ଭାରତ ପାଇଁ ୧୫୦ ରନ୍ କରିବା ବି ମୁସ୍କିଲ ହେବ, ଜାଣନ୍ତୁ ୱାଙ୍ଖଡେରେ ସବୁଠୁ ବଡ଼ ରନ୍ ଚେଜ୍ କେତେ ?
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି । ମ୍ୟାଚ୍ର ତୃତୀୟ ଦିନରେ ହିଁ ରେଜଲ୍ଟ ଆସିବାର ସମ୍ଭାବନା ରହିଛି । ୱାଙ୍ଖଡେର ଟର୍ଣ୍ଣିଂ ପିଚ୍ରେ ଶନିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ପାଇଁ ବେଶ ଆହ୍ୱାନପୂର୍ଣ୍ଣ ଥିଲା । ଶେଷ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତର ପ୍ରଥମ ଇନିଂସରେ ୨୬୩ ରନ୍ ଜବାବରେ ଭ୍ରମଣକାରୀ ଟିମ୍ ୯ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା । ନ୍ୟୁଜିଲାଣ୍ଡ ଟିମ୍ ୧୪୩ ରନ୍ ଲିଡ୍ ଥିବା ବେଳେ ହାତରେ କେବଳ ଗୋଟିଏ ୱିକେଟ୍ ରହିଛି । କିୱି ଟିମ୍ ଯଦିଓ କମ କରିଛି କିନ୍ତୁ ଭାରତ ପାଇଁ ୧୫୦ ରନ୍ ଲକ୍ଷ୍ୟ ମଧ୍ୟ ବଡ଼ ହୋଇପାରେ ।ୱାଙ୍ଖଡେରେ ଦ୍ୱିତୀୟ ଦିନର ଖେଳରେ ପିଚ୍ରେ ଅଧିକ ଟର୍ଣ୍ଣିଂ ଦେଖିବାକୁ ମିଳିଥିଲା, ତେଣୁ ତୃତୀୟ ଦିନରେ ଭାରତୀୟ ବ୍ୟାଟରଙ୍କ ପାଇଁ ମୁସ୍କିଲ ବଢିପାରେ । ୱାଙ୍ଖଡେରେ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଇନିଂସରେ ସବୁଠାରୁ ବଡ଼ ଲକ୍ଷ୍ୟ ହାସଲ ଦକ୍ଷିଣ ଆଫ୍ରିକା ଦ୍ୱାରା ୨୦୦୦ ମସିହାରେ ହୋଇଥିଲା । ସେହି ସମୟରେ ଦକ୍ଷିଣ ଆଫ୍ରିକା ୧୬୪ ରନ୍ ଲକ୍ଷ୍ୟ ହାସଲ କରିଥିଲା । ୧୯୮୦ରେ ଇଂଲଣ୍ଡ, ଭାରତ ବିପକ୍ଷରେ ୯୬ ରନ୍ ଲକ୍ଷ୍ୟ ହାସଲ କରିଥିଲା ।ତୃତୀୟ ଟେଷ୍ଟରେ ଭାରତକୁ ୧୫୦ କିମ୍ୱା ଏହାଠାରୁ ଅଧିକ ରନ୍ ଟାର୍ଗେଟ୍ ମିଳିବାର ସମ୍ଭାବନା ରହିଛି । ଯଦି ଭାରତ ଏହି ଲକ୍ଷ୍ୟକୁ ହାସଲ କରେ ତେବେ ଏହା ଏହି ମୈଦାନରେ ଏକ ରେକର
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି । ମ୍ୟାଚ୍ର ତୃତୀୟ ଦିନରେ ହିଁ ରେଜଲ୍ଟ ଆସିବାର ସମ୍ଭାବନା ରହିଛି । ୱାଙ୍ଖଡେର ଟର୍ଣ୍ଣିଂ ପିଚ୍ରେ ଶନିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ପାଇଁ ବେଶ ଆହ୍ୱାନପୂର୍ଣ୍ଣ ଥିଲା । ଶେଷ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତର ପ୍ରଥମ ଇନିଂସରେ ୨୬୩ ରନ୍ ଜବାବରେ ଭ୍ରମଣକାରୀ ଟିମ୍ ୯ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା । ନ୍ୟୁଜିଲାଣ୍ଡ ଟିମ୍ ୧୪୩ ରନ୍ ଲିଡ୍ ଥିବା ବେଳେ ହାତରେ କେବଳ ଗୋଟିଏ ୱିକେଟ୍ ରହିଛି । କିୱି ଟିମ୍ ଯଦିଓ କମ କରିଛି କିନ୍ତୁ ଭାରତ ପାଇଁ ୧୫୦ ରନ୍ ଲକ୍ଷ୍ୟ ମଧ୍ୟ ବଡ଼ ହୋଇପାରେ ।
ୱାଙ୍ଖଡେରେ ଦ୍ୱିତୀୟ ଦିନର ଖେଳରେ ପିଚ୍ରେ ଅଧିକ ଟର୍ଣ୍ଣିଂ ଦେଖିବାକୁ ମିଳିଥିଲା, ତେଣୁ ତୃତୀୟ ଦିନରେ ଭାରତୀୟ ବ୍ୟାଟରଙ୍କ ପାଇଁ ମୁସ୍କିଲ ବଢିପାରେ । ୱାଙ୍ଖଡେରେ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଇନିଂସରେ ସବୁଠାରୁ ବଡ଼ ଲକ୍ଷ୍ୟ ହାସଲ ଦକ୍ଷିଣ ଆଫ୍ରିକା ଦ୍ୱାରା ୨୦୦୦ ମସିହାରେ ହୋଇଥିଲା । ସେହି ସମୟରେ ଦକ୍ଷିଣ ଆଫ୍ରିକା ୧୬୪ ରନ୍ ଲକ୍ଷ୍ୟ ହାସଲ କରିଥିଲା । ୧୯୮୦ରେ ଇଂଲଣ୍ଡ, ଭାରତ ବିପକ୍ଷରେ ୯୬ ରନ୍ ଲକ୍ଷ୍ୟ ହାସଲ କରିଥିଲା ।
ତୃତୀୟ ଟେଷ୍ଟରେ ଭାରତକୁ ୧୫୦ କିମ୍ୱା ଏହାଠାରୁ ଅଧିକ ରନ୍ ଟାର୍ଗେଟ୍ ମିଳିବାର ସମ୍ଭାବନା ରହିଛି । ଯଦି ଭାରତ ଏହି ଲକ୍ଷ୍ୟକୁ ହାସଲ କରେ ତେବେ ଏହା ଏହି ମୈଦାନରେ ଏକ ରେକର୍ଡ ହେବ । ୱାଙ୍ଖଡେରେ ଦ୍ୱିତୀୟ ଦିନ ଖେଳରେ ବୋଲରଙ୍କ ଦବଦବା ରହିଥିଲା । ନ୍ୟୁଜିଲାଣ୍ଡ ବୋଲର ଛଅ ୱିକେଟ୍ ନେଇଥିବା ବେଳେ ଭାରତୀୟ ବୋଲରଙ୍କୁ ୯ ୱିକେଟ୍ ମିଳିଥିଲା । ତୃତୀୟ ଦିନରେ ନ୍ୟୁଜିଲାଣ୍ଡର ଶେଷ ୱିକେଟ୍ ଶୀଘ୍ର ନେବା ଭାରତୀୟ ବୋଲରଙ୍କ ଲକ୍ଷ୍ୟ ରହିବ । ତେବେ ପିଚ୍କୁ ଦେଖିଲେ ଭାରତ ପାଇଁ ଲକ୍ଷ୍ୟ ହାସଲ ସହଜ ହେବ ନାହିଁ ।