କାର-ସ୍କୁଟି ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ

ଭୋଗରାଇ,୫।୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଜଳେଶର-ଚନ୍ଦନେଶର ୫୭ ନମ୍ବର ରାଜ୍ୟ ରାଜପଥ କମର୍ଦ୍ଦା ଥାନା ଛଣପୋଖରୀଠାରେ ଆଜି ସ୍କୁଟି, କାର ମୁହାଁମୁହିଁ ଧକ୍କା ହେଇଛି। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ପଛରେ ବସିଥିବା ଯୁବକ ଜଣଙ୍କ ଗୁରୁତର ହୋଇଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି। ମୃତ ବ୍ୟକ୍ତି ହେଲେ ପଶ୍ଚିମବଙ୍ଗ ରାଜ୍ୟର […] The post କାର-ସ୍କୁଟି ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ appeared first on Dharitri Odia News.

କାର-ସ୍କୁଟି ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ

ଭୋଗରାଇ,୫।୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଜଳେଶର-ଚନ୍ଦନେଶର ୫୭ ନମ୍ବର ରାଜ୍ୟ ରାଜପଥ କମର୍ଦ୍ଦା ଥାନା ଛଣପୋଖରୀଠାରେ ଆଜି ସ୍କୁଟି, କାର ମୁହାଁମୁହିଁ ଧକ୍କା ହେଇଛି। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ପଛରେ ବସିଥିବା ଯୁବକ ଜଣଙ୍କ ଗୁରୁତର ହୋଇଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି। ମୃତ ବ୍ୟକ୍ତି ହେଲେ ପଶ୍ଚିମବଙ୍ଗ ରାଜ୍ୟର କଶିଦା ଗ୍ରାମର ଅବନ୍ତୀ କୁମାର କର (୪୫)l

ଘଟଣାସ୍ଥଳରେ କାର ଚାଳକ କୌଶଳକ୍ରମେ ଫେରାର ହେଇଥିବାବେଳେ କାର ଓ ସ୍କୁଟିକୁ ପୋଲିସ ଜବତ କରି କମର୍ଦ୍ଦା ଥାନାକୁ ଆଣି ପ୍ରାଥମିକ ତଦନ୍ତ କରୁଛି।

The post କାର-ସ୍କୁଟି ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ appeared first on Dharitri Odia News.