ଦୀର୍ଘ ଦିନ ପରେ ପୁଣି ସେଇ ଜୁଲାଇ ୧୪, ଯେଉଁଦିନ ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ତାଲା

ପୁରୀ ୧୪।୦୭ : ରବିବାର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚଳିତ ଥର ରତ୍ନଭଣ୍ଡାର ଖୋଲିବା ନେଇ ୧୧ ଜଣିଆ ଟିମ୍‌ ଗଠନ କରାଯାଇଛି । ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ଏହି ଟିମ୍‌ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ଖୋଲିବ । ତେବେ ରତ୍ନଭଣ୍ଡାର ନେଇ କିଛି ରୋଚକ ତଥ୍ୟ ଅଛି । ଆସନ୍ତୁ ଜାଣିବା...୧୯୭୮ ମସିହାରେ ଶେଷଥର ପାଇଁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ପରେ ଏହାର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ ହୋଇଥିଲା। ତତ୍କାଳୀନ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟବାଦୀ ସରକାରୀ ପ୍ରେସ୍ ରେ ଏହି ତାଲିକାର ଏକ ବିସ୍ତୃତ ବିବରଣୀ ଛପାଯାଇଥିଲା। ଏହି ତଥ୍ୟ ଅନୁଯାୟୀ, ୧୯୭୮ ମସିହା ଗଣତି ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ ୭୪୭ ପ୍ରକାରର ରତ୍ନ ଅଳଙ୍କାର ମିଳିଥିଲା। ଯେଉଁଥିରେ ୧୨ହଜାର ୮୩୮ ଭରି ସୁନା ଓ ୨୨ହଜାର ୧୫୩ ଭରି ରୁପା ରହିଥିଲା। ଭିତର ରତ୍ନଭଣ୍ଡାରରେ ୩୬୭ ପ୍ରକାରର ୪ହଜାର ୩୬୪ ଭରି, ବାହାର ରତ୍ନଭଣ୍ଡାରରେ ୭୯ ପ୍ରକାରର ୮ହଜାର ୧୭୫ ଭରି ଓ ଦୈନନ୍ଦିନ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରରେ ୮ ପ୍ରକାରର ୨୯୯ ଭରି ସୁନା ଅଳଙ୍କାର ରହିଥିଲା। ବିଭିନ୍ନ କାରଣରୁ କିଛି ଅଳଙ୍କାରକୁ ଗଣତି ନ କରି ଛାଡ଼ି ଦିଆଯାଇଥିଲା। ବିଭିନ୍ନ କାରଣରୁ ୧୪ଟି ସୁନା ଓ ରୁପା ଜିନିଷ ସହ ଅନେକ ଭଗ୍ନ ମୁକୁଟ, ରତ୍ନ ପଥର ଆଦି

ଦୀର୍ଘ ଦିନ ପରେ ପୁଣି ସେଇ ଜୁଲାଇ ୧୪, ଯେଉଁଦିନ ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ତାଲା

ପୁରୀ ୧୪।୦୭ : ରବିବାର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚଳିତ ଥର ରତ୍ନଭଣ୍ଡାର ଖୋଲିବା ନେଇ ୧୧ ଜଣିଆ ଟିମ୍‌ ଗଠନ କରାଯାଇଛି । ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ଏହି ଟିମ୍‌ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ଖୋଲିବ । ତେବେ ରତ୍ନଭଣ୍ଡାର ନେଇ କିଛି ରୋଚକ ତଥ୍ୟ ଅଛି । ଆସନ୍ତୁ ଜାଣିବା...

୧୯୭୮ ମସିହାରେ ଶେଷଥର ପାଇଁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ପରେ ଏହାର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ ହୋଇଥିଲା। ତତ୍କାଳୀନ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟବାଦୀ ସରକାରୀ ପ୍ରେସ୍ ରେ ଏହି ତାଲିକାର ଏକ ବିସ୍ତୃତ ବିବରଣୀ ଛପାଯାଇଥିଲା। ଏହି ତଥ୍ୟ ଅନୁଯାୟୀ, ୧୯୭୮ ମସିହା ଗଣତି ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ ୭୪୭ ପ୍ରକାରର ରତ୍ନ ଅଳଙ୍କାର ମିଳିଥିଲା। ଯେଉଁଥିରେ ୧୨ହଜାର ୮୩୮ ଭରି ସୁନା ଓ ୨୨ହଜାର ୧୫୩ ଭରି ରୁପା ରହିଥିଲା। ଭିତର ରତ୍ନଭଣ୍ଡାରରେ ୩୬୭ ପ୍ରକାରର ୪ହଜାର ୩୬୪ ଭରି, ବାହାର ରତ୍ନଭଣ୍ଡାରରେ ୭୯ ପ୍ରକାରର ୮ହଜାର ୧୭୫ ଭରି ଓ ଦୈନନ୍ଦିନ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରରେ ୮ ପ୍ରକାରର ୨୯୯ ଭରି ସୁନା ଅଳଙ୍କାର ରହିଥିଲା। ବିଭିନ୍ନ କାରଣରୁ କିଛି ଅଳଙ୍କାରକୁ ଗଣତି ନ କରି ଛାଡ଼ି ଦିଆଯାଇଥିଲା। ବିଭିନ୍ନ କାରଣରୁ ୧୪ଟି ସୁନା ଓ ରୁପା ଜିନିଷ ସହ ଅନେକ ଭଗ୍ନ ମୁକୁଟ, ରତ୍ନ ପଥର ଆଦି ତାଲିକାଭୁକ୍ତ କରାଯାଇନଥିଲା। ପରେ ୧୯୮୨ ମସିହା ଡିସେମ୍ବର ୨୬ରେ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଭିତର ରତ୍ନଭଣ୍ଡାର ଖୋଲାଯାଇ ୩ହଜାର ୩୩୭ ଭରି ୧୦ଅଣା ରୁପା କଢ଼ାଯାଇଥିଲା। 

ତେବେ ଶେଷ ଥର ୧୯୮୫ ମସିହା ଜୁଲାଇ ୧୪ରେ ବଡ଼ଠାକୁରଙ୍କ ବ୍ୟବହୃତ ଅଳଙ୍କାର ମରାମତି ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ କିଛି ସୁନା ଅଣାଯାଇଥିଲା। ବଡ଼ଠାକୁରଙ୍କ ଚିତା ବ୍ୟବହୃତ ଯୋଗ୍ୟ ନ ହେବାରୁ ରତ୍ନଭଣ୍ଡାର ଖୋଲାଯାଇ ସୁନା ଅଣାଯାଇଥିଲା। ପରେ ପୂର୍ବଭଳି ତାଲା ପକାଇ ଜଉମୁଦ ଦିଆଯାଇଥିଲା।