ବାରବାଟୀ ଷ୍ଟାଡିୟମରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ: ସୋଫିଆ ଫିର୍ଦ୍ଦୋଶ କହିଲେ…

ଭୁବନେଶ୍ୱର,୧୦।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ କିଛି ସମୟ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସୋମବାର ରାଜନୀତି ତେଜିବାରେ ଲାଗିଛି। କ୍ରୀଡ଼ା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେଡି । ଅନ୍ୟପକ୍ଷେ, ଏ ନେଇ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହା ଅତ୍ୟନ୍ତ ଲଜ୍ୟାଜନକ ଘଟଣା।ଏହାର ଅନୁସନ୍ଧାନ ହେବା […] The post ବାରବାଟୀ ଷ୍ଟାଡିୟମରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ: ସୋଫିଆ ଫିର୍ଦ୍ଦୋଶ କହିଲେ… appeared first on Dharitri Odia News.

ବାରବାଟୀ ଷ୍ଟାଡିୟମରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ: ସୋଫିଆ ଫିର୍ଦ୍ଦୋଶ କହିଲେ…
ଭୁବନେଶ୍ୱର,୧୦।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ କିଛି ସମୟ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସୋମବାର ରାଜନୀତି ତେଜିବାରେ ଲାଗିଛି। କ୍ରୀଡ଼ା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେଡି ।
ଅନ୍ୟପକ୍ଷେ, ଏ ନେଇ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହା ଅତ୍ୟନ୍ତ ଲଜ୍ୟାଜନକ ଘଟଣା।ଏହାର ଅନୁସନ୍ଧାନ ହେବା ନିହାତି ଜରୁରୀ। ଯିଏ ବି ଭୁଲ କରିଛନ୍ତି ସେ ସାମ୍ନାକୁ ଆସିବା ଦରକାର।
ଡ୍ରାଇଭରଙ୍କୁ କେବଳ ଦୋଷ ଦେଲେ ହେବ ନାହିଁ।
ତେବେ କ୍ରୀଡ଼ାମନ୍ତ୍ରୀ ଚାରି ଚାରି ଥର ବାରବାଟୀ ଯାଇ ସମୀକ୍ଷା କରିଥିଲେ। ହେଲେ କେଉଁ ପରିସ୍ଥିତିରେ ଫ୍ଲଡ ଲାଇଟ ହଠାତ୍‌ ବନ୍ଦ ହୋଇଗଲା ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି।
ମ୍ୟାଚ ଆରମ୍ଭରୁ ଶେଷ ଯାଏ ଡିଜି ସେଟ ଅନ ରହିବା କଥା ହେଲେ ଲାଇଟ ବନ୍ଦ ହେଲା କେମିତି ବୋଲି ବିଜେଡି ନେତା ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି। ଫ୍ଲଡ ଲାଇଟ ବନ୍ଦ ହେବା ପ୍ରଶଙ୍ଗକୁ ନେଇ ଓଡ଼ିଶା ବିଶ୍ବରେ ନିନ୍ଦିତ ହୋଇଛି ବୋଲି ଲେନିନ କହିଛନ୍ତି।
ଅନ୍ୟପକ୍ଷେ ବାରବାଟୀରେ ଫ୍ଲଡ ଲାଇଟ ଲିଭିଯିବା ପ୍ରସଙ୍ଗକୁ ନେଇ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ ଓସିଏକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କାହିଁକି ମ୍ୟାଚ ବେଳେ ଲାଇଟ ବନ୍ଦ ହେଲା ତାହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ପାଇଁ କିଏ ଦାୟୀ ତାକୁ ନେଇ ୧୦ ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ହୋଇଛି। ଅନ୍ୟପକ୍ଷେ ଖେଳ ବାଧାପ୍ରାପ୍ତକୁ ନେଇ ଦର୍ଶକଙ୍କୁ ନିରାଶ ହେବାକୁ ପଡିଥିଲା। ଏପରିକି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏଭଳି ତ୍ରୁଟିକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

The post ବାରବାଟୀ ଷ୍ଟାଡିୟମରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ: ସୋଫିଆ ଫିର୍ଦ୍ଦୋଶ କହିଲେ… appeared first on Dharitri Odia News.