ପୋଖରୀରେ ବୁଡି ଯୁବକ ମୃତ

ବେଲଗୁଣ୍ଠା , ( 19/02) -ଆଜି ପୂର୍ବାହ୍ନରେ ବେଲଗୁଣ୍ଠା ପିଲାଖାଇ ପୋଖରୀରେ ବୁଡି ଜଣେ ୩୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବେଲଗୁଣ୍ଠା କୋଳି ସାହିର ସୁଜିତ୍ ଡାକୁଆ ସକାଳୁ କୌଣସି କାରଣରୁ ପିଲାଖାଇ ପୋଖରୀକୁ ଯାଇଥିଲେ । ସେଠାରେ ଅସାବଧାନତା ବଶତଃ ପୋଖରୀରେ ବୁଡି ଯାଇଥିଲେ । ଅପରାହ୍ନ ସମୟରେ ତାଙ୍କୁ ଅଚେତ ଅବସ୍ଥାରେ ପୋଖରୀରୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ତାଙ୍କୁ ପ୍ରଥମେ […] The post ପୋଖରୀରେ ବୁଢ଼ୀ ଯୁବକ ମୃତ appeared first on Odisha.News.

ପୋଖରୀରେ ବୁଡି ଯୁବକ ମୃତ

ବେଲଗୁଣ୍ଠା , ( 19/02) -ଆଜି ପୂର୍ବାହ୍ନରେ ବେଲଗୁଣ୍ଠା ପିଲାଖାଇ ପୋଖରୀରେ ବୁଡି ଜଣେ ୩୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବେଲଗୁଣ୍ଠା କୋଳି ସାହିର ସୁଜିତ୍ ଡାକୁଆ ସକାଳୁ କୌଣସି କାରଣରୁ ପିଲାଖାଇ ପୋଖରୀକୁ ଯାଇଥିଲେ । ସେଠାରେ ଅସାବଧାନତା ବଶତଃ ପୋଖରୀରେ ବୁଡି ଯାଇଥିଲେ । ଅପରାହ୍ନ ସମୟରେ ତାଙ୍କୁ ଅଚେତ ଅବସ୍ଥାରେ ପୋଖରୀରୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ତାଙ୍କୁ ପ୍ରଥମେ ବେଲଗୁଣ୍ଠା ଓ ପରେ ଭଞ୍ଜନଗର ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।ଖବର ପାଇ ବେଲଗୁଣ୍ଠା ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ଏବଂ ଏସ.ଆଇ ମହେଶ୍ୱର ବେହେରା ତଦନ୍ତ କରୁଥିବା ନେଇ ସେକେଣ୍ଡ ଅଫିସର ଅଭୟ ପ୍ରଧାନ ସୂଚନା ଦେଇଥିବା ବେଳେ ଆଜି ସଂଧ୍ୟା ହୋଇଯିବାରୁ ସୁଜିତ ଙ୍କ ଶବ ଆସନ୍ତା କାଲି ବ୍ୟବଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପ୍ରକାଶ କରିଛନ୍ତି ।

The post ପୋଖରୀରେ ବୁଢ଼ୀ ଯୁବକ ମୃତ appeared first on Odisha.News.