ବାବା ସିଦ୍ଦିକଙ୍କ ପରି ସିଏମ୍ ଯୋଗୀଙ୍କ ଅବସ୍ଥା ହେବ,ମୁମ୍ବାଇ ପୋଲିସକୁ ଧମକ ମେସେଜ,୧୦ ଦିନରେ ଇସ୍ତଫା ଦାବି

ଉତ୍ତରପ୍ରଦେଶ ୦୩/୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ହତ୍ୟା ଧମକ ନେଇ ମୁମ୍ବାଇ ପୋଲିସକୁ ଆସିଛି ମେସେଜ । ୧୦ ଦିନ ଭିତରେ ଇସ୍ତଫା ଦେବାକୁ ମେସେଜରେ ଉଲ୍ଲେଖ କରାଯାଇଛି । ନଚେତ ବାବା ସିଦ୍ଦିକଙ୍କ ପରି ଅବସ୍ଥା କରିବାକୁ ଧମକ ଦିଆଯାଇଛି । ଏକ ଅଜଣା ନମ୍ବରରୁ ମୁମ୍ବାଇ ପୋଲିସକୁ ଏହି ମେସେଜ ଆସିଛି । ଶନିବାର ମୁମ୍ବାଇ ପୋଲିସ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏହି ଧମକ ଭରା ମେସେଜ ମିଳିଛି । ତେବେ କିଏ ଏହି ମେସେଜ ଦେଇଛି ତାର ଯାଞ୍ଚ କରୁଛି ପୋଲିସ । ଅଜଣା ନମ୍ବରରୁ ଧମକ ମିଳିବା ପରେ ଯୋଗୀଙ୍କ ସୁରକ୍ଷା ଆହୁରି ବଢାଇ ଦିଆଯାଇଛି । ୧୨ ଅକ୍ଟୋବରରେ ଏନସିପି ନେତା ବାବା ସିଦ୍ଦିକଙ୍କୁ ପୁଅ ଜିସାନଙ୍କ ଅଫିସ ବାହାରେ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା କୁହାଯାଉଛି । ପୋଲିସ ଘଟଣାର ଯାଞ୍ଚ କରୁଥିବା ବେଳେ କେତଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଗତ କିଛି ଦିନ ହେବ ପ୍ରାୟ ୫୦୦ଟି ଜାତୀୟ ଓ ଅନ୍ତର୍ଜାତୀୟ ବିମାନକୁ ବୋମାରେ ଉଡାଇବାକୁ ଧମକ  ମିଳିସାରିଛି । ମାତ୍ର ୨ ସପ୍ତାହ ମଧ୍ୟରେ ଏସବୁ ଘଟିଛି । ତେବେ ସୁରକ୍ଷା ଏଜେନ୍ସିର ଯାଞ୍ଚ ପରେ ଏସବୁ ଗୁଜବ ବୋଲି ପ୍ରମାଣ ହୋଇସାରିଛି । ଏହି ସବୁ ଧମକ ସୋସିଆଲ ମିଡିଆ ଜରିଆରେ ହୋଇଛି । ସେପଟେ ବଲିଉଡ ଷ୍ଟାର ସଲ୍‌ମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିସାରିଛି ପୋଲ

ବାବା ସିଦ୍ଦିକଙ୍କ ପରି ସିଏମ୍ ଯୋଗୀଙ୍କ ଅବସ୍ଥା ହେବ,ମୁମ୍ବାଇ ପୋଲିସକୁ ଧମକ ମେସେଜ,୧୦ ଦିନରେ ଇସ୍ତଫା ଦାବି

ଉତ୍ତରପ୍ରଦେଶ ୦୩/୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ହତ୍ୟା ଧମକ ନେଇ ମୁମ୍ବାଇ ପୋଲିସକୁ ଆସିଛି ମେସେଜ । ୧୦ ଦିନ ଭିତରେ ଇସ୍ତଫା ଦେବାକୁ ମେସେଜରେ ଉଲ୍ଲେଖ କରାଯାଇଛି । ନଚେତ ବାବା ସିଦ୍ଦିକଙ୍କ ପରି ଅବସ୍ଥା କରିବାକୁ ଧମକ ଦିଆଯାଇଛି । ଏକ ଅଜଣା ନମ୍ବରରୁ ମୁମ୍ବାଇ ପୋଲିସକୁ ଏହି ମେସେଜ ଆସିଛି । 

ଶନିବାର ମୁମ୍ବାଇ ପୋଲିସ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏହି ଧମକ ଭରା ମେସେଜ ମିଳିଛି । ତେବେ କିଏ ଏହି ମେସେଜ ଦେଇଛି ତାର ଯାଞ୍ଚ କରୁଛି ପୋଲିସ । ଅଜଣା ନମ୍ବରରୁ ଧମକ ମିଳିବା ପରେ ଯୋଗୀଙ୍କ ସୁରକ୍ଷା ଆହୁରି ବଢାଇ ଦିଆଯାଇଛି । ୧୨ ଅକ୍ଟୋବରରେ ଏନସିପି ନେତା ବାବା ସିଦ୍ଦିକଙ୍କୁ ପୁଅ ଜିସାନଙ୍କ ଅଫିସ ବାହାରେ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା କୁହାଯାଉଛି । ପୋଲିସ ଘଟଣାର ଯାଞ୍ଚ କରୁଥିବା ବେଳେ କେତଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । 

ଗତ କିଛି ଦିନ ହେବ ପ୍ରାୟ ୫୦୦ଟି ଜାତୀୟ ଓ ଅନ୍ତର୍ଜାତୀୟ ବିମାନକୁ ବୋମାରେ ଉଡାଇବାକୁ ଧମକ  ମିଳିସାରିଛି । ମାତ୍ର ୨ ସପ୍ତାହ ମଧ୍ୟରେ ଏସବୁ ଘଟିଛି । ତେବେ ସୁରକ୍ଷା ଏଜେନ୍ସିର ଯାଞ୍ଚ ପରେ ଏସବୁ ଗୁଜବ ବୋଲି ପ୍ରମାଣ ହୋଇସାରିଛି । ଏହି ସବୁ ଧମକ ସୋସିଆଲ ମିଡିଆ ଜରିଆରେ ହୋଇଛି । ସେପଟେ ବଲିଉଡ ଷ୍ଟାର ସଲ୍‌ମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିସାରିଛି ପୋଲିସ ।