ଦିଗପହଣ୍ଡି କୋର୍ଟ, ଜେଲରେ ପହଞ୍ଚିଗଲେ ଜିଲା ଦୌରାଜଜ, ସବଜଜ୍‌ କୋର୍ଟ ଅବିଳମ୍ବେ ଖୋଲିବା ନେଇ…

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦୌରାଜଜ ଡ.ଭାଗ୍ୟଲକ୍ଷ୍ମୀ ରଥ ଶୁକ୍ରବାର ଦିଗପହଣ୍ଡି ଜେଏମଏଫସି କୋର୍ଟ ଓ ସବଜେଲ ପରିଦର୍ଶନ କରିଛନ୍ତି। ପୂର୍ବାହ୍ନରେ ସେ କୋର୍ଟ ହଲରେ ଉପସ୍ଥିତ ରହି ଜେଏମଏଫସି ନିଳିମା ଷଡ଼ଙ୍ଗୀଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଓ କୋର୍ଟ କାର୍ଯ୍ୟ ପରିଚାଳନା ଶୈଳୀ ନୀରିକ୍ଷଣ କରିଥିଲେ। ପରେ ଓକିଲ ସଂଘର ଅନୁରୋଧ କ୍ରମେ ସେ ସଂଘ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଖେମୁଣ୍ଡିି ଓକିଲ ସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଓକିଲ […] The post ଦିଗପହଣ୍ଡି କୋର୍ଟ, ଜେଲରେ ପହଞ୍ଚିଗଲେ ଜିଲା ଦୌରାଜଜ, ସବଜଜ୍‌ କୋର୍ଟ ଅବିଳମ୍ବେ ଖୋଲିବା ନେଇ… appeared first on Dharitri Odia News.

ଦିଗପହଣ୍ଡି କୋର୍ଟ, ଜେଲରେ ପହଞ୍ଚିଗଲେ ଜିଲା ଦୌରାଜଜ, ସବଜଜ୍‌ କୋର୍ଟ ଅବିଳମ୍ବେ ଖୋଲିବା ନେଇ…

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦୌରାଜଜ ଡ.ଭାଗ୍ୟଲକ୍ଷ୍ମୀ ରଥ ଶୁକ୍ରବାର ଦିଗପହଣ୍ଡି ଜେଏମଏଫସି କୋର୍ଟ ଓ ସବଜେଲ ପରିଦର୍ଶନ କରିଛନ୍ତି। ପୂର୍ବାହ୍ନରେ ସେ କୋର୍ଟ ହଲରେ ଉପସ୍ଥିତ ରହି ଜେଏମଏଫସି ନିଳିମା ଷଡ଼ଙ୍ଗୀଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଓ କୋର୍ଟ କାର୍ଯ୍ୟ ପରିଚାଳନା ଶୈଳୀ ନୀରିକ୍ଷଣ କରିଥିଲେ। ପରେ ଓକିଲ ସଂଘର ଅନୁରୋଧ କ୍ରମେ ସେ ସଂଘ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଖେମୁଣ୍ଡିି ଓକିଲ ସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଓକିଲ ସଂଘ ପକ୍ଷରୁ ପ୍ରଦତ୍ତ କୋଠାରେ ସବଜଜ୍‌ କୋର୍ଟ ଅବିଳମ୍ବେ ଖୋଲିବା ବିଷୟ ଉପରେ ସଦସ୍ୟ ବୃନ୍ଦ ତାଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ଓକିଲ ସଂଘ ସଭାପତି ହୃଦୟ ରଞ୍ଜନ ମେକାପ, ଉପସଭାପତି ସନ୍ତୋଷ ସାହୁ, ସମ୍ପାଦକ ପ୍ରଦୀପ ନାୟକ, ପ୍ରାକ୍ତନ ସଭାପତି ହରପ୍ରସାଦ ରଥ, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ ସାହୁ, ଚନ୍ଦ୍ରଧ୍ୱଜ ସିଂହ, ପରେଶ ଚନ୍ଦ୍ର ରଥ, କୁରେଶୁ ପଣ୍ଡା, ସିମାଞ୍ଚଳ ପ୍ରଧାନ, ମନୋରଞ୍ଜନ ପଣ୍ଡା ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

The post ଦିଗପହଣ୍ଡି କୋର୍ଟ, ଜେଲରେ ପହଞ୍ଚିଗଲେ ଜିଲା ଦୌରାଜଜ, ସବଜଜ୍‌ କୋର୍ଟ ଅବିଳମ୍ବେ ଖୋଲିବା ନେଇ… appeared first on Dharitri Odia News.