୧୦,୦୪୧ ରକ୍ତ ନମୁନାରୁ ୨୪୧ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨ା୮(ବନ୍ଦନା ସେଠୀ): ଚଳିତ ବର୍ଷ ଜୁଲାଇ ୩୦ସୁଦ୍ଧା ବିଏମ୍ସି ଅଞ୍ଚଳରେ ମୋଟ ୧୦ ହଜାର ୪୧ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ୯୪ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍ସି ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଏଥିସହ ଡେଙ୍ଗୁକୁ ପ୍ରତିହତ କରିବା ପାଇଁ ସ୍ବାସ୍ଥ୍ୟ ଟିମ୍ ସହିତ ସମନ୍ବୟ ରକ୍ଷା କରି ବିଏମ୍ସି ଅଞ୍ଚଳରେ ଡେଙ୍ଗୁ […] The post ୧୦,୦୪୧ ରକ୍ତ ନମୁନାରୁ ୨୪୧ ପଜିଟିଭ୍ ଚିହ୍ନଟ appeared first on Dharitri Odia News.
ଭୁବନେଶ୍ୱର,୨ା୮(ବନ୍ଦନା ସେଠୀ): ଚଳିତ ବର୍ଷ ଜୁଲାଇ ୩୦ସୁଦ୍ଧା ବିଏମ୍ସି ଅଞ୍ଚଳରେ ମୋଟ ୧୦ ହଜାର ୪୧ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ୯୪ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍ସି ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଏଥିସହ ଡେଙ୍ଗୁକୁ ପ୍ରତିହତ କରିବା ପାଇଁ ସ୍ବାସ୍ଥ୍ୟ ଟିମ୍ ସହିତ ସମନ୍ବୟ ରକ୍ଷା କରି ବିଏମ୍ସି ଅଞ୍ଚଳରେ ଡେଙ୍ଗୁ ସର୍ଭେଲାନ୍ସ ୨୦ ଜୁନ୍ରୁ ଆରମ୍ଭ ହୋଇଛି। ଡେଙ୍ଗୁ ସଂକ୍ରମଣ ରୋକିବା ପାଇଁ ପ୍ରାୟ ୮୫୦ ସ୍ବେଚ୍ଛାସେବୀ ବିଏମ୍ସି ଅଞ୍ଚଳରେ ଘରଘର ବୁଲି ଡେଙ୍ଗୁ ଉତ୍ସଗୁଡିକ ହ୍ରାସ ଉପରେ ସଚେତନତା ସୃଷ୍ଟି କରୁଛନ୍ତି। ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ମଶାବଂଶ ବୃଦ୍ଧି ଉତ୍ସ ହ୍ରାସ ସହିତ ଲାର୍ଭା ବିରୋଧୀ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଥିବା କୁହାଯାଇଛି। ସେହିପରି ଚଳିତ ମାସ ୨୨ ତାରିଖରୁ ସବୁ ଓ୍ବାର୍ଡରେ ଅଟୋ ମାଉଁଡେଟ ଏବଂ ହ୍ୟାଣ୍ଡ ଅପରେଟେଡ୍ ଫଗିଂ ବା ମଶାଧୂଆଁ ଦେବା କାର୍ଯ୍ୟକ୍ରମ ଚାଲୁ ରହିଛି।
ଅପରପକ୍ଷେ ଗତବର୍ଷ ତୁଳନାରେ ଚଳିତବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମ୍ ରହିଥିବା ସୂଚନା ଦିଆଯାଇଛି। ୨୦୨୩ ଜୁଲାଇରେ ୨୧୯୫ ନମୁନା ଟେଷ୍ଟିଂ ହୋଇଥିବାବେଳେ ଚଳିତବର୍ଷ ଜୁଲାଇରେ ୩୩୧୭ ଟେଷ୍ଟିଂ ହୋଇଛି। ସେହିପରି ୨୦୨୩ରେ ୫୦୯ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୧୯୦ ରହିଛି। ଟେଷ୍ଟ ଓ ପଜିଟିଭ୍ ରେଟ୍ ୨୦୨୩ରେ ୨୩.୧୯% ରହିଥିବାବେଳେ ୨୦୨୪ରେ ଏହା ୫.୭୩ % ରହିଛି। ନାଗରିକଙ୍କ ସଚେତନତା ବୃଦ୍ଧି ହେତୁ ଏହା ସମ୍ଭବ ହୋଇପାରିଛି। ତେଣୁ ଏହି ସଚେତନତା ବଜାୟ ରଖି ଭୁବନେଶ୍ୱରର ଜନସ୍ବାସ୍ଥ୍ୟକୁ ସମସ୍ତ ଦିଗରୁ ଉନ୍ନତ ରଖିବା ପାଇଁ ବିଏମ୍ସି କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।
The post ୧୦,୦୪୧ ରକ୍ତ ନମୁନାରୁ ୨୪୧ ପଜିଟିଭ୍ ଚିହ୍ନଟ appeared first on Dharitri Odia News.