରିସରରେ ଥିବା ଆମ୍ବ,ପଣସ ଓ ନଡିଆ ଆଦି ଗଛକୁ […]

ଗୁରୁଡିଝାଟିଆ : ଆଠଗଡ ବନାଞ୍ଚଳରେ ହାତୀପଲଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି। ସଂଜ ହେଲେ ଜଙ୍ଗଲରୁ ବାହାରି ଖାଦ୍ୟ ସନ୍ଧାନରେ ବାଡ଼ି ବଗିଚାରେ ପଶି ନଷ୍ଟ କରି ଭୟଭୀତ ପରିବେଶ ସୃଷ୍ଟି କରୁଥିଲେ ମଧ୍ୟ ବିଭାଗୀୟ କର୍ମଚାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନଥିବାର ଅଭିଯୋଗ ହେଉଛି। ଗତ କାଲି ରାତ୍ରିରେ ହାତୀପଲ ମାଧବପୁରଠାରେ ଅବସ୍ଥିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ପରିସରରେ ଶକ୍ତ ପାଚେରୀ ଭାଙ୍ଗି ପଶିଥିଲେ। ପରିସରରେ ଥିବା ଆମ୍ବ,ପଣସ ଓ ନଡିଆ ଆଦି ଗଛକୁ ଭାଙ୍ଗି ଦେଇଛନ୍ତି ହାତୀପଲ।
ପ୍ରକାଶଯୋଗ୍ୟ ବିଭାଗ ହାତୀ ଗତିବିଧି ଓ ଜନସାଧାରଣଙ୍କ ସୁରକ୍ଷା ଦାୟିତ୍ବ ଠିକା କର୍ମଚାରୀଙ୍କ ହାତରେ ଛାଡି ଦେଇ ରାତ୍ରିରେ କୁମ୍ଭକର୍ଣ୍ଣ ନିଦ୍ରା ଯାଉଥିବାର ଅଭିଯୋଗ ହେଉଛି।ରାଜ୍ୟ ସରକାର ହସ୍ତୀ ସୁରକ୍ଷା ଓ ସେମାନଙ୍କ ଗତି ବିଧି ଅନୁଧ୍ୟାନ ପାଇଁ ପାଞ୍ଚ ସ୍ଥାରୀୟ ସୁରକ୍ଷା ବ୍ୟବସ୍ଥା କରିଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ରହିଛି। ହାତୀ କେଉଁଆଡେ କେତେବେଳେ ଓ କେତେ ସଂଖ୍ୟକ ହାତୀ ରହିଲେ ତାହାର ପ୍ରକୃତ ତଥ୍ୟରେ ତାଳ ମେଳ ରହୁ ନଥିବାର ଅଧିକାଂଶ ସମୟରେ ଦେଖା ଯାଉଥିବାର ଅଭିଯୋଗ ହେଉଛି। ଏଥିପ୍ରତି ଦୃଷ୍ଟି ଦେବା ସଙ୍ଗେ ସଙ୍ଗେ ତୁରନ୍ତ କ୍ଷୟ କ୍ଷତି ମିଳି ପାରିବା ନେଇ ସୁବ୍ୟବସ୍ଥା କରିବାକୁ ଦୃଷ୍ଟି ଦେବା ନିମନ୍ତେ ସାଧାରଣରେ ଦାବି ହେଉଛି।