୧୧୦୦ ଦିନ ପରେ ପଞ୍ଜାବକୁ ହରାଇଲା ଚେନ୍ନାଇ, ବଞ୍ଚି ରହିଲା ପ୍ଲେ ଅଫ୍ର ଆଶା
ଧର୍ମଶାଳା: ପଞ୍ଜାବକୁ ୨୮ ରନରେ ହରାଇଲା ଚେନ୍ନାଇ। ଧର୍ମଶାଳାରେ ଅନୁଷ୍ଠିତ ଆଇପିଏଲର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ଭେଟିଥିଲା ଚେନ୍ନାଇ ସୁପର କିଙ୍ଗ୍ସ। ପଞ୍ଜାବ ଅଧିନାୟକ ସାମ କୁରାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପଞ୍ଜାବ ୨୦ ଓଭରରେ ନଅ ୱିକେଟ୍ ହରାଇ ମାତ୍ର ୧୩୯ ରନରେ ସୀମିତ ରହିଥିଲା।ରବିନ୍ଦ୍ର ଜାଡେଜା ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲେ। ୪୩ ରନ୍ ସ୍କୋର କରିବା ବ୍ୟତୀତ ସେ ୩ଟି ୱିକେଟ୍ ନେଇଥିଲେ।ଧରମଶାଳାରେ ଏହି ବିଜୟ ସହିତ ଚେନ୍ନାଇ ମଧ୍ୟ ପୂର୍ବ ମ୍ୟାଚ ପରାଜୟ ପରାଜୟର ପ୍ରତିଶୋଧ ନେଇଛି। ପଞ୍ଜାବ ନିଜ ଘରୋଇ ଚେପକ୍ରେ ଚେନ୍ନାଇକୁ ପରାସ୍ତ କରିଥିଲା। ଏହା ସହ ଚେନ୍ନାଇ ବିପକ୍ଷରେ ପଞ୍ଜାବର ବିଜୟ ଧାରା ମଧ୍ୟ ଶେଷ ହୋଇଛି। ୧୧ ଶହ ଦିନ ପରେ ପଞ୍ଜାବକୁ ହରାଇଲା ଚେନ୍ନାଇ।ଦୁଇ ଦଳ ମଧ୍ୟରେ ଶେଷ ୬ଟି ମ୍ୟାଚ୍ ମଧ୍ୟରୁ ପଞ୍ଜାବ ପାଞ୍ଚଟି ଜିତିଥିଲା। ଏହି ବିଜୟ ସହିତ ଚେନ୍ନାଇ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚିଛି। ସେ ୬ଟି ବିଜୟ ଏବଂ ପାଞ୍ଚଟି ପରାଜୟ ସହିତ ୧୧ ଟି ମ୍ୟାଚରୁ ୧୨ ପଏଣ୍ଟ ପାଇଛି। ଏହି ବିଜୟ ପ୍ଲେ ଅଫରେ ପହଞ୍ଚିବା ପାଇଁ CSKର ଆଶାକୁ ବଞ୍ଚାଇ ରଖିଛି। ଏଥି ସହିତ ପଞ୍ଜାବ ଦଳ ପାଇଁ ଏହା ସପ୍ତମ ପରାଜୟ ଥିଲା। ଦଳ ଆଠ ପଏଣ୍ଟ ସହ ପଏଣ୍ଟ ଟେବୁ
ଧର୍ମଶାଳା: ପଞ୍ଜାବକୁ ୨୮ ରନରେ ହରାଇଲା ଚେନ୍ନାଇ। ଧର୍ମଶାଳାରେ ଅନୁଷ୍ଠିତ ଆଇପିଏଲର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ଭେଟିଥିଲା ଚେନ୍ନାଇ ସୁପର କିଙ୍ଗ୍ସ। ପଞ୍ଜାବ ଅଧିନାୟକ ସାମ କୁରାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପଞ୍ଜାବ ୨୦ ଓଭରରେ ନଅ ୱିକେଟ୍ ହରାଇ ମାତ୍ର ୧୩୯ ରନରେ ସୀମିତ ରହିଥିଲା।
ରବିନ୍ଦ୍ର ଜାଡେଜା ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲେ। ୪୩ ରନ୍ ସ୍କୋର କରିବା ବ୍ୟତୀତ ସେ ୩ଟି ୱିକେଟ୍ ନେଇଥିଲେ।
ଧରମଶାଳାରେ ଏହି ବିଜୟ ସହିତ ଚେନ୍ନାଇ ମଧ୍ୟ ପୂର୍ବ ମ୍ୟାଚ ପରାଜୟ ପରାଜୟର ପ୍ରତିଶୋଧ ନେଇଛି। ପଞ୍ଜାବ ନିଜ ଘରୋଇ ଚେପକ୍ରେ ଚେନ୍ନାଇକୁ ପରାସ୍ତ କରିଥିଲା। ଏହା ସହ ଚେନ୍ନାଇ ବିପକ୍ଷରେ ପଞ୍ଜାବର ବିଜୟ ଧାରା ମଧ୍ୟ ଶେଷ ହୋଇଛି। ୧୧ ଶହ ଦିନ ପରେ ପଞ୍ଜାବକୁ ହରାଇଲା ଚେନ୍ନାଇ।
ଦୁଇ ଦଳ ମଧ୍ୟରେ ଶେଷ ୬ଟି ମ୍ୟାଚ୍ ମଧ୍ୟରୁ ପଞ୍ଜାବ ପାଞ୍ଚଟି ଜିତିଥିଲା। ଏହି ବିଜୟ ସହିତ ଚେନ୍ନାଇ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚିଛି। ସେ ୬ଟି ବିଜୟ ଏବଂ ପାଞ୍ଚଟି ପରାଜୟ ସହିତ ୧୧ ଟି ମ୍ୟାଚରୁ ୧୨ ପଏଣ୍ଟ ପାଇଛି। ଏହି ବିଜୟ ପ୍ଲେ ଅଫରେ ପହଞ୍ଚିବା ପାଇଁ CSKର ଆଶାକୁ ବଞ୍ଚାଇ ରଖିଛି।
ଏଥି ସହିତ ପଞ୍ଜାବ ଦଳ ପାଇଁ ଏହା ସପ୍ତମ ପରାଜୟ ଥିଲା। ଦଳ ଆଠ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ରହିଛି। ଚେନ୍ନାଇର ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ୧୦ରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ହେବ।