ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ରେ ମୋଟରସାଇକେଲ ଚାଳକ ଙ୍କୁ ଶହେଟି ହେଲମେଟ ପ୍ରଦାନ।

ଲକ୍ଷ୍ମୀପୁର ୧୨/୦୩ … ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଲକ୍ଷ୍ମୀପୁର ବ୍ଳକ ସଦର ମହକୁମା ସମେତ କାକିରିଗୁମା ରେ ମୋଟର ସାଇକେଲ ଚାଳକ ମାନଙ୍କୁ ଶହେଟି ହେଲମେଟ ପ୍ରଦାନ କରାଯାଇଛି। ବିନା ହେଲମେଟ ରେ ମୋଟରସାଇକେଲ ଚାଳନା କରିବା ସବୁ ସମୟ ସକାଶେ ବିପଦ ରହିଥିବା ବେଳେ ପୋଲିସ ମଧ୍ୟ ବାଧ୍ୟ ହୋଇ ଫାଇନ କାଟିଥାଏ, ମୋଟରସାଇକେଲ ଚାଳକ ଙ୍କ ଜୀବନ ପ୍ରତି ସୁରକ୍ଷା ଦୃଷ୍ଟି କୋଣରୁ ସବୁବେଳେ ହେଲମେଟ ପିନ୍ଧି ମୋଟରସାଇକେଲ ଚାଳନା କରିବାକୁ […] The post ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ରେ ମୋଟରସାଇକେଲ ଚାଳକ ଙ୍କୁ ଶହେଟି ହେଲମେଟ ପ୍ରଦାନ। appeared first on Odisha.News.

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ରେ  ମୋଟରସାଇକେଲ ଚାଳକ ଙ୍କୁ ଶହେଟି ହେଲମେଟ ପ୍ରଦାନ।

ଲକ୍ଷ୍ମୀପୁର ୧୨/୦୩ … ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଲକ୍ଷ୍ମୀପୁର ବ୍ଳକ ସଦର ମହକୁମା ସମେତ କାକିରିଗୁମା ରେ ମୋଟର ସାଇକେଲ ଚାଳକ ମାନଙ୍କୁ ଶହେଟି ହେଲମେଟ ପ୍ରଦାନ କରାଯାଇଛି। ବିନା ହେଲମେଟ ରେ ମୋଟରସାଇକେଲ ଚାଳନା କରିବା ସବୁ ସମୟ ସକାଶେ ବିପଦ ରହିଥିବା ବେଳେ ପୋଲିସ ମଧ୍ୟ ବାଧ୍ୟ ହୋଇ ଫାଇନ କାଟିଥାଏ, ମୋଟରସାଇକେଲ ଚାଳକ ଙ୍କ ଜୀବନ ପ୍ରତି ସୁରକ୍ଷା ଦୃଷ୍ଟି କୋଣରୁ ସବୁବେଳେ ହେଲମେଟ ପିନ୍ଧି ମୋଟରସାଇକେଲ ଚାଳନା କରିବାକୁ ପୋଲିସ ତରଫରୁ କୁହାଯାଇଥିଲା। ବେଦାନ୍ତ କମ୍ପାନୀ ଦ୍ୱାରା ସ୍ଥାନୀୟ ପୋଲିସ ର ସହଯୋଗ ରେ ଶହେ ହେଲମେଟ ପ୍ରଥମ ପର୍ଯ୍ୟୟରେ ପ୍ରଦାନ କରାଯାଇଥିବା ବେଳେ ଆଗକୁ ମଧ୍ୟ ହେଲମେଟ ବଣ୍ଟନ କରାଯାଇ ସଚେତନ କରାଯିବ ବୋଲି କୁହାଯାଇଛି। ହେଲମେଟ ବଣ୍ଟନ ସମୟରେ ଲକ୍ଷ୍ମୀପୁର ଏସ୍ଡ଼ିପିଓ ବିରଞ୍ଚି ନାରାୟଣ ଜଗତ, କମ୍ପାନୀ ର ସାଇଟ ମୁଖ୍ୟ ଚିତା ରଞ୍ଜନ ମହାପାତ୍ର, ମୈତ୍ରୀ ସାଇଟ ମୁଖ୍ୟ କେଶବ ନାଇଡ଼ୁ ପ୍ରମୁଖ ଯୋଗ ଦେଇଥିଲେ।

The post ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ରେ ମୋଟରସାଇକେଲ ଚାଳକ ଙ୍କୁ ଶହେଟି ହେଲମେଟ ପ୍ରଦାନ। appeared first on Odisha.News.