Video: ରାସ୍ତା ଉପରେ ଲ୍ୟାଣ୍ଡିଂ ସମୟରେ କାରରେ ପିଟି ହେଲା ହେଲିକପ୍ଟର, ଲୋକେ ଭୟଭୀତ
ରୁଦ୍ରପ୍ରୟାଗ,୭।୬: ସେରସି ବଡାସୁରୁ ଚାରିଧାମ ତୀର୍ଥଯାତ୍ରୀଙ୍କୁ ନେଇ କେଦାରନାଥ ଧାମ ଯାଉଥିବା କ୍ରିଷ୍ଟାଲ ଆଭିଏସନ କମ୍ପାନୀର ଏକ ହେଲିକପ୍ଟରକୁ ରାସ୍ତାରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଏହି ସମୟରେ ଏହା ଏକ କାର ସହିତ ଧକ୍କା ହୋଇଥିଲା। ବିଶ୍ୱାସ କରାଯାଉଛି ଯେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଇଲଟ ସତର୍କତା ପ୍ରଦର୍ଶନ କରି ହେଲିକପ୍ଟରକୁ ରାସ୍ତାରେ ଅବତରଣ କରିଥିଲେ। ଏଥିରେ ପାଞ୍ଚ ଜଣ ଯାତ୍ରୀ ଥିଲେ, ସମସ୍ତେ ସୁରକ୍ଷିତ। ତଥାପି, ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି। ଏହି ଏମରଜେନ୍ସି […] The post Video: ରାସ୍ତା ଉପରେ ଲ୍ୟାଣ୍ଡିଂ ସମୟରେ କାରରେ ପିଟି ହେଲା ହେଲିକପ୍ଟର, ଲୋକେ ଭୟଭୀତ appeared first on Dharitri Odia News.
ରୁଦ୍ରପ୍ରୟାଗ,୭।୬: ସେରସି ବଡାସୁରୁ ଚାରିଧାମ ତୀର୍ଥଯାତ୍ରୀଙ୍କୁ ନେଇ କେଦାରନାଥ ଧାମ ଯାଉଥିବା କ୍ରିଷ୍ଟାଲ ଆଭିଏସନ କମ୍ପାନୀର ଏକ ହେଲିକପ୍ଟରକୁ ରାସ୍ତାରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଏହି ସମୟରେ ଏହା ଏକ କାର ସହିତ ଧକ୍କା ହୋଇଥିଲା।
ବିଶ୍ୱାସ କରାଯାଉଛି ଯେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଇଲଟ ସତର୍କତା ପ୍ରଦର୍ଶନ କରି ହେଲିକପ୍ଟରକୁ ରାସ୍ତାରେ ଅବତରଣ କରିଥିଲେ। ଏଥିରେ ପାଞ୍ଚ ଜଣ ଯାତ୍ରୀ ଥିଲେ, ସମସ୍ତେ ସୁରକ୍ଷିତ। ତଥାପି, ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି।
ଏହି ଏମରଜେନ୍ସି ଲ୍ୟାଣ୍ଡି ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କାର କ୍ଷତିଗ୍ରସ୍ତ ହୋଇଛି, ଯଦିଓ ଏଥିରେ କେହି ନଥିଲେ। କୁହାଯାଉଛି ଯେ ହେଲିକପ୍ଟରଟି ସେରସି ବଡାସୁ ହେଲିପ୍ୟାଡରୁ ଉଡ଼ାଣ କରିଥିଲା ଏବଂ ଉଡ଼ାଣ ଭରିବା ମାତ୍ରେ ରାସ୍ତାରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।
ୟୁସିଏଡିଏର ସିଇଓ ସୂଚନା ଦେଇଛନ୍ତି ଯେ ସେରସିରୁ ଯାତ୍ରୀମାନଙ୍କୁ ନେଇ ଉଡ଼ାଣ ଭରୁଥିବା କ୍ରିଷ୍ଟାଲ ଆଭିଏସନ ପ୍ରାଇଭେଟ ଲିମିଟେଡର ହେଲିକପ୍ଟର ସତର୍କତାମୂଳକ ପଦକ୍ଷେପ ସ୍ବରୂପ ହେଲିପ୍ୟାଡ ପରିବର୍ତ୍ତେ ରାସ୍ତାରେ ଅବତରଣ କରିଥିଲା। କୌଣସି କ୍ଷତି ହୋଇଥିବାର ରିପୋର୍ଟ ନାହିଁ। ଡିଜିସିଏକୁ ସୂଚନା ଦିଆଯାଇଛି। ନିର୍ଦ୍ଧାରିତ ସମୟ ଅନୁଯାୟୀ ବାକି ସଟଲ କାର୍ଯ୍ୟ ସ୍ବାଭାବିକ ଭାବରେ ଚାଲିଛି।
ଯାନ୍ତ୍ରିକ ତ୍ରୁଟି ଯୋଗୁ ରୁଦ୍ରପ୍ରୟାଗ ଜିଲାର ଗୁପ୍ତକାଶୀରେ ଏକ ଘରୋଇ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି। ହେଲିକପ୍ଟରରେ ଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି,‘ଉତ୍ତରାଖଣ୍ଡର ଏଡିଜି ଆଇନ ବ୍ୟବସ୍ଥା ଡକ୍ଟର ଭି ମୁରୁଗେସନ ଏଏନଆଇକୁ ଏହା କହିଛନ୍ତି।
रुद्रप्रयाग। चारधाम यात्रियों को ले जा रहे क्रिस्टल एविएशन के हेलीकॉप्टर की सड़क में इमरजेंसी लैंडिंग। कार से टकराया। pic.twitter.com/azqlS60xBJ
— Neha Bohra (@neha_suyal) June 7, 2025
The post Video: ରାସ୍ତା ଉପରେ ଲ୍ୟାଣ୍ଡିଂ ସମୟରେ କାରରେ ପିଟି ହେଲା ହେଲିକପ୍ଟର, ଲୋକେ ଭୟଭୀତ appeared first on Dharitri Odia News.