ନିର୍ବାଚନ ମଧ୍ୟରେ ରଶ୍ମିକାଙ୍କ ଉପରେ କାହିଁକି ରାଗିଲା କଂଗ୍ରେସ?
ନୂଆଦିଲ୍ଲୀ,୧୯।୫: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ‘ଅଟଳ ବିହାରୀ ବାଜପେୟୀ ସେୱ୍ରି-ନଭା ଶେଭା ଅଟଳ ସେଟୁ’ର ଏକ ପ୍ରମୋସନାଲ ଭିଡିଓ ପୋଷ୍ଟ କରିଥିବାରୁ ଅଭିନେତ୍ରୀ ରଶ୍ମିିକା ମନ୍ଦାନା ଟ୍ରୋଲର ସମ୍ମୁଖୀନ ହୋଇଛନ୍ତି। କେବଳ ଏତିକି ନୁହେଁ ଏଥର ମଧ୍ୟ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛି। କେରଳ କଂଗ୍ରେସ ରଶ୍ମିକା ମନ୍ଦାନାଙ୍କୁ ସମାଲୋଚନା କରି କହିଛି ଯେ ବଲିଉଡ ଅଭିନେତ୍ରୀଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓକୁ ଇଡି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। କେରଳ କଂଗ୍ରେସ ଟୁଇଟରରେ ଲେଖିଛି, ପ୍ରିୟ […] The post ନିର୍ବାଚନ ମଧ୍ୟରେ ରଶ୍ମିକାଙ୍କ ଉପରେ କାହିଁକି ରାଗିଲା କଂଗ୍ରେସ? appeared first on Dharitri Odia News.
ନୂଆଦିଲ୍ଲୀ,୧୯।୫: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ‘ଅଟଳ ବିହାରୀ ବାଜପେୟୀ ସେୱ୍ରି-ନଭା ଶେଭା ଅଟଳ ସେଟୁ’ର ଏକ ପ୍ରମୋସନାଲ ଭିଡିଓ ପୋଷ୍ଟ କରିଥିବାରୁ ଅଭିନେତ୍ରୀ ରଶ୍ମିିକା ମନ୍ଦାନା ଟ୍ରୋଲର ସମ୍ମୁଖୀନ ହୋଇଛନ୍ତି। କେବଳ ଏତିକି ନୁହେଁ ଏଥର ମଧ୍ୟ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛି। କେରଳ କଂଗ୍ରେସ ରଶ୍ମିକା ମନ୍ଦାନାଙ୍କୁ ସମାଲୋଚନା କରି କହିଛି ଯେ ବଲିଉଡ ଅଭିନେତ୍ରୀଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓକୁ ଇଡି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।
କେରଳ କଂଗ୍ରେସ ଟୁଇଟରରେ ଲେଖିଛି, ପ୍ରିୟ ରଶ୍ମିକା ମନ୍ଦାନା ଜୀ, ଦେଶ ପୂର୍ବରୁ ପେଡ ବିଜ୍ଞାପନ ଏବଂ ସରୋଗେଟ ବିଜ୍ଞାପନ ଦେଖିଛି। ଏହା ପ୍ରଥମ ଥର ପାଇଁ ଆମେ ଇଡି ନିର୍ଦ୍ଦେଶିତ ବିଜ୍ଞାପନ ଦେଖୁଛୁ। ଏହା ଭଲ ହୋଇଛି। ବହୁତ ଭଲ! ଆମେ ଦେଖିଛୁ, ଅଟଳ ସେତୁ। ତୁମର ବିଜ୍ଞାପନରେ ଖାଲି ଦେଖାଯାଉଛି ଯେହେତୁ ଆମେ କେରଳର, ତେଣୁ ଆମେ ଭାବୁଥିଲୁ ମୁମ୍ବାଇରେ ଟ୍ରାଫିକ ବହୁତ କମ, ତେଣୁ ଆମେ ମୁମ୍ବାଇରେ ଆମର ସାଙ୍ଗମାନଙ୍କ ସହିତ ଏହା ଯାଞ୍ଚ କଲୁ।
ଏହି ପୋଷ୍ଟରେ ଆହୁରି ମଧ୍ୟ କୁହାଯାଇଛି, ସେମାନେ ଆମକୁ କହିଥିଲେ ଯେ ରାଜୀବ ଗାନ୍ଧୀ ବାନ୍ଦ୍ରା-ୱର୍ଲି ସାଗର ଲିଙ୍କରେ ବହୁତ ଟ୍ରାଫିକ ଅଛି। ଆମେ ରେଫରେନ୍ସ ପାଇଁ ଏକ ଭିଡିଓ ମଧ୍ୟ ଶେୟାର କରିଛୁ। ଏହି ଭିଡିଓକୁ ମଧ୍ୟ ଦେଖନ୍ତୁ।
The post ନିର୍ବାଚନ ମଧ୍ୟରେ ରଶ୍ମିକାଙ୍କ ଉପରେ କାହିଁକି ରାଗିଲା କଂଗ୍ରେସ? appeared first on Dharitri Odia News.