ଅନଶନରେ ବସିଥିବା ଚାଷୀ ନେତାଙ୍କୁ ଡିସେମ୍ବର ୩୧ ସୁଦ୍ଧା ହସ୍ପିଟାଲରେ ଭର୍ତ୍ତି କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ମାସରୁ ଅଧିକ ସମୟ ଧରି ଅନଶନ କରୁଥିବା କୃଷକ ନେତା ଜଗଜିତ୍ ସିଂ ଡାଲୱାଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରମିକୋର୍ଟ। ଜଷ୍ଟିସ ସୁର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଉଜୱାଲ ଭୁୟାଁଙ୍କ ଗଠିତ ବେଞ୍ଚ ଡାଲୱାଲଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ପୂର୍ବ ନିର୍ଦ୍ଦେଶକୁ ଅନୁସରଣ କରିନଥିଲେ ରାଜ୍ୟ ସରକାର।ଅସହାୟ ପ୍ରକାଶ କରି ପଞ୍ଜାବ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଡାଲୱାଲଙ୍କୁ ଘେରି ରହିଥିବା ବିରୋଧୀ ଚାଷୀମାନେ ଡାକ୍ତରଖାନା ନିଆଯିବାକୁ ମନା କରୁଛନ୍ତି। ସୁପ୍ରିମକୋର୍ଟରେ ପଞ୍ଜାବ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଜେନେରାଲ୍ ଗୁରୁମିନ୍ଦର ସିଂ ଖଣ୍ଡପୀଠକୁ କହିଛନ୍ତି ଯେ ଏକ ବିଶେଷଜ୍ଞ ଟିମ୍‌ ଏହି ଆନ୍ଦୋଳନ ସ୍ଥଳ ପରିଦର୍ଶନ କରି ଡାଲୱାଲଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ପାଇଁ ଚେଷ୍ଟା କରିଛନ୍ତି।ସେ କହିଛନ୍ତି, 'ଡାଲୱାଲ ସମସ୍ତ ପ୍ରକାର ଚିକିତ୍ସା ସହାୟତାକୁ ମନା କରିଦେଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇଥିବାରୁ ପଞ୍ଜାବ ସରକାରଙ୍କୁ ଦାୟୀ କରିଛନ୍ତି ବେଞ୍ଚ। ସୁପ୍ରିମକୋର୍ଟ କହିଛନ୍ତି ଯେ ନେତା ଜଗଜିତ ସିଂ ଡାଲୱାଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାରେ ବାଧା ସୃଷ୍ଟି କରୁଥିବା ସେହି କୃଷକମାନେ ଆତ୍ମହତ୍ୟାକୁ ଉସକାଇବା ଅପରାଧରେ ଜଡିତ ଅଛନ୍ତି। ଡାଲୱାଲଙ୍କୁ ଡାକ୍ତରଖା

ଅନଶନରେ ବସିଥିବା ଚାଷୀ ନେତାଙ୍କୁ ଡିସେମ୍ବର ୩୧ ସୁଦ୍ଧା ହସ୍ପିଟାଲରେ ଭର୍ତ୍ତି କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ମାସରୁ ଅଧିକ ସମୟ ଧରି ଅନଶନ କରୁଥିବା କୃଷକ ନେତା ଜଗଜିତ୍ ସିଂ ଡାଲୱାଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରମିକୋର୍ଟ। ଜଷ୍ଟିସ ସୁର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଉଜୱାଲ ଭୁୟାଁଙ୍କ ଗଠିତ ବେଞ୍ଚ ଡାଲୱାଲଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ପୂର୍ବ ନିର୍ଦ୍ଦେଶକୁ ଅନୁସରଣ କରିନଥିଲେ ରାଜ୍ୟ ସରକାର।

ଅସହାୟ ପ୍ରକାଶ କରି ପଞ୍ଜାବ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଡାଲୱାଲଙ୍କୁ ଘେରି ରହିଥିବା ବିରୋଧୀ ଚାଷୀମାନେ ଡାକ୍ତରଖାନା ନିଆଯିବାକୁ ମନା କରୁଛନ୍ତି। ସୁପ୍ରିମକୋର୍ଟରେ ପଞ୍ଜାବ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଜେନେରାଲ୍ ଗୁରୁମିନ୍ଦର ସିଂ ଖଣ୍ଡପୀଠକୁ କହିଛନ୍ତି ଯେ ଏକ ବିଶେଷଜ୍ଞ ଟିମ୍‌ ଏହି ଆନ୍ଦୋଳନ ସ୍ଥଳ ପରିଦର୍ଶନ କରି ଡାଲୱାଲଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ପାଇଁ ଚେଷ୍ଟା କରିଛନ୍ତି।

ସେ କହିଛନ୍ତି, 'ଡାଲୱାଲ ସମସ୍ତ ପ୍ରକାର ଚିକିତ୍ସା ସହାୟତାକୁ ମନା କରିଦେଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇଥିବାରୁ ପଞ୍ଜାବ ସରକାରଙ୍କୁ ଦାୟୀ କରିଛନ୍ତି ବେଞ୍ଚ। ସୁପ୍ରିମକୋର୍ଟ କହିଛନ୍ତି ଯେ ନେତା ଜଗଜିତ ସିଂ ଡାଲୱାଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାରେ ବାଧା ସୃଷ୍ଟି କରୁଥିବା ସେହି କୃଷକମାନେ ଆତ୍ମହତ୍ୟାକୁ ଉସକାଇବା ଅପରାଧରେ ଜଡିତ ଅଛନ୍ତି। ଡାଲୱାଲଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାର ଏହାର ନିର୍ଦ୍ଦେଶ ପାଳନ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। 

ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ସମେତ ଚାଷୀଙ୍କ ଦାବିକୁ ଗ୍ରହଣ କରିବାକୁ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଡାଲୱାଲ ନଭେମ୍ବର ୨୬ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ଅଛନ୍ତି।