ଆମେରିକାକୁ ପଛରେ ପକାଇ ଚୀନ ହେଲା ଭାରତର ଏକ ନମ୍ବର ବ୍ୟବସାୟିକ ସହଯୋଗୀ ରାଷ୍ଟ୍ର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ଷେତ୍ରରେ ଭାରତର ବ୍ୟବସାୟିକ କ୍ଷତି ବଢ଼ିବାରେ ଲାଗିଛି। ଅଧିକାଂଶ  ସହଯୋଗୀ ରାଷ୍ଟ୍ର ସହିତ ଭାରତ କରିଥିବା ବ୍ୟବସାୟିକ ଚୁକ୍ତିରେ କ୍ଷତି ସହିବାକୁ ପଡ଼ିଛି। ସରକାରୀ ରିପୋର୍ଟ ଅନୁସାରେ, ଗତ ଆର୍ଥିକ ବର୍ଷରେ ଭାରତକୁ ନିଜର ୧୦ ବଡ଼ ବ୍ୟବସାଯିକ ସହଯୋଗୀ ରାଷ୍ଟ୍ରଙ୍କ ମଧ୍ୟରୁ ୯ ଜଣଙ୍କ ସହିତ ବ୍ୟବସାୟ କରି କ୍ଷତି ସହିବାକୁ ପଡ଼ିଛି। ସରକାରୀ ରିପୋର୍ଟ ଆଧାରରେ ନ୍ୟୁଜ୍ ଏଜେନ୍ସି ପିଟିଆଇ ଖବର ପ୍ରକାଶ କରି କହିଛି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୦ ଟିରୁ ୯ ଟି ପ୍ରମୁଖ ବାଣିଜ୍ୟିକ ସହଯୋଗୀଙ୍କ ସହିତ କ୍ଷତି ସହିବାକୁ ପଡ଼ିଛି। ଏହି ୯ ଦେଶ ମଧ୍ୟରୁ ଋଷ, ସିଙ୍ଗାପୁର, ଦକ୍ଷିଣ କୋରିଆ ଆଦି ଦେଶ ରହିଛନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ମଧ୍ୟରୁ ଅନେକଙ୍କ ସହ ଭାରତର ବାଣିଜ୍ୟ କ୍ଷତି ଗତବର୍ଷ ଅପେକ୍ଷା ଅଧିକ ବଢ଼ିଯାଇଛି। ଗତ ଆର୍ଥିକ ବର୍ଷରେ ଚୀନ୍ ପୁଣି ଥରେ ଆମେରିକାକୁ ପଛରେ ପକାଇ ଭାରତର ଏକ ନମ୍ବର ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର ହୋଇଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତ ଏବଂ ଚୀନ୍ ମଧ୍ୟରେ ପାରସ୍ପରିକ ବାଣିଜ୍ୟ ୧୧୮.୪ ବିଲିୟନ ଡଲାର ହୋଇଛି। ଗତବର୍ଷ ଅପେକ୍ଷା ଏଥିରେ ୪.୦୪ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପଟେ ସମାନ ଅବଧିରେ ଆମେରିକା ସହ ଦ୍ୱିପାକ୍ଷିକ କାରବାର ୮.୫୯ ପ୍ରତିଶତ ହ୍ରାସ ହୋଇ ୧୧୮.୨ ବିଲିଅନ ଡଲାର ପହଞ୍ଚିଛି। ଏହାପୂର୍ବରୁ, ଆମେରିକା କ୍ରମାଗତ ଦୁଇ ଆର୍ଥିକ ବର୍ଷ (୨

ଆମେରିକାକୁ ପଛରେ ପକାଇ ଚୀନ ହେଲା ଭାରତର ଏକ ନମ୍ବର ବ୍ୟବସାୟିକ ସହଯୋଗୀ ରାଷ୍ଟ୍ର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ଷେତ୍ରରେ ଭାରତର ବ୍ୟବସାୟିକ କ୍ଷତି ବଢ଼ିବାରେ ଲାଗିଛି। ଅଧିକାଂଶ  ସହଯୋଗୀ ରାଷ୍ଟ୍ର ସହିତ ଭାରତ କରିଥିବା ବ୍ୟବସାୟିକ ଚୁକ୍ତିରେ କ୍ଷତି ସହିବାକୁ ପଡ଼ିଛି। ସରକାରୀ ରିପୋର୍ଟ ଅନୁସାରେ, ଗତ ଆର୍ଥିକ ବର୍ଷରେ ଭାରତକୁ ନିଜର ୧୦ ବଡ଼ ବ୍ୟବସାଯିକ ସହଯୋଗୀ ରାଷ୍ଟ୍ରଙ୍କ ମଧ୍ୟରୁ ୯ ଜଣଙ୍କ ସହିତ ବ୍ୟବସାୟ କରି କ୍ଷତି ସହିବାକୁ ପଡ଼ିଛି। 

ସରକାରୀ ରିପୋର୍ଟ ଆଧାରରେ ନ୍ୟୁଜ୍ ଏଜେନ୍ସି ପିଟିଆଇ ଖବର ପ୍ରକାଶ କରି କହିଛି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୦ ଟିରୁ ୯ ଟି ପ୍ରମୁଖ ବାଣିଜ୍ୟିକ ସହଯୋଗୀଙ୍କ ସହିତ କ୍ଷତି ସହିବାକୁ ପଡ଼ିଛି। ଏହି ୯ ଦେଶ ମଧ୍ୟରୁ ଋଷ, ସିଙ୍ଗାପୁର, ଦକ୍ଷିଣ କୋରିଆ ଆଦି ଦେଶ ରହିଛନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ମଧ୍ୟରୁ ଅନେକଙ୍କ ସହ ଭାରତର ବାଣିଜ୍ୟ କ୍ଷତି ଗତବର୍ଷ ଅପେକ୍ଷା ଅଧିକ ବଢ଼ିଯାଇଛି। 

ଗତ ଆର୍ଥିକ ବର୍ଷରେ ଚୀନ୍ ପୁଣି ଥରେ ଆମେରିକାକୁ ପଛରେ ପକାଇ ଭାରତର ଏକ ନମ୍ବର ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର ହୋଇଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତ ଏବଂ ଚୀନ୍ ମଧ୍ୟରେ ପାରସ୍ପରିକ ବାଣିଜ୍ୟ ୧୧୮.୪ ବିଲିୟନ ଡଲାର ହୋଇଛି। ଗତବର୍ଷ ଅପେକ୍ଷା ଏଥିରେ ୪.୦୪ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପଟେ ସମାନ ଅବଧିରେ ଆମେରିକା ସହ ଦ୍ୱିପାକ୍ଷିକ କାରବାର ୮.୫୯ ପ୍ରତିଶତ ହ୍ରାସ ହୋଇ ୧୧୮.୨ ବିଲିଅନ ଡଲାର ପହଞ୍ଚିଛି। ଏହାପୂର୍ବରୁ, ଆମେରିକା କ୍ରମାଗତ ଦୁଇ ଆର୍ଥିକ ବର୍ଷ (୨୦୨୧-୨୨ ଏବଂ ୨୦୨୨-୨୩) ପାଇଁ ଭାରତର ସର୍ବବୃହତ ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର ଥିଲା। 

ସରକାରୀ ତଥ୍ୟ ଅନୁଯାୟୀ, ଗତ ଆର୍ଥିକ ବର୍ଷରେ ଭାରତର ଚୀନ୍, ଋଷ, ଦକ୍ଷିଣ କୋରିଆ ଏବଂ ହଂକଂ ସହ ବ୍ୟବସାୟ କରି କ୍ଷତି  ସହିଛି। ଅନ୍ୟପକ୍ଷରେ, ଗତ ଆର୍ଥିକ ବର୍ଷରେ ୨୦୨୨-୨୩ ତୁଳନାରେ ୟୁଏଇ, ସାଉଦି ଆରବ, ଋଷ, ଇଣ୍ଡୋନେସିଆ ଏବଂ ଇରାକ ସହିତ ଭାରତର ବାଣିଜ୍ୟିକ କ୍ଷତି କମିଛି। ତେବେ ଚୀନ ସହ ବ୍ୟବସାୟ କରି ଅଧିକ କ୍ଷତି ସହିଛି ଭାରତ।

ତେବେ ଏକମାତ୍ର ରାଷ୍ଟ୍ର ଆମେରିକା ସହ ବ୍ୟବସାୟ କରି ଭାରତ ଲାଭରେ ରହିଛି। ଆମେରିକାକୁ ଭାରତର ରପ୍ତାନୀ ଓ ଆମଦାନୀ ଉଭୟ ହ୍ରାସ ପାଇଛି। ରପ୍ତାନୀ ୧.୩ ପ୍ରତିଶତ ହ୍ରାସ ପାଇ ୭୭.୫ ବିଲିଅନ ଡଲାର ହୋଇଥିବା ବେଳେ ଆମଦାନୀ ୧୯.୮ ପ୍ରତିଶତ ହ୍ରାସ ପାଇ ୪୦.୭ ବିଲିଅନ ଡଲାର ପହଞ୍ଚିଛି। ଅନ୍ୟପଟେ ଚୀନକୁ ଭାରତର ରପ୍ତାନୀ ଓ ଆମଦାନୀ ଉଭୟ ବଢ଼ିଛି। ଚୀନକୁ ଭାରତ ରପ୍ତାନୀରେ ୮.୮ ପ୍ରତିଶତ ବଢ଼ି ୧୬.୬ ବିଲିଅନ ହୋଇଥିବା ବେଳେ ଆମଦାନୀ ୩.୨ ପ୍ରତିଶତ ବଢ଼ି ୧୦୧.୭ ବିଲିଅନ ହୋଇଛି। ଫଳରେ ଚୀନ ସହ ଟ୍ରେଡ୍‌ ଡେଫିସିଟ୍ ୮୫ ବିଲିଅନ ଡଲାର ଅତିକ୍ରମ କରିଛି। 
ସେହିପରି ଋଷ ସହିତ ଭାରତର ବାଣିଜ୍ୟ କ୍ଷତି ୫୭.୨ ବିଲିୟନ ଡଲାର ହୋଇଥିବା ବେଳେ ଦକ୍ଷିଣ କୋରିଆ ସହ ୧୪.୭୧ ବିଲିୟନ ଡଲାରରେ ଏବଂ ହଂକଂ ସହ ୧୨.୨ ବିଲିୟନ ଡଲାର କ୍ଷତି ହୋଇଛି। ଗତ ଆର୍ଥିକ ବର୍ଷରେ କେବଳ ଆମେରିକା ସହିତ ବାଣିଜ୍ୟର ସନ୍ତୁଳନ ଭାରତ ସପକ୍ଷରେ ଥିଲା। ଆମେରିକା ସହ ବାଣିଜ୍ୟ କାରବାର ଭାରତକୁ ୩୬.୭୪ ବିଲିୟନ ଡଲାର ଲାଭ ହୋଇଥିଲା।

ବାଂଲାଦେଶ କଥା ଦେଖିଲେ ଏହା ଭାରତ ଉପରେ ଅତି ନିର୍ଭରଶୀଳ ହୋଇ ରହିଛି। ସୁତା ବଣ୍ଡଲ, ପେଟ୍ରୋଲିୟମ ଓ ଇଲେକ୍ଟ୍ରିସିଟିର ପାଇଁ ବାଂଲାଦେଶ ଭାରତ ଉପରେ ନିର୍ଭରଶୀଳ। ତେବେ ଆମେରିକା ପରେ ଭାରତ ନେଦରଲାଣ୍ଡ ସହିତ ବ୍ୟବସାୟିକ ଲାଭ ୧୭.୩ ବିଲିଅନ ଡଲାର, ୟୁକେ ୪.୫ ବିଲିଅନ, ଇଟାଲି ୨.୯ ବିଲିଅନ, ଫ୍ରାନ୍ସ ୯୦୨ ମିଲିଅନ ଓ ବେଲ୍‌ଜିଅମ ୫୯୮ ମିଲିଅନ ଡଲାର ବ୍ୟବସାୟିକ ସର୍‌ପ୍ଲସ୍ ହୋଇଛି।