ତପସ୍ବିନୀ ଟ୍ରେନ୍‌ ରହଣି ପାଇଁ ଡିଆରଏମ୍‌ଙ୍କ ନିକଟରେ ଦାବି

କେସିଙ୍ଗା,୨୪ା୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ରେଳ ଷ୍ଟେଶନରେ ୨ ମିନିଟ୍‌ ତାପସ୍ବିନୀ ଟ୍ରେନ୍‌ ରହଣି ସମେତ ବିଭିନ୍ନ ସମସ୍ୟା ଉପରେ ଡିଆର୍‌ଏମ୍‌ଙ୍କ ନିକଟରେ କେସିଙ୍ଗା ସିଟିଜେନ ଫୋରମର ସଭାପତି ତଥା କଳାହାଣ୍ଡି ରେଳଯାତ୍ରୀ ସଂଘର ମୁଖ୍ୟ ପରାମର୍ଶଦାତା, ଜେଡ୍‌ଆରୟୁ ସିସି ମେମ୍ବର ଭୁବନେଶ୍ୱର ଡା. ହେମସାଗର ସାହା ସମ୍ବଲପୁର ରେଳ ଡିଭିଜନର ନୂତନ ଡିଆରଏମମ୍‌ ସୁବାସ ଚନ୍ଦ୍ର ଚୌଧୁରୀଙ୍କୁ ତାଙ୍କ ସମ୍ବଲପୁରସ୍ଥିତ କାର୍ଯ୍ୟାଳୟରେ ଗତକାଲି ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ […] The post ତପସ୍ବିନୀ ଟ୍ରେନ୍‌ ରହଣି ପାଇଁ ଡିଆରଏମ୍‌ଙ୍କ ନିକଟରେ ଦାବି appeared first on Dharitri Odia News.

ତପସ୍ବିନୀ ଟ୍ରେନ୍‌ ରହଣି ପାଇଁ ଡିଆରଏମ୍‌ଙ୍କ ନିକଟରେ ଦାବି

କେସିଙ୍ଗା,୨୪ା୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ରେଳ ଷ୍ଟେଶନରେ ୨ ମିନିଟ୍‌ ତାପସ୍ବିନୀ ଟ୍ରେନ୍‌ ରହଣି ସମେତ ବିଭିନ୍ନ ସମସ୍ୟା ଉପରେ ଡିଆର୍‌ଏମ୍‌ଙ୍କ ନିକଟରେ କେସିଙ୍ଗା ସିଟିଜେନ ଫୋରମର ସଭାପତି ତଥା କଳାହାଣ୍ଡି ରେଳଯାତ୍ରୀ ସଂଘର ମୁଖ୍ୟ ପରାମର୍ଶଦାତା, ଜେଡ୍‌ଆରୟୁ ସିସି ମେମ୍ବର ଭୁବନେଶ୍ୱର ଡା. ହେମସାଗର ସାହା ସମ୍ବଲପୁର ରେଳ ଡିଭିଜନର ନୂତନ ଡିଆରଏମମ୍‌ ସୁବାସ ଚନ୍ଦ୍ର ଚୌଧୁରୀଙ୍କୁ ତାଙ୍କ ସମ୍ବଲପୁରସ୍ଥିତ କାର୍ଯ୍ୟାଳୟରେ ଗତକାଲି ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଦାବି କରିଛନ୍ତି। କେସିଙ୍ଗା ରେଲଓ୍ବେ ଷ୍ଟେଶନର ବିଭିନ୍ନ ପ୍ଲାଟଫର୍ମରେ ଥିବା ସମସ୍ୟା ଦୂର କରିବା ସମେତ କାଣ୍ଡେଲ ରୋଡ଼ ରେଳ ଷ୍ଟେଶନରେ ଦୁଇ ମିନଟ୍‌ ତପସ୍ବିନୀ ଟ୍ରେନ୍‌ ରହିବା ପାଇଁ ଦାବି କରିଛନ୍ତି। ଏହି ରେଲଓ୍ବେ ଷ୍ଟେଶନରୁ ଭୁବନେଶ୍ୱର, କଟକ, ପୁରୀ, ବିଶାଖାପାଟଣା, ଦୁର୍ଗ, ଆଦି ଦୂର ଯାତ୍ରା କରିବାକୁ ଯାତ୍ରୀମାନେ କେସିଙ୍ଗା, ଟିଟିଲାଗଡ଼ , ଭବାନୀପାଟଣା ଦୂର ରେଲଓ୍ବେ ଷ୍ଟେଶନକୁ ଯାଇ ଥାଆନ୍ତି। ଖରା, ବର୍ଷା, ଶୀତ ଋତୁ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ କାଣ୍ଡେଲ ରୋଡ୍‌ ରେଲଓ୍ବେ ଷ୍ଟେଶନ ତପସ୍ବିନୀ ଟ୍ରେନ୍‌ ଦୁଇ ମିନିଟ୍‌ ରହଣି ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି। କେସିଙ୍ଗା ରେଳ ଷ୍ଟେଶନ ପାର୍କିଂର ସୁବ୍ୟବସ୍ଥା, ପ୍ଲାଟ୍‌୍‌ଫର୍ମ ୨ ଓ ୩ ରେଟି ଷ୍ଟଲର ବ୍ୟବସ୍ଥା,ପ୍ଲାଟ୍‌ଫର୍ମ ୪ରେ ରାସ୍ତାର ଉନ୍ନତି କରଣ ଏବଂ କାଣ୍ଡେଲ ରୋଡ ରେଳଷ୍ଟେଶନ ୧,୨,୩,୪ ପ୍ଲାଟଫର୍ମରେ ପାନୀୟଜଳ, ବିଦ୍ୟୁତ୍‌, ଫଙ୍ଖା,ଶୌଚାଳୟ, ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ଡିଆରଏମ ଚୌଧୁରୀ ପ୍ରତିଶ୍ରୁତି ଦେଇଥିବା ଡ. ସାହା ପ୍ରକାଶ କରିଛନ୍ତି।

The post ତପସ୍ବିନୀ ଟ୍ରେନ୍‌ ରହଣି ପାଇଁ ଡିଆରଏମ୍‌ଙ୍କ ନିକଟରେ ଦାବି appeared first on Dharitri Odia News.