ଗୁରୁଦିବସରେ ସମ୍ବର୍ଦ୍ଧନା ସମାରୋହ ୨୦୨୪, ଜୁପିଟର ଛାତ୍ର ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୬/୦୯: ଲୋକସେବା ଭବନରେ ଅନୁଷ୍ଠିତ 'ରାଜ୍ୟସ୍ତରିୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୪' ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଶ୍ରୀମାନ ସୌମ୍ୟଜିତ ରାଉତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀମାନ ସୌମ୍ୟଜିତ ଦ୍ୱାଦଶ ଶ୍ରେଣୀ (ବିଜ୍ଞାନ) ପରୀକ୍ଷା -୨୦୨୪ ରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ I ପ୍ରକାଶ ଯୋଗ୍ୟ ଯେ, ୨୦୨୦ ମସିହାରେ ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଶ୍ରୀମାନ ସୁଦୀପ ସୁଦର୍ଶନ ରଣା ଦ୍ୱାଦଶ (ବିଜ୍ଞାନ)ରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ଏକ ନୂଆ ରେକର୍ଡ ସ୍ଥାପନ କରିଥିଲେ I ମୁଖ୍ୟମନ୍ତ୍ରୀ କୃତି ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରି ଉତ୍ସାହିତ କରିବା ଧାରାକୁ ଜୂପିଟର ବିଦ୍ୟାଳୟର ସଭାପତି ବିରଞ୍ଚି ନାରାୟଣ ପଣ୍ଡା ପ୍ରଶଂସା କରିବା ସହିତ ଶ୍ରୀମାନ ସୌମ୍ୟଜିତ୍ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

ଗୁରୁଦିବସରେ ସମ୍ବର୍ଦ୍ଧନା ସମାରୋହ ୨୦୨୪, ଜୁପିଟର ଛାତ୍ର ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୬/୦୯: ଲୋକସେବା ଭବନରେ ଅନୁଷ୍ଠିତ 'ରାଜ୍ୟସ୍ତରିୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୪' ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଶ୍ରୀମାନ ସୌମ୍ୟଜିତ ରାଉତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀମାନ ସୌମ୍ୟଜିତ ଦ୍ୱାଦଶ ଶ୍ରେଣୀ (ବିଜ୍ଞାନ) ପରୀକ୍ଷା -୨୦୨୪ ରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ I 

ପ୍ରକାଶ ଯୋଗ୍ୟ ଯେ, ୨୦୨୦ ମସିହାରେ ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଶ୍ରୀମାନ ସୁଦୀପ ସୁଦର୍ଶନ ରଣା ଦ୍ୱାଦଶ (ବିଜ୍ଞାନ)ରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ଏକ ନୂଆ ରେକର୍ଡ ସ୍ଥାପନ କରିଥିଲେ I ମୁଖ୍ୟମନ୍ତ୍ରୀ କୃତି ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରି ଉତ୍ସାହିତ କରିବା ଧାରାକୁ ଜୂପିଟର ବିଦ୍ୟାଳୟର ସଭାପତି ବିରଞ୍ଚି ନାରାୟଣ ପଣ୍ଡା ପ୍ରଶଂସା କରିବା ସହିତ ଶ୍ରୀମାନ ସୌମ୍ୟଜିତ୍ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।