ଗୋଟିଏ କି ଦୁଇଟି ନୁହେଁ...୨୦୨୫ରେ ଆହୁରି ତିନି ଥର ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ !
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ୨୦୨୫ରେ ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି । ତେବେ ଥରେ କି ଦୁଇ ଥର ନୁହେଁ, ଚଳିତ ବର୍ଷ ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍ ତିନିଥର ଦେଖିବାକୁ ମିଳିପାରେ । ଏହି ହାଇଭୋଲଟେଜ୍ ମ୍ୟାଚ୍ ସେପ୍ଟେମ୍ବର ଦ୍ୱିତୀୟ ଏବଂ ଚତୁର୍ଥ ସପ୍ତାହ ମଧ୍ୟରେ ଟି-୨୦ ଫର୍ମାଟରେ ଖେଳାଯିବ । କ୍ରିକବଜର ଏକ ରିପୋର୍ଟ ଅନୁଯାୟୀ ଏସିଆ କପ୍ରେ ଏହି ସମସ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଯଦିଓ ଭାରତକୁ ଏସିଆ କପ୍ ୨୦୨୫ର ଆୟୋଜନ ଅଧିକାର ଦିଆଯାଇଥିଲା, କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବର୍ତ୍ତମାନର ରାଜନୈତିକ ଉତ୍ତେଜନା ଯୋଗୁ ଏହାକୁ ଏକ ନିରପେକ୍ଷ ଦେଶରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଶ୍ରୀଲଙ୍କା ଏବଂ ୟୁଏଇ ଆୟୋଜକ ଦୌଡ଼ରେ ଆଗରେ ଅଛନ୍ତି । ତଥାପି ବିସିସିଆଇ ଆନୁଷ୍ଠାନିକ ଆୟୋଜକ ରହିବ । ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ସମାନ କିଛି ଘଟିଥିଲା । ପାକିସ୍ତାନ ଆୟୋଜକ ଥିଲା, କିନ୍ତୁ ବିସିସିଆଇ ଭାରତୀୟ ଟିମ୍ ପଠାଇବାକୁ ମନା କରିଦେଲା । ଯେଉଁଥି ପାଇଁ ଭାରତର ମ୍ୟାଚଗୁଡ଼ିକୁ ଦୁବାଇକୁ ସ୍ଥାନାନ୍ତର କରାଯାଇଥିଲା । ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଏକପାଖିଆ ମ୍ୟାଚ୍ରେ ପାକିସ୍ତାନକୁ ୬ ୱିକେଟ୍ରେ ପରାସ୍ତ କରିଥିଲା । ଏବେ ଏସିଆ କପ୍ରେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ ହେବେ । ଭାରତ ଏବଂ ପାକିସ୍ତାନ ବ୍ୟତୀତ ଆଠଟି ଦଳ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ,
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ୨୦୨୫ରେ ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି । ତେବେ ଥରେ କି ଦୁଇ ଥର ନୁହେଁ, ଚଳିତ ବର୍ଷ ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍ ତିନିଥର ଦେଖିବାକୁ ମିଳିପାରେ । ଏହି ହାଇଭୋଲଟେଜ୍ ମ୍ୟାଚ୍ ସେପ୍ଟେମ୍ବର ଦ୍ୱିତୀୟ ଏବଂ ଚତୁର୍ଥ ସପ୍ତାହ ମଧ୍ୟରେ ଟି-୨୦ ଫର୍ମାଟରେ ଖେଳାଯିବ । କ୍ରିକବଜର ଏକ ରିପୋର୍ଟ ଅନୁଯାୟୀ ଏସିଆ କପ୍ରେ ଏହି ସମସ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଯଦିଓ ଭାରତକୁ ଏସିଆ କପ୍ ୨୦୨୫ର ଆୟୋଜନ ଅଧିକାର ଦିଆଯାଇଥିଲା, କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବର୍ତ୍ତମାନର ରାଜନୈତିକ ଉତ୍ତେଜନା ଯୋଗୁ ଏହାକୁ ଏକ ନିରପେକ୍ଷ ଦେଶରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଶ୍ରୀଲଙ୍କା ଏବଂ ୟୁଏଇ ଆୟୋଜକ ଦୌଡ଼ରେ ଆଗରେ ଅଛନ୍ତି । ତଥାପି ବିସିସିଆଇ ଆନୁଷ୍ଠାନିକ ଆୟୋଜକ ରହିବ । ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ସମାନ କିଛି ଘଟିଥିଲା । ପାକିସ୍ତାନ ଆୟୋଜକ ଥିଲା, କିନ୍ତୁ ବିସିସିଆଇ ଭାରତୀୟ ଟିମ୍ ପଠାଇବାକୁ ମନା କରିଦେଲା । ଯେଉଁଥି ପାଇଁ ଭାରତର ମ୍ୟାଚଗୁଡ଼ିକୁ ଦୁବାଇକୁ ସ୍ଥାନାନ୍ତର କରାଯାଇଥିଲା । ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଏକପାଖିଆ ମ୍ୟାଚ୍ରେ ପାକିସ୍ତାନକୁ ୬ ୱିକେଟ୍ରେ ପରାସ୍ତ କରିଥିଲା ।
ଏବେ ଏସିଆ କପ୍ରେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ ହେବେ । ଭାରତ ଏବଂ ପାକିସ୍ତାନ ବ୍ୟତୀତ ଆଠଟି ଦଳ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ୟୁଏଇ, ଓମାନ ଏବଂ ହଂକଂ ଏସିଆ କପରେ ଅଂଶଗ୍ରହଣ କରିବେ । ଏସିଆ କପରେ ସାଧାରଣତଃ ଚାରୋଟି ଦଳର ଦୁଇଟି ଗ୍ରୁପ୍ କରାଯାଇଥାଏ । ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯାଏ । ପ୍ରତ୍ୟେକ ଗ୍ରୁପ୍ର ଶ୍ରେଷ୍ଠ ଦୁଇଟି ଦଳ ସୁପର୍ ଫୋର୍କୁ ଯିବେ । ସୁପର ଫୋର୍ର ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲ୍ ଖେଳନ୍ତି । ଟିମଗୁଡ଼ିକ ମଧ୍ୟରେ ମ୍ୟାଚ୍ ଏପରି ଆୟୋଜନ କରାଯାଇଥାଏ, ଯେପରି ଅତି କମରେ ଭାରତ-ପାକିସ୍ତାନ ମ୍ୟାଚ୍ ମଧ୍ୟରେ ନିଶ୍ଚିତ ରୂପେ ଦୁଇଟି ମ୍ୟାଚ୍ ଖେଳାଯିବ । ଯଦି ଉଭୟ ଦଳ ଫାଇନାଲରେ ପହଞ୍ଚିଯାଆନ୍ତି ତେବେ ତୃତୀୟ ମ୍ୟାଚ୍ ଦେଖିବାକୁ ମିଳିବ ।
କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ACC ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯେତେବେଳେ ବି ବିସିସିଆଇ କିମ୍ବା ପିସିବିର ଆୟୋଜକ ହେବେ ସେତେବେଳେ ଟୁର୍ଣ୍ଣାମେଣ୍ଟ ଏକ ନିରପେକ୍ଷ ଦେଶରେ ଅନୁଷ୍ଠିତ ହେବ । ଯଦିଓ ଆୟୋଜକ ଦେଶ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, ତଥାପି ଏହା ଖୁବ୍ ଶୀଘ୍ର ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ଟୁର୍ଣ୍ଣାମେଣ୍ଟରେ ମୋଟ ୧୯ଟି ମ୍ୟାଚ୍ ହେବ ।