ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି। ପରିବହନ, ବ୍ୟବସାୟ, ହୋଟେଲ, ରେଷ୍ଟୁରାଣ୍ଟରୁ ସୁଫଳ ପାଇବେ। ଆଲୋଚନା କାଳରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିବାକୁ ପଡ଼ିବ। ବୃଷ ଆଜି ଆପଣଙ୍କ ସାମାଜିକ ସ୍ଥିତି ସମ୍ମାନ୍‌ଜନକ ରହିବ। ପ୍ରତ୍ୟୁଷ ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା, ବାଣିଜ୍ୟ, ବ୍ୟବସାୟ ପ୍ରଭୃତି କ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ। ପରିବାରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା […] The post ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope
ମେଷ
ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି। ପରିବହନ, ବ୍ୟବସାୟ, ହୋଟେଲ, ରେଷ୍ଟୁରାଣ୍ଟରୁ ସୁଫଳ ପାଇବେ। ଆଲୋଚନା କାଳରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିବାକୁ ପଡ଼ିବ।
ବୃଷ
ବୃଷ
ଆଜି ଆପଣଙ୍କ ସାମାଜିକ ସ୍ଥିତି ସମ୍ମାନ୍‌ଜନକ ରହିବ। ପ୍ରତ୍ୟୁଷ ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା, ବାଣିଜ୍ୟ, ବ୍ୟବସାୟ ପ୍ରଭୃତି କ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ। ପରିବାରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହୋଇପାରନ୍ତି। ପ୍ରଶାସନ, ଆଇନ ଅଦାଲତ, ସଂଗଠନ, ସାମ୍ବାଦିକତା କ୍ଷେତ୍ରରେ ସୁପ୍ରତିଷ୍ଠିତ ହେବେ।
ମିଥୁନ
ମିଥୁନ
ଆଜିର ଗ୍ରହସ୍ଥିତି ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା ଓ ବିବାଦୀୟ କ୍ଷେତ୍ର ପାଇଁ ପ୍ରତିକୂଳତା ସୃଷ୍ଟି କରିବ। ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରି କୈଫିୟତ୍‌ ଦେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସମସ୍ୟା କମିଯିବା ସହ ମିତ୍ରତା ସୃଷ୍ଟି କରିପାରନ୍ତି। ଭୁଲ୍‌ ବୁଝାମଣାଜନିତ ଅବୁଝା ବନ୍ଧୁଙ୍କୁ ବୁଝାଇ ମନାଇବା କଷ୍ଟକର ହୋଇପଡ଼ିବ।
କର୍କଟ
କର୍କଟ
ଆଜି ଚତୁର୍ଥେଶ ରାହୁଯୁକ୍ତ ହେତୁ ପାରିବାରିକ ବିଷୟ ନେଇ ଡିପ୍ରେସନ ଲାଗିରହିବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବନ୍ଧୁଗହଣରେ ଆଲୋଚନାକୁ କେନ୍ଦ୍ରକରି ଭାବପ୍ରବଣତା ବଢ଼ିପାରେ। ବାଣିଜ୍ୟ, ଶିଳ୍ପ, ହୋଟେଲ ବ୍ୟବସାୟ କିମ୍ବା ପରିବହନରେ କ୍ଷତିରେ ହିଁ ପଡ଼ିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ବ୍ୟତିକ୍ରମ ଦୂରେଇଯିବାରୁ ଆଶ୍ୱସ୍ତି ଲାଭ କରିବେ। ମଘା ନକ୍ଷତ୍ରର ପାରିବାରିକ ସମସ୍ୟା ସାଙ୍ଗକୁ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ମାନସିକ ସ୍ଥିତିକୁ ବିପନ୍ନ କରିପାରେ। ବନ୍ଧୁଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ। ବ୍ୟବସାୟରେ ଉନ୍ନତି ସାଙ୍ଗକୁ ସନ୍ତାନଙ୍କ କୃତୀ ଓ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ।
କନ୍ୟା
ପାରିବାରିକ ସହଯୋଗ ଦ୍ୱାରା ଚେଷ୍ଟା କରୁଥିବା କାମ ପାଇଁ ଖୋରାକ୍‌ ମିଳିଯିବ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନର ରାସ୍ତା ବାହାର କରିପାରନ୍ତି। ନିଜ ମନପସନ୍ଦର ଜିନିଷ ଘରକୁ ଆଣିବେ। ପ୍ରଶାସନିକ ସଫଳତା, ମକଦ୍ଦମାରେ ବିଜୟ ଏବଂ ଆନୁଷ୍ଠାନିକ କାମରେ ସଫଳତା ପାଇବେ।
ତୁଳା
ତୁଳା
ପରିବାରରେ ସୁଖଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯନତ୍ କଲେ ବିଫଳ ହେବନି। ଅସୁସ୍ଥ ମାନସିକତା କାରଣରୁ ମନୋରଞ୍ଜନ କାର୍ଯ୍ୟକ୍ରମରେ ବିବାଦୀୟ ସ୍ଥିତି ଉପୁଜିପାରେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ। ରଚନାମତ୍କ କାମ, କଳା ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ଏବଂ ଚୁକ୍ତିପତ୍ର କରିବାରେ ସଫଳ ହେବେ।
ବିଛା
ବିଛା
ଅର୍ଥନୈତିକ ଉନ୍ନତି, ସାମାଜିକ ପ୍ରଗତି, ଆନୁଷ୍ଠାନିକ କ୍ଷେତ୍ରରେ ସଫଳତାରୁ ଖୁସି ରହିବେ। ବନ୍ଧୁମିଳନ, ନୂତନ ସମ୍ପର୍କ, ପ୍ରୀତିପ୍ରଦ ଆଲୋଚନାର ସୁଯୋଗ ପାଇପାରନ୍ତି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟରେ ସୁନାମ ଅର୍ଜନ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତ୍‌ରୁ ଉପକୃତ ହେବେ।
ଧନୁ
ଧନୁ
ଅଧିକାଂଶ ସମୟ ଅନ୍ୟମନସ୍କ ଓ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇପାରେ। ବ୍ୟବସାୟ ଓ ପରିବହନ କ୍ଷେତ୍ର, ଆଲୋଚନା ପରିସର, ସଭାସମିତିରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ବକେୟା ଆଦାୟରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ଆଜି କୌଣସି ବିବାଦୀୟ ଘଟଣାରେ ହସ୍ତକ୍ଷେପ କରିବା ଠିକ୍‌ ହେବନାହିଁ।
ମକର
ମକର
ଯେତେ ଚେଷ୍ଟାକଲେ ମଧ୍ୟ ସବୁକାମ ବିଳମ୍ବରେ ହିଁ ସମ୍ପନ୍ନ ହେବ। ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ, ଯାହା ଆପଣଙ୍କ ସମସ୍ୟାକୁ କମାଇ ଦେବ। ବନ୍ଧୁ ଠିକ୍‌ ସମୟରେ ନ ଫେରିବା କାରଣରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିଯିବାରୁ ବ୍ୟସ୍ତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଶୁକ୍ରଙ୍କ ସୁପ୍ରଭାବରୁ କଳା, ସାହିତ୍ୟ, ସଙ୍ଗୀତ ପ୍ରଭୃତିରୁ ସମ୍ମାନିତ ହେବେ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ବୁଝାମଣା ଠିକ୍‌ ରହିବା ଯୋଗୁ ପରିବାର ଓ କର୍ମକ୍ଷେତ୍ରରେ ସମସ୍ୟାମୁକ୍ତ ରହିବେ। କଚେରି ମାମଲା, ଜମିଜମା ବିବାଦଜନିତ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ

କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସମ୍ପନ୍ନ ହେବାରେ ବିଶେଷ ଅସୁବିଧା ହେବନାହିଁ। ଭଲ ସମ୍ପର୍କ ଥିବା ପଡ଼ୋଶୀଙ୍କ ଭୁଲ୍‌ ବୁଝାମଣାରୁ ମନାନ୍ତର ଘଟିବା ଆଶଙ୍କା ରହିଛି। ସମସ୍ୟା କମି କମି ଯିବାରୁ ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ। ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାମରେ ବନ୍ଧୁମିଳନ ହେତୁ ମନ ଖୁସି ରହିବ।

The post ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope appeared first on Dharitri Odia News.