ପାର୍ସଲ ବୋମା ଘଟଣା: ସାକ୍ଷୀ ଦେଲେ ଅରୁଣ ବୋଥ୍ରା

ପାଟଣାଗଡ,୩।୯(ସଚ୍ଚିଦାନନ୍ଦ ମହାକୁଡ): ବଲାଙ୍ଗିର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର କେସ ପାଟଣାଗଡ଼ କୋର୍ଟରେ ଚାଲିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରେ ରଖାଯାଇଛି। କେସର ପୂର୍ବରୁ ୫୯ଜଣ ସାକ୍ଷୀଙ୍କ ସାଖ୍ୟ ଗ୍ରହଣ ସରିଯାଇଥିବାବେଳେ ଆଜି ତତ୍କାଳୀନ କ୍ରାଇମବ୍ରାଞ୍ଚ ଡିଆଇଜି ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ ପାଟଣାଗଡ଼ କୋର୍ଟରେ କରାଯାଇଛି। ଅରୁଣ ବୋଥ୍ରା ତାଙ୍କର ସାକ୍ଷ୍ୟ ପ୍ରଦାନ କରିଥିବାବେଳେ ପ୍ରତିପକ୍ଷ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ର ସମୟ ଅଭାବରୁ ଅରୁଣ […] The post ପାର୍ସଲ ବୋମା ଘଟଣା: ସାକ୍ଷୀ ଦେଲେ ଅରୁଣ ବୋଥ୍ରା appeared first on Dharitri Odia News.

ପାର୍ସଲ ବୋମା ଘଟଣା: ସାକ୍ଷୀ ଦେଲେ ଅରୁଣ ବୋଥ୍ରା

ପାଟଣାଗଡ,୩।୯(ସଚ୍ଚିଦାନନ୍ଦ ମହାକୁଡ): ବଲାଙ୍ଗିର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର କେସ ପାଟଣାଗଡ଼ କୋର୍ଟରେ ଚାଲିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରେ ରଖାଯାଇଛି। କେସର ପୂର୍ବରୁ ୫୯ଜଣ ସାକ୍ଷୀଙ୍କ ସାଖ୍ୟ ଗ୍ରହଣ ସରିଯାଇଥିବାବେଳେ ଆଜି ତତ୍କାଳୀନ କ୍ରାଇମବ୍ରାଞ୍ଚ ଡିଆଇଜି ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ ପାଟଣାଗଡ଼ କୋର୍ଟରେ କରାଯାଇଛି। ଅରୁଣ ବୋଥ୍ରା ତାଙ୍କର ସାକ୍ଷ୍ୟ ପ୍ରଦାନ କରିଥିବାବେଳେ ପ୍ରତିପକ୍ଷ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ର ସମୟ ଅଭାବରୁ ଅରୁଣ ବୋଥ୍ରାଙ୍କୁ ଜେରା କରିପାରି ନ ଥିବା କହିଛନ୍ତି। ପୁଣି ଗୋଟିଏ ତାରିଖ ନିଆଯିବ ବୋଲି କହିଛନ୍ତି l
୨୦୧୮, ଫେବୃଆରୀ ୨୩ରେରେ ଲୋମହର୍ଷଣକାରୀ ପାର୍ସଲ ବୋମା ଘଟଣା ଘଟିଥିଲା। ଏହି ଘଟଣାରେ ସୌମ୍ୟଶେଖର ଓ ତାଙ୍କ ଜେଜେମା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା ଓ ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ଆଘାତ ପାଇଥିଲେ l

The post ପାର୍ସଲ ବୋମା ଘଟଣା: ସାକ୍ଷୀ ଦେଲେ ଅରୁଣ ବୋଥ୍ରା appeared first on Dharitri Odia News.