ଆକ୍ସନ ମୋଡ୍‌ରେ ପ୍ରତିରକ୍ଷା ମନ୍ତ୍ରୀ: ସେନା ମୁଖ୍ୟଙ୍କ ଦେଲେ ଏମିତି ନିର୍ଦ୍ଦେଶ

ଶ୍ରୀନଗର,୧୬।୭: ଜମ୍ମୁର ଡୋଡାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ସରକାରଙ୍କ କଡ଼ା ଆଭିମୁଖ୍ୟ ରହିଛି। ମଙ୍ଗଳବାର ଏହି ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସହ ଫୋନରେ କଥା ହୋଇଛନ୍ତି। ଆତଙ୍କବାଦୀ ଘଟଣାର କଡା ମୁକାବିଲା କରିବାକୁ ସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁସାରେ, ରାଜନାଥ ସିଂ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ କହିଥିଲେ, ଯେ ଆତଙ୍କବାଦୀ ଏବଂ ସେମାନଙ୍କ ସଂଗଠନଗୁଡ଼ିକ ଉପରେ କୌଣସି ଢିଲା ହେବା ଉଚିତ୍‌ […] The post ଆକ୍ସନ ମୋଡ୍‌ରେ ପ୍ରତିରକ୍ଷା ମନ୍ତ୍ରୀ: ସେନା ମୁଖ୍ୟଙ୍କ ଦେଲେ ଏମିତି ନିର୍ଦ୍ଦେଶ appeared first on Dharitri Odia News.

ଆକ୍ସନ ମୋଡ୍‌ରେ ପ୍ରତିରକ୍ଷା ମନ୍ତ୍ରୀ: ସେନା ମୁଖ୍ୟଙ୍କ ଦେଲେ ଏମିତି ନିର୍ଦ୍ଦେଶ

ଶ୍ରୀନଗର,୧୬।୭: ଜମ୍ମୁର ଡୋଡାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ସରକାରଙ୍କ କଡ଼ା ଆଭିମୁଖ୍ୟ ରହିଛି। ମଙ୍ଗଳବାର ଏହି ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସହ ଫୋନରେ କଥା ହୋଇଛନ୍ତି। ଆତଙ୍କବାଦୀ ଘଟଣାର କଡା ମୁକାବିଲା କରିବାକୁ ସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁସାରେ, ରାଜନାଥ ସିଂ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ କହିଥିଲେ, ଯେ ଆତଙ୍କବାଦୀ ଏବଂ ସେମାନଙ୍କ ସଂଗଠନଗୁଡ଼ିକ ଉପରେ କୌଣସି ଢିଲା ହେବା ଉଚିତ୍‌ ନୁହେଁ। ଡୋଡାଠାରେ ଆତଙ୍କବାଦୀଙ୍କ ସହ ଚାଲିଥିବା ଏନକାଉଣ୍ଟର ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସେନା ମୁଖ୍ୟଙ୍କଠାରୁ ସୂଚନା ନେଇଥିଲେ। ସେନା ମୁଖ୍ୟଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଜମ୍ମୁର ଡୋଡା ଜିଲାରେ ହଠାତ୍‌ ବହୁ ସଶସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ବିଷୟରେ ସୂଚନା ପାଇବା ମାତ୍ରେ ସେନା ଘଟଣାସ୍ଥଳରେ ପହଞ୍ଚି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା ଜଣେ ଅଧିକାରୀଙ୍କ ସମେତ ଚାରିଜଣ ସୈନିକଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି।

The post ଆକ୍ସନ ମୋଡ୍‌ରେ ପ୍ରତିରକ୍ଷା ମନ୍ତ୍ରୀ: ସେନା ମୁଖ୍ୟଙ୍କ ଦେଲେ ଏମିତି ନିର୍ଦ୍ଦେଶ appeared first on Dharitri Odia News.