କାଉଡିଆଙ୍କ ଉପରେ ମାଡିଗଲା କାର୍, ଚାଲିଗଲା ଜଣଙ୍କ ଜୀବନ

ସାଲେପୁର ୨୯।୦୭ : କଟକ-ଚାନ୍ଦବାଲି ରାସ୍ତା ନିଶ୍ଚିତକୋଇଲି ତହସିଲ ଅଫିସ ଛକରେ ଦୁର୍ଘଟଣା ।  କାଉଡିଆଙ୍କ ଉପରେ ମାଡିଗଲା କାର୍‌ । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହିତ ବାକି ତିନି ଜଣ ଆହତଙ୍କୁ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଖବର ଅନୁଯାୟୀ, ଜିଗୀନପୁର ବସୁପଦା ଗାଁର ପ୍ରାୟ ୩୭ ଜଣ କାଉଡିଆ ପାଣି ଉଠାଇ ନିଜ ଗାଁ ଶୀଧେଶ୍ୱର ମହାଦେବଙ୍କ ପାଖରେ ଜଳ ଲାଗି କରିବାକୁ ଯାଉଥିଲେ । ଏହି ସମୟରେ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ଛିଡା ହୋଇଥିବା ବେଳେ ବୀପରିତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଧକ୍କା ଦେଇଥିଲା । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ବାକି କିଛି ଆହତଙ୍କୁ ପୋଲିସ ସହାୟତାରେ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।  

କାଉଡିଆଙ୍କ ଉପରେ ମାଡିଗଲା କାର୍, ଚାଲିଗଲା ଜଣଙ୍କ ଜୀବନ

ସାଲେପୁର ୨୯।୦୭ : କଟକ-ଚାନ୍ଦବାଲି ରାସ୍ତା ନିଶ୍ଚିତକୋଇଲି ତହସିଲ ଅଫିସ ଛକରେ ଦୁର୍ଘଟଣା ।  କାଉଡିଆଙ୍କ ଉପରେ ମାଡିଗଲା କାର୍‌ । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହିତ ବାକି ତିନି ଜଣ ଆହତଙ୍କୁ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । 

ଖବର ଅନୁଯାୟୀ, ଜିଗୀନପୁର ବସୁପଦା ଗାଁର ପ୍ରାୟ ୩୭ ଜଣ କାଉଡିଆ ପାଣି ଉଠାଇ ନିଜ ଗାଁ ଶୀଧେଶ୍ୱର ମହାଦେବଙ୍କ ପାଖରେ ଜଳ ଲାଗି କରିବାକୁ ଯାଉଥିଲେ । ଏହି ସମୟରେ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ଛିଡା ହୋଇଥିବା ବେଳେ ବୀପରିତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଧକ୍କା ଦେଇଥିଲା । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ବାକି କିଛି ଆହତଙ୍କୁ ପୋଲିସ ସହାୟତାରେ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।