ଆୟୁଷ୍ମାନ ଭାରତ କାର୍ଡ ପାଇଁ କିପରି କରିବେ ରେଜିଷ୍ଟ୍ରେସନ, ଜାଣନ୍ତୁ ଜରୁରି ଡକ୍ୟୁମେଣ୍ଟ ସବୁ କ’ଣ?
ନୂଆଦିଲ୍ଲୀ ୧୨।୯: ଭାରତ ସରକାରଙ୍କ ପକ୍ଷରୁ ଆୟୁଷ୍ମାନ ଭାରତ ଯୋଜନାରେ ଏବେ ୭୦ ବର୍ଷରୁ ଅଧିକ ବୟଷ୍କ ଲୋକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ। ଆପଣଙ୍କ ପରିବାର ଯୋଜନାର ହିତାଧିକାରୀ ହୁଅନ୍ତୁ ଅଥବା ନ ହୁଅନ୍ତୁ ବୟଷ୍କ ଲୋକଙ୍କୁ କିନ୍ତୁ ଯୋଜନାର ଲାଭ ନିଶ୍ଚିତ ମିଳିବ। ତେବେ ବ୍ୟକ୍ତିଙ୍କୁ ଏଥି ଲାଗି ଯୋଜନାରେ ରେଜିଷ୍ଟ୍ରେସନ କରିବା ଜରୁରି। ପଞ୍ଜିକରଣ ପରେ ବୟଷ୍କ ଲୋକଙ୍କୁ ନୂଆ କାର୍ଡ ଉପଲବ୍ଧ କରାଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସ୍କିମର ଲାଭ ଧନୀ-ଗରିବ କେହିବି ନେଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହି ଯୋଜନାର ରେଜିଷ୍ଟ୍ରେସନ ପ୍ରକ୍ରିୟା ଓ ଆବଶ୍ୟକ ଜରୁରି କାଗଜପତ୍ର ସମ୍ପର୍କରେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ପାଇବା ପାଇଁ ରେଜିଷ୍ଟ୍ରେସନ କରିବା ଜରୁରି। ଏହା ପରେ ଆପଣଙ୍କ କାର୍ଡ ତିଆରି ହୋଇଯିବ ଓ ଆପଣଙ୍କୁ ଏହି ଯୋଜନାର ଲାଭ ମିଳିବାରେ ଲାଗିବ। ଏଥି ପାଇଁ ସର୍ବ ପ୍ରଥମେ ଆପଣଙ୍କୁ ‘ଆୟୁଷ୍ମାନ’ ଆପ ଡାଉନଲୋଡ କରିବାକୁ ହେବ ନଚେତ https://beneficiary.nha.gov.inକୁ ଯାଇ କ୍ଲିକ୍ କରନ୍ତୁ। ୟୁଜର ଲଗିନ କରିବା ପାଇଁ ମୋବାଇଲ ନମ୍ବର ଦିଅନ୍ତୁ। ଆପଣଙ୍କ ଫୋନକୁ ଓଟିପି ଆସିବ ଓ ଏହାକୁ ମଗାଯିବା ପରେ ଉଲ୍ଲେଖ କରନ୍ତୁ। ଆପଣ ନାମ, ଆଧାର ନମ୍ବର ଅଥବା ରେସନ କାର୍ଡ ଦ୍ୱାରା ନିଜର ପାତ୍ରତା ଯାଞ୍ଚ କରନ୍ତୁ। ଏହି ଯୋଜନା ଲାଗି ଯଦି ଆପଣ ଯୋ
ନୂଆଦିଲ୍ଲୀ ୧୨।୯: ଭାରତ ସରକାରଙ୍କ ପକ୍ଷରୁ ଆୟୁଷ୍ମାନ ଭାରତ ଯୋଜନାରେ ଏବେ ୭୦ ବର୍ଷରୁ ଅଧିକ ବୟଷ୍କ ଲୋକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ। ଆପଣଙ୍କ ପରିବାର ଯୋଜନାର ହିତାଧିକାରୀ ହୁଅନ୍ତୁ ଅଥବା ନ ହୁଅନ୍ତୁ ବୟଷ୍କ ଲୋକଙ୍କୁ କିନ୍ତୁ ଯୋଜନାର ଲାଭ ନିଶ୍ଚିତ ମିଳିବ। ତେବେ ବ୍ୟକ୍ତିଙ୍କୁ ଏଥି ଲାଗି ଯୋଜନାରେ ରେଜିଷ୍ଟ୍ରେସନ କରିବା ଜରୁରି। ପଞ୍ଜିକରଣ ପରେ ବୟଷ୍କ ଲୋକଙ୍କୁ ନୂଆ କାର୍ଡ ଉପଲବ୍ଧ କରାଯିବ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସ୍କିମର ଲାଭ ଧନୀ-ଗରିବ କେହିବି ନେଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହି ଯୋଜନାର ରେଜିଷ୍ଟ୍ରେସନ ପ୍ରକ୍ରିୟା ଓ ଆବଶ୍ୟକ ଜରୁରି କାଗଜପତ୍ର ସମ୍ପର୍କରେ।
ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ପାଇବା ପାଇଁ ରେଜିଷ୍ଟ୍ରେସନ କରିବା ଜରୁରି। ଏହା ପରେ ଆପଣଙ୍କ କାର୍ଡ ତିଆରି ହୋଇଯିବ ଓ ଆପଣଙ୍କୁ ଏହି ଯୋଜନାର ଲାଭ ମିଳିବାରେ ଲାଗିବ। ଏଥି ପାଇଁ ସର୍ବ ପ୍ରଥମେ ଆପଣଙ୍କୁ ‘ଆୟୁଷ୍ମାନ’ ଆପ ଡାଉନଲୋଡ କରିବାକୁ ହେବ ନଚେତ https://beneficiary.nha.gov.inକୁ ଯାଇ କ୍ଲିକ୍ କରନ୍ତୁ। ୟୁଜର ଲଗିନ କରିବା ପାଇଁ ମୋବାଇଲ ନମ୍ବର ଦିଅନ୍ତୁ। ଆପଣଙ୍କ ଫୋନକୁ ଓଟିପି ଆସିବ ଓ ଏହାକୁ ମଗାଯିବା ପରେ ଉଲ୍ଲେଖ କରନ୍ତୁ।
ଆପଣ ନାମ, ଆଧାର ନମ୍ବର ଅଥବା ରେସନ କାର୍ଡ ଦ୍ୱାରା ନିଜର ପାତ୍ରତା ଯାଞ୍ଚ କରନ୍ତୁ। ଏହି ଯୋଜନା ଲାଗି ଯଦି ଆପଣ ଯୋଗ୍ୟ ତେବେ ଦିଆଯାଇଥିବା ବିସ୍ତୃତ ବିବରଣିର ଭେରିଫିକେସନ ଆଧାର ଇ-କେୱାଇସିରୁ କରନ୍ତୁ। ବିସ୍ତୃତ ବିବରଣୀ ଦେବା ପରେ ଆପଣ ନିଜ ଫଟୋ ଅପଲୋଡ କରନ୍ତୁ। ଏହା ପରେ ଆପଣ ଆପଣଙ୍କର ଆୟୁଷ୍ମାନ ଭାରତ କାର୍ଡ ଡାଉନଲୋଡ କରନ୍ତୁ। ଆୟୁଷ୍ମାନ ଭାରତ କାର୍ଡ କରିବା ପାଇଁ ଆବେଦନକାରୀଙ୍କ ଆଧାରକାର୍ଡ, ମୂଳ ନିବାସ ପ୍ରମାଣପତ୍ର ଓ ଏବେକାର ଏକ ଫଟୋ ଥିବା ଜରୁରି।
ଘରେ ଯଦି ଦୁଇ ଜଣ ବୟଷ୍କ ଲୋକ ଥାନ୍ତି ତେବେ ଯୋଜନାର ଲାଭ ଉଭୟଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ହିଁ ମିଳିବ। ଦୁଇ ଜଣଙ୍କୁ ଅଲଗା ଅଲଗା ଲାଭ ମିଳିବନି। ଅର୍ଥାତ ଗୋଟିଏ ପରିବାରରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟଷ୍କ ଲୋକଙ୍କୁ ହିଁ ଏହି ଯୋଜନାର ଲାଭ ମିଳିପାରିବ।