ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ରାତ୍ରି ଯାପନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ତମ୍ବୁ ବ୍ୟବସ୍ଥା

ପଟ୍ଟାଙ୍ଗି୦୨/୧୧ ଦେଓମାଳି ପର୍ଯ୍ୟଟନ ସ୍ଥଳୀ କିପରି ପର୍ଯ୍ୟଟକ ଙ୍କୁ ଅଧିକ ଆକୃଷ୍ଟ କରିବ ଏବଂ ଉକ୍ତ ସ୍ଥଳୀ ନିକଟ ବର୍ତ୍ତି ଗ୍ରାମ ଗୁଡିକର ଶିକ୍ଷିତ ଯୁବକ ଯୁବତୀ କିପରି ରୋଜଗାର କ୍ଷମ ହୋଇ ପାରିବେ ଏହି ଲକ୍ଷ୍ୟ ରଖି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଏହିପରି କିଛି ଦୃଶ୍ୟ ଦେଖିବା କୁ ମିଳିଛି ଉକ୍ତ ବ୍ଲକ ଅଧିନସ୍ଥ ତଥା କୋଟିଆ ପଞ୍ଚାୟତ ଅଧିନରେ ରହିଥିବା ଓଡ଼ିଶାର ସବୁଠାରୁ ଉଚ୍ଚତମ […] The post ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ରାତ୍ରି ଯାପନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ତମ୍ବୁ ବ୍ୟବସ୍ଥା appeared first on Odisha.News.

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ରାତ୍ରି ଯାପନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ତମ୍ବୁ ବ୍ୟବସ୍ଥା

ପଟ୍ଟାଙ୍ଗି୦୨/୧୧ ଦେଓମାଳି ପର୍ଯ୍ୟଟନ ସ୍ଥଳୀ କିପରି ପର୍ଯ୍ୟଟକ ଙ୍କୁ ଅଧିକ ଆକୃଷ୍ଟ କରିବ ଏବଂ ଉକ୍ତ ସ୍ଥଳୀ ନିକଟ ବର୍ତ୍ତି ଗ୍ରାମ ଗୁଡିକର ଶିକ୍ଷିତ ଯୁବକ ଯୁବତୀ କିପରି ରୋଜଗାର କ୍ଷମ ହୋଇ ପାରିବେ ଏହି ଲକ୍ଷ୍ୟ ରଖି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଏହିପରି କିଛି ଦୃଶ୍ୟ ଦେଖିବା କୁ ମିଳିଛି ଉକ୍ତ ବ୍ଲକ ଅଧିନସ୍ଥ ତଥା କୋଟିଆ ପଞ୍ଚାୟତ ଅଧିନରେ ରହିଥିବା ଓଡ଼ିଶାର ସବୁଠାରୁ ଉଚ୍ଚତମ ପର୍ବତ ତଥା ପର୍ଯ୍ୟଟନ ସ୍ଥଳୀ ଦେଓମାଳି କ୍ଷେତ୍ରରେ । ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ଦେଓମାଳି କୁ ପର୍ଯ୍ୟଟକ ଙ୍କ ଭିଡ ଜମିବାରେ ଲାଗିଥିବା ବେଳେ ଉକ୍ତ ପର୍ଯ୍ୟଟନ ସ୍ଥଳୀରେ ଜିଲ୍ଲା ବାହାରୁ ତଥା ବାହାର ରାଜ୍ୟରୁ ଅନେକ ପର୍ଯ୍ୟଟକ ମାନେ ପହଞ୍ଚି ଦେଓମାଳି ରେ ରାତ୍ରି ଯାପନ କରି ସକାଳୁ ସୂର୍ଯ୍ୟ ଉଦୟ ହେଉଥିବା ଦୃଶ୍ୟ କୁ ଉପଭୋଗ କରି ନିଜ ନିଜର ମୋବାଇଲ୍ କ୍ୟାମେରା ରେ ଫୋଟୋ ଉଠାଇ ଅନେକ ମଜା ଉଠାଇଥାନ୍ତି । ତେଣୁ ପର୍ଯ୍ୟଟକ ଙ୍କ ଏହିପରି କିଛି ଆଗମନ ତଥା ରହଣି କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଙ୍ଗଲ ବିଭାଗର ସହଯୋଗରେ ୧୦ଟି କଟେଜ୍ ନିର୍ମାଣ କରା ଯାଇ ତାହା ଅନଲାଇନ୍ ରେ ବୁକିଂ କରିବା ସୁବିଧା କରାଯାଇଛି । ଅନ୍ୟପକ୍ଷରେ ଏହିପରି କ୍ଷେତ୍ରରେ ଦେଓମାଳି ପର୍ଯ୍ୟଟନ ସ୍ଥଳୀ କୁ ଲାଗି ରହିଥିବା ଗ୍ରାମର ଶିକ୍ଷିତ ଯୁବକ ଯୁବତୀ କିପରି ରୋଜଗାର କ୍ଷମ ହୋଇ ପାରିବେ ଏହିପରି କିଛି ଲକ୍ଷ୍ୟ ରଖି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଏକ ଉଦ୍ୟମ ଆରମ୍ଭ କରାଯାଇଛି । ଯାହାକି ୧୦ଟି ଯୁବକ ଯୁବତୀ ଙ୍କୁ ନିଯୁକ୍ତି ପ୍ରଦାନ କରି ପର୍ଯ୍ୟଟକ ମାନଙ୍କୁ ରାତ୍ରି ଯାପନ ନିମନ୍ତେ ୧୦୦ଟି ତମ୍ବୁର ବ୍ୟବସ୍ଥା କରାଯାଇଛି । ଯେଉଁଥି ପାଇଁ କି ପର୍ଯ୍ୟଟକ ମାନେ ଉକ୍ତ ତମ୍ବୁର ଭଡ଼ା ବାବଦକୁ ୧୨ଶହ ଟଙ୍କା ପୈଠ କରିବା କୁ ହେବ । ପର୍ଯ୍ୟଟକ ଙ୍କ ଏହି ରହଣୀ ସମୟରେ ଯଥା ସନ୍ଧ୍ୟା ୦୬ଟାରୁ ସକାଳ ୦୭ଟା ପର୍ଯ୍ୟନ୍ତ ନିଯୁକ୍ତି ହୋଇଥିବା ଯୁବତୀ ଯୁବକ ମାନେ ପିଇବା ପାଇଁ ପାଣି ଯୋଗାଇ ଦେବା ସହ କିଛି ସ୍ନାକ୍ସ୍ ଯୋଗାଇଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଏହିପରି କି ଉକ୍ତ ବ୍ୟବସ୍ଥା କୁ ପ୍ରଶାସନ ପକ୍ଷରୁ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦଘାଟନ କରା ଯାଇଥିବା ସହ ତମ୍ବୁ କିପରି ଲଗାଇବେ ଏବଂ ଏହାର ରକ୍ଷଣାବେକ୍ଷଣ କିପରି କରିବେ ସେନେଇ ଏକ ତାଲିମ୍ ମଧ୍ୟ ପ୍ରଦାନ କରା ଯାଇଥିବା ବେଳେ ଉକ୍ତ ପର୍ଯ୍ୟଟନ ସ୍ଥଳୀ କୁ ଆସୁଥିବା ପର୍ଯ୍ୟଟକ ମାନେ ବାହାରୁ ଭଡାରେ ଆଣୁଥିବା ତମ୍ବୁ କୁ କଟକଣା କରିଥିବା ସହ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ତମ୍ବୁ କୁ ଭଡ଼ା ଆକାରରେ ବୁକ୍ କରି ବ୍ୟବହାର କରିପାରିବେ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ଏକ ବୋର୍ଡ ମାଧ୍ୟମରେ ପର୍ଯ୍ୟଟକ ଙ୍କ ଉଦ୍ଦେଶ୍ୟ ରେ ଲଗା ଯାଇଥିବା ଦେଖିବା କୁ ମିଳିଛି । ଉକ୍ତ କାର୍ଯ୍ୟକ୍ରମ ର ଉଦଘାଟନୀ ରେ ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ , ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ୍ , ସରପଞ୍ଚ ଲିୟୁ ଗେମେଲ୍ , ବିଏସଏସଓ ସୁଧିର ସାହୁ , ପିଇଓ ଦିବାକର ପୁରୋହିତ , କନିଷ୍ଠ ଯନ୍ତ୍ରୀ ଅଜୟ ରାମ ତରାଇ , କୋଟିଆ ପଞ୍ଚାୟତ ପିଇଓ କଣ୍ଡା ଗୋଲରି , ମିଶନ ଶକ୍ତି ବିପିଶି ଅଜୟ ପାଙ୍ଗି ଓ ଯୋଗାଣ ସହାୟକ ମୋହନ ପାଙ୍ଗି ପ୍ରମୁଖ ଉପସ୍ଥିତ ରହିଥିଲେ । ଏଠାରେ ସୂଚନା ଥାଉକି ବ୍ଲକ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଉକ୍ତ ପ୍ରୟାସ କୁ ବ୍ଲକ ଏବଂ ପଞ୍ଚାୟତ ମିଳିତ ରେ ଏକ କମିଟି ତଦାରଖ କରିବା ନିମନ୍ତେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ।

The post ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ରାତ୍ରି ଯାପନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ତମ୍ବୁ ବ୍ୟବସ୍ଥା appeared first on Odisha.News.