ମହିଳାଙ୍କୁ ଲିଫ୍ଟ ଦେଇ ହଟାହଟା ହେଲେ ଅଣ ଓଡ଼ିଆ ଡ୍ରାଇଭର, ଗାଡ଼ି ଅଟକାଇ ପିଟିଲେ ପରିବାରଲୋକ
ଆନନ୍ଦପୁର: ଢାବାରେ କାମ କରୁଥିବା ଜଣେ ମହିଳାଙ୍କୁ ଲିଫ୍ଟ ଦେଇ ହଟହଟା ହେଲେ ଅଣ ଓଡ଼ିଆ ଡ୍ରାଇଭର। ଉକ୍ତ ଗାଡ଼ିକୁ ପିଛା କରି ଅଟକାଇବା ପରେ ଡ୍ରାଇଭରଙ୍କୁ ପିଟିଲେ ମହିଳାଙ୍କ ପରିବାରଲୋକେ। ଯେଉଁଥିରେ ଗୁରୁତର ହୋଇପଡ଼ିଛନ୍ତି ଉକ୍ତ ଡ୍ରାଇଭର ଜଣକ। ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଛତିଶଗଡ଼ର କରଣ କୁମାର ସିଂ ନାମକ ଜଣେ ବ୍ୟକ୍ତି ଯାଜପୁର ରୋଡରେ ନିୟମିତ ଗାଡ଼ି ନେଇ ଯାଆସ କରିଥାନ୍ତି। ବାଟରେ ୨୦ ନଂ ଜାତୀୟ ରାଜପଥର କୋଳିମାଟି ନିକଟରେ ଏକ ଢାବାରେ ମଧ୍ୟ ସେ ନିୟମିତ ଖାଦ୍ୟ ଖାଇଥାନ୍ତି। ଫଳରେ ଏହି ଢାବାରେ କାମ କରୁଥିବା ଜଣେ ମହିଳାଙ୍କ ସହ ତାଙ୍କର ଚିହ୍ନା ହୋଇଥିଲା। You Can Read: ଉଦ୍ଧାର ହେଲା ବଲାଙ୍ଗୀର ଡାକ୍ତରଖାନାରୁ ଚୋରି ହୋଇଥିବା ନବଜାତକ ତେବେ ଶୁକ୍ରବାର ଉକ୍ତ ମହିଳା ଜଣକ, କରଣ ଢାବାରେ ଖାଉଥିବା ସମୟରେ ତାଙ୍କୁ ଆଗରେ ଛାଡ଼ିଦେବାକୁ କହିଥିଲେ। କରଣ ତାଙ୍କୁ ଲିଫ୍ଟ ମଧ୍ୟ ଦେଇଥିଲେ। ଯାହା ତାଙ୍କୁ ମହଙ୍ଗା ପଡ଼ିଛି। ଗାଡି କିଛି ବାଟ ଯିବାପରେ, ମହିଳାଙ୍କ ପରିବାରର ୧୦ରୁ ଅଧିକ ଲୋକ ୩ଟି ବାଇକ୍ରେ ଆସି କରଣଙ୍କ ଗାଡ଼ି ଅଟକାଇ ଆକ୍ରମଣ କରିବା ପରେ ତାଙ୍କୁ ଅଟକ ରଖିଥିଲେ। ପରେ ଖବର ପାଇ ପୋଲିସ୍ କରଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ଏକ ମାମଲା ମଧ୍ୟ ରୁଜୁ କରିଛି। The post ମହିଳାଙ୍କୁ ଲିଫ୍ଟ ଦେଇ ହଟାହଟା ହେଲେ
ଆନନ୍ଦପୁର: ଢାବାରେ କାମ କରୁଥିବା ଜଣେ ମହିଳାଙ୍କୁ ଲିଫ୍ଟ ଦେଇ ହଟହଟା ହେଲେ ଅଣ ଓଡ଼ିଆ ଡ୍ରାଇଭର। ଉକ୍ତ ଗାଡ଼ିକୁ ପିଛା କରି ଅଟକାଇବା ପରେ ଡ୍ରାଇଭରଙ୍କୁ ପିଟିଲେ ମହିଳାଙ୍କ ପରିବାରଲୋକେ। ଯେଉଁଥିରେ ଗୁରୁତର ହୋଇପଡ଼ିଛନ୍ତି ଉକ୍ତ ଡ୍ରାଇଭର ଜଣକ। ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଛତିଶଗଡ଼ର କରଣ କୁମାର ସିଂ ନାମକ ଜଣେ ବ୍ୟକ୍ତି ଯାଜପୁର ରୋଡରେ ନିୟମିତ ଗାଡ଼ି ନେଇ ଯାଆସ କରିଥାନ୍ତି। ବାଟରେ ୨୦ ନଂ ଜାତୀୟ ରାଜପଥର କୋଳିମାଟି ନିକଟରେ ଏକ ଢାବାରେ ମଧ୍ୟ ସେ ନିୟମିତ ଖାଦ୍ୟ ଖାଇଥାନ୍ତି। ଫଳରେ ଏହି ଢାବାରେ କାମ କରୁଥିବା ଜଣେ ମହିଳାଙ୍କ ସହ ତାଙ୍କର ଚିହ୍ନା ହୋଇଥିଲା।
You Can Read: ଉଦ୍ଧାର ହେଲା ବଲାଙ୍ଗୀର ଡାକ୍ତରଖାନାରୁ ଚୋରି ହୋଇଥିବା ନବଜାତକ
ତେବେ ଶୁକ୍ରବାର ଉକ୍ତ ମହିଳା ଜଣକ, କରଣ ଢାବାରେ ଖାଉଥିବା ସମୟରେ ତାଙ୍କୁ ଆଗରେ ଛାଡ଼ିଦେବାକୁ କହିଥିଲେ। କରଣ ତାଙ୍କୁ ଲିଫ୍ଟ ମଧ୍ୟ ଦେଇଥିଲେ। ଯାହା ତାଙ୍କୁ ମହଙ୍ଗା ପଡ଼ିଛି। ଗାଡି କିଛି ବାଟ ଯିବାପରେ, ମହିଳାଙ୍କ ପରିବାରର ୧୦ରୁ ଅଧିକ ଲୋକ ୩ଟି ବାଇକ୍ରେ ଆସି କରଣଙ୍କ ଗାଡ଼ି ଅଟକାଇ ଆକ୍ରମଣ କରିବା ପରେ ତାଙ୍କୁ ଅଟକ ରଖିଥିଲେ। ପରେ ଖବର ପାଇ ପୋଲିସ୍ କରଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ଏକ ମାମଲା ମଧ୍ୟ ରୁଜୁ କରିଛି।
The post ମହିଳାଙ୍କୁ ଲିଫ୍ଟ ଦେଇ ହଟାହଟା ହେଲେ ଅଣ ଓଡ଼ିଆ ଡ୍ରାଇଭର, ଗାଡ଼ି ଅଟକାଇ ପିଟିଲେ ପରିବାରଲୋକ appeared first on Prameya News7.