ଭ୍ଲାଦିମିର ପୁଟିନଙ୍କ ଅଛନ୍ତି ୨ ପୁଅ, ବଞ୍ଚୁଛନ୍ତି ସିକ୍ରେଟ୍ ଲାଇଫ୍: ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବ୍ୟକ୍ତଗିତ ଜୀବନକୁ ନେଇ ଏକ ବଡ଼ ଦାବି ସାମନାକୁ ଆସିଛି । ନୂଆ ଦାବି ଅନୁସାରେ ପୁଟିନଙ୍କ କଥିତ ପାର୍ଟନର ଏବଂ ପୂର୍ବତନ ଅଲିମ୍ପିକ୍ସ ଜିମାନଷ୍ଟ ଏଲିନା କାବାଏଭାଙ୍କ ଦୁଇ ପୁଅ ଅଛନ୍ତି । ସେମାନଙ୍କ ବୟସ ୯ ବର୍ଷ ଏବଂ ୫ ବର୍ଷ । ଫୋର୍ବ୍ସର ରିପୋର୍ଟରେ ଡୋଜିୟର ସେଣ୍ଟରକୁ ତଥ୍ୟକୁ ନେଇ ଏହି ସୂଚନା ଦିଆଯାଇଛି । ଏହି ଆଉଟ୍‌ଲେଟ୍‌ରେ ରୁଷର ଯାଞ୍ଚ ଏଜେନ୍ସିର ସୂତ୍ର କଥା ଉଲ୍ଲେଖ ଯାଯାଇଛି, ଯିଏ ନିଜେ ପୁଟିନଙ୍କ ପୁଅଙ୍କୁ ଦେଖିଥିବା ଦାବି କରିଛନ୍ତି । ଏଥିରେ କୁହାଯାଇଛି ଯେ ପୁଟିନଙ୍କ ପାର୍ଟନରଙ୍କ ପୁଅ ସମ୍ପୂର୍ଣ୍ଣ ଗୋପନୀୟତା ସହ ଅତ୍ୟନ୍ତ ସୁରକ୍ଷିତ ଆବାସରେ ବଡ଼ ହେଉଛନ୍ତି । ଏପରିକି ଦୁଇ ପୁଅ ନିଜ ବାପା-ମାଆଙ୍କୁ ମଧ୍ୟ କମ ଭେଟନ୍ତି ।୭୧ ବର୍ଷୀୟ ପୁଟିନଙ୍କ ପୂର୍ବତନ ସ୍ତ୍ରୀଙ୍କ ନାଁ ଲ୍ୟୁଡମିଲା ପୁଟିନ ଏବଂ ଉଭୟଙ୍କ ୨ ଝିଅ ଅଛନ୍ତି । ୩୯ ବର୍ଷୀୟ ମାରିୟା ଏବଂ ୩୮ ବର୍ଷୀୟ କତେରୀନା । ପୁଟିନ ନିଜେ ସାର୍ବଜନୀନ ରୂପେ ଏହି ଘୋଷଣା କରିସାରିଛନ୍ତି । ଲ୍ୟୁଡମିଲାଙ୍କ ସହ ପୁଟିନଙ୍କ ବିବାହ ୧୯୮୩ ମସିହାରେ ହୋଇଥିଲା । ଡୋଜିୟର ସେଣ୍ଟରରେ ଦାବି କରାଯାଇଛି ଯେ ଏଲିନା କାବାଏଭା ଏବଂ ପୁଟିନ ୨୦୦୮ରୁ ଡେଟିଂ କରୁଥିଲେ । ଲ୍ୟୁଡମିଲାଙ୍କ ସହ ଛାଡ଼ପତ୍ରର ଛଅ ବର୍ଷ ପୂର୍ବରୁ ଏହା ଆରମ୍ଭ ହୋଇଥିଲା । ରିପୋର୍ଟ ଅନୁସାରେ ୪୧ ବର୍ଷୀୟ କାବେଭା ସ୍ୱିଜରଲାଣ୍ଡର ଲୁଗାନୋରେ ମାଟେରନି

ଭ୍ଲାଦିମିର ପୁଟିନଙ୍କ ଅଛନ୍ତି ୨ ପୁଅ, ବଞ୍ଚୁଛନ୍ତି ସିକ୍ରେଟ୍ ଲାଇଫ୍: ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବ୍ୟକ୍ତଗିତ ଜୀବନକୁ ନେଇ ଏକ ବଡ଼ ଦାବି ସାମନାକୁ ଆସିଛି । ନୂଆ ଦାବି ଅନୁସାରେ ପୁଟିନଙ୍କ କଥିତ ପାର୍ଟନର ଏବଂ ପୂର୍ବତନ ଅଲିମ୍ପିକ୍ସ ଜିମାନଷ୍ଟ ଏଲିନା କାବାଏଭାଙ୍କ ଦୁଇ ପୁଅ ଅଛନ୍ତି । ସେମାନଙ୍କ ବୟସ ୯ ବର୍ଷ ଏବଂ ୫ ବର୍ଷ । ଫୋର୍ବ୍ସର ରିପୋର୍ଟରେ ଡୋଜିୟର ସେଣ୍ଟରକୁ ତଥ୍ୟକୁ ନେଇ ଏହି ସୂଚନା ଦିଆଯାଇଛି । ଏହି ଆଉଟ୍‌ଲେଟ୍‌ରେ ରୁଷର ଯାଞ୍ଚ ଏଜେନ୍ସିର ସୂତ୍ର କଥା ଉଲ୍ଲେଖ ଯାଯାଇଛି, ଯିଏ ନିଜେ ପୁଟିନଙ୍କ ପୁଅଙ୍କୁ ଦେଖିଥିବା ଦାବି କରିଛନ୍ତି । ଏଥିରେ କୁହାଯାଇଛି ଯେ ପୁଟିନଙ୍କ ପାର୍ଟନରଙ୍କ ପୁଅ ସମ୍ପୂର୍ଣ୍ଣ ଗୋପନୀୟତା ସହ ଅତ୍ୟନ୍ତ ସୁରକ୍ଷିତ ଆବାସରେ ବଡ଼ ହେଉଛନ୍ତି । ଏପରିକି ଦୁଇ ପୁଅ ନିଜ ବାପା-ମାଆଙ୍କୁ ମଧ୍ୟ କମ ଭେଟନ୍ତି ।

୭୧ ବର୍ଷୀୟ ପୁଟିନଙ୍କ ପୂର୍ବତନ ସ୍ତ୍ରୀଙ୍କ ନାଁ ଲ୍ୟୁଡମିଲା ପୁଟିନ ଏବଂ ଉଭୟଙ୍କ ୨ ଝିଅ ଅଛନ୍ତି । ୩୯ ବର୍ଷୀୟ ମାରିୟା ଏବଂ ୩୮ ବର୍ଷୀୟ କତେରୀନା । ପୁଟିନ ନିଜେ ସାର୍ବଜନୀନ ରୂପେ ଏହି ଘୋଷଣା କରିସାରିଛନ୍ତି । ଲ୍ୟୁଡମିଲାଙ୍କ ସହ ପୁଟିନଙ୍କ ବିବାହ ୧୯୮୩ ମସିହାରେ ହୋଇଥିଲା । ଡୋଜିୟର ସେଣ୍ଟରରେ ଦାବି କରାଯାଇଛି ଯେ ଏଲିନା କାବାଏଭା ଏବଂ ପୁଟିନ ୨୦୦୮ରୁ ଡେଟିଂ କରୁଥିଲେ । ଲ୍ୟୁଡମିଲାଙ୍କ ସହ ଛାଡ଼ପତ୍ରର ଛଅ ବର୍ଷ ପୂର୍ବରୁ ଏହା ଆରମ୍ଭ ହୋଇଥିଲା । ରିପୋର୍ଟ ଅନୁସାରେ ୪୧ ବର୍ଷୀୟ କାବେଭା ସ୍ୱିଜରଲାଣ୍ଡର ଲୁଗାନୋରେ ମାଟେରନିଟି ସେଣ୍ଟରରେ ଇଭାନଙ୍କୁ ଜନ୍ମ ଦେଇଥିଲେ । ଭ୍ଲାଦିମିର ଜୁନିୟରଙ୍କ ଜନ୍ମ ମସ୍କୋରେ ହୋଇଥିଲା ।   

ରିପୋର୍ଟରେ ଦାବି କରାଯାଇଛି ଯେ ଇଭାନ ଏବଂ ଭ୍ଲାଦିମିର ଜୁନିୟର ଉଭୟ ମସ୍କୋରେ ପୁଟିନଙ୍କ ମହଲରେ ରହୁଛନ୍ତି । ଏପରିକି ସେମାନଙ୍କ ନିଜ ସମବୟସର ଅନ୍ୟ ପିଲାଙ୍କ ସହ କୌଣସି ସମ୍ପର୍କ ନାହିଁ । ସେମାନେ ସଙ୍ଗୀତ ଶିଖୁଛନ୍ତି । ଏହାସହ ସେମାନଙ୍କୁ ସନ୍ତରଣ ଏବଂ ଜିମନାଷ୍ଟିକ ଟ୍ରେନିଂ ମଧ୍ୟ ଦିଆଯାଉଛି । ଗତ ବର୍ଷ ଏକ ରିପୋର୍ଟ ଆସିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ପୁଟିନ ନିଜର କଥିତ ପ୍ରେମିକା ଏବଂ ପିଲାଙ୍କ ପାଇଁ ସମ୍ପତ୍ତି କିଣିବା ପାଇଁ ଅତ୍ୟଧିକ ଖର୍ଚ୍ଚ କରିଛନ୍ତି ।