୪ର୍ଥ ଥର ଗ୍ରାମୀ ଆଓ୍ବାର୍ଡ ପାଇଁ ମନୋନୀତ ହେଲେ ରିକି କେଜ୍
ମୁମ୍ବାଇ: ୨୦୨୫ ଗ୍ରାମୀ ପୁରସ୍କାର ପାଇଁ ଶୁକ୍ରବାର ନାମାଙ୍କନ ତାଲିକା ପ୍ରକାଶ ପାଇଛି। ଏଥିରେ ଆନ୍ତର୍ଜାତୀୟ କଳାକାର ବିୟୋନ୍ସେ, ଟେଲର ସ୍ବିଫ୍ଟ, ବିଲି ଇଲିଶ ଏବଂ ଆରିନା ଗ୍ରାଣ୍ଡେଙ୍କ ସହ ଭାରତୀୟ ବଂଶୋଦ୍ଭବ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଭାରତୀୟ ବଂଶୋଦ୍ଭବ ସଂଗୀତଜ୍ଞ ରିକି କେଜ୍ ୬୭ ତମ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ତାଙ୍କର ଆଲବମ ‘ବ୍ରେକ ଅଫ ଡନ’ ପାଇଁ ନୋମିନେଟ୍ ହୋଇଛନ୍ତି। ରିକି କେଜ୍ ତିନିଥର ଗ୍ରାମୀ […] The post ୪ର୍ଥ ଥର ଗ୍ରାମୀ ଆଓ୍ବାର୍ଡ ପାଇଁ ମନୋନୀତ ହେଲେ ରିକି କେଜ୍ appeared first on Dharitri Odia News.
ମୁମ୍ବାଇ: ୨୦୨୫ ଗ୍ରାମୀ ପୁରସ୍କାର ପାଇଁ ଶୁକ୍ରବାର ନାମାଙ୍କନ ତାଲିକା ପ୍ରକାଶ ପାଇଛି। ଏଥିରେ ଆନ୍ତର୍ଜାତୀୟ କଳାକାର ବିୟୋନ୍ସେ, ଟେଲର ସ୍ବିଫ୍ଟ, ବିଲି ଇଲିଶ ଏବଂ ଆରିନା ଗ୍ରାଣ୍ଡେଙ୍କ ସହ ଭାରତୀୟ ବଂଶୋଦ୍ଭବ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଭାରତୀୟ ବଂଶୋଦ୍ଭବ ସଂଗୀତଜ୍ଞ ରିକି କେଜ୍ ୬୭ ତମ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ତାଙ୍କର ଆଲବମ ‘ବ୍ରେକ ଅଫ ଡନ’ ପାଇଁ ନୋମିନେଟ୍ ହୋଇଛନ୍ତି। ରିକି କେଜ୍ ତିନିଥର ଗ୍ରାମୀ ପୁରସ୍କାର ବିଜେତା। ବର୍ତ୍ତମାନ ସେ ତାଙ୍କର ଚତୁର୍ଥ ନାମାଙ୍କନକୁ ନେଇ ଚର୍ଚ୍ଚାରେ ଅଛନ୍ତି।
ପୂର୍ବରୁ ତିନୋଟି ଗ୍ରାମୀ ଆଓ୍ବାର୍ଡ ଜିତିଥିବା ରିକି କେଜ୍ ତାଙ୍କ ସଙ୍ଗୀତ ମାଧ୍ୟମରେ ସାରା ବିଶ୍ୱରେ ପ୍ରସିଦ୍ଧ । ତାଙ୍କର ଆଲବମ ‘ବ୍ରେକ ଅଫ ଡନ’ ସଙ୍ଗୀତ ପ୍ରତି ତାଙ୍କର ଉତ୍ସାହର ଏକ ଉଦାହରଣ। ମହାନ ପଣ୍ଡିତ ରବି ଶଙ୍କରଙ୍କ ପରେ ଜଣେ ଭାରତୀୟ କଳାକାରଙ୍କ ପାଇଁ ଏହା ପ୍ରଥମ ଏକକ ଗ୍ରାମୀ ନାମାଙ୍କନ ଏବଂ ଏହି ବର୍ଷ ହେଉଛି ଭାରତରୁ ଏକମାତ୍ର ନାମାଙ୍କନ ।
The post ୪ର୍ଥ ଥର ଗ୍ରାମୀ ଆଓ୍ବାର୍ଡ ପାଇଁ ମନୋନୀତ ହେଲେ ରିକି କେଜ୍ appeared first on Dharitri Odia News.