ଏକ୍‌ଜିଟ ପୋଲ୍‌କୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ରାହୁଲ, ଅଖିଳେଶ

ନୂଆଦିଲ୍ଲୀ,୨ା୬: ଲୋକ ସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିବ ବୋଲି ଏକ୍‌ଜିଟ ପୋଲ୍‌ଗୁଡ଼ିକରେ ପୂର୍ବାନୁମାନ କରାଯିବାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଏହା ‘ମୋଦି ମିଡିଆ ପୋଲ୍‌’ ବୋଲି ରାହୁଲ କହିଛନ୍ତି। ଭିଡିଓ କନ୍‌ଫରେନ୍ସ ଜରିଆରେ ସେ ଦଳର ଲେକା ସଭା ସଦସ୍ୟମାନଙ୍କ ସହ ବୈଠକ କରିବା ପରେ ଏଆଇସିସି ମୁଖ୍ୟାଳୟରେ ଖବରଦାତାମାନଙ୍କୁ କହିଥିଲେ, ଜାତୀୟ ଗଣମାଧ୍ୟମଗୁଡ଼ିକ ଦ୍ୱାରା ପ୍ରସ୍ତୁତ ବୁଥ୍‌ ବାହୁଡ଼ା ସର୍ଭେ ପ୍ରଧାନମନ୍ତ୍ରୀଙ୍କ କଳ୍ପନାପ୍ରସୂତ […] The post ଏକ୍‌ଜିଟ ପୋଲ୍‌କୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ରାହୁଲ, ଅଖିଳେଶ appeared first on Dharitri Odia News.

ଏକ୍‌ଜିଟ ପୋଲ୍‌କୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ରାହୁଲ, ଅଖିଳେଶ

ନୂଆଦିଲ୍ଲୀ,୨ା୬: ଲୋକ ସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିବ ବୋଲି ଏକ୍‌ଜିଟ ପୋଲ୍‌ଗୁଡ଼ିକରେ ପୂର୍ବାନୁମାନ କରାଯିବାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଏହା ‘ମୋଦି ମିଡିଆ ପୋଲ୍‌’ ବୋଲି ରାହୁଲ କହିଛନ୍ତି। ଭିଡିଓ କନ୍‌ଫରେନ୍ସ ଜରିଆରେ ସେ ଦଳର ଲେକା ସଭା ସଦସ୍ୟମାନଙ୍କ ସହ ବୈଠକ କରିବା ପରେ ଏଆଇସିସି ମୁଖ୍ୟାଳୟରେ ଖବରଦାତାମାନଙ୍କୁ କହିଥିଲେ, ଜାତୀୟ ଗଣମାଧ୍ୟମଗୁଡ଼ିକ ଦ୍ୱାରା ପ୍ରସ୍ତୁତ ବୁଥ୍‌ ବାହୁଡ଼ା ସର୍ଭେ ପ୍ରଧାନମନ୍ତ୍ରୀଙ୍କ କଳ୍ପନାପ୍ରସୂତ ସର୍ଭେ। ଇଣ୍ଡିଆ ମେଣ୍ଟ ୨୯୫ ଆସନ ଜିତିବ କଂଗ୍ରେ ନେତା କହିଛନ୍ତି।

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ଏକ୍‌ଜିଟ ପୋଲ୍‌ ପୂର୍ବାନୁମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ଏକ୍‌ଜିଟ ପୋଲ୍‌ କେତେ ମାସ ପୂର୍ବରୁ ପ୍ରସ୍ତୁତ ହୋଇଥିଲା। ଏହାକୁ ବ୍ୟବହାର କରି ଭାଜପା ସମର୍ଥକମାନେ ଶେୟାର ବଜାର ଲାଭ ବଢ଼ାଇବାକୁ ଚାହାନ୍ତି। ପ୍ରକୃତ ସତ୍ୟ ସେମାନଙ୍କ ମୁହଁରୁ ଜଣାପଡ଼ୁଛି ବୋଲି ଅଖିଳେଶ କହିଛନ୍ତି।

The post ଏକ୍‌ଜିଟ ପୋଲ୍‌କୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ରାହୁଲ, ଅଖିଳେଶ appeared first on Dharitri Odia News.