ଚାଇନାର ଶ୍ରବଣ କୁମାର

ବେଜିଂ: ସାମ୍ପ୍ରତିକ ସମୟରେ ଏପରି ଅନେକ ମାମଲା ସାମ୍‌ନାକୁ ଆସିଛି, ଯେଉଁଥିରେ ଅନେକ ବ୍ୟକ୍ତି ସେମାନଙ୍କ ବୃଦ୍ଧ ମା’ ବାପାଙ୍କର ଯତ୍ନ ନ ନେଇ ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ଏହାରି ମଧ୍ୟରେ ଚାଇନାର ଜିନ୍‌ଜିଆଙ୍ଗ ନିବାସୀ ଶାଓ(୩୨) ନାମକ ଜଣେ ଯୁବକ ନିଜର ଅସୁସ୍ଥ ମା’ଙ୍କୁ ପିଠିରେ ନେଇ ଦେଶ ଭ୍ରମଣ କରିଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କ ହୃଦୟକୁ ଛୁଇଁଛି। ତେଣୁ ଏହି ଯୁବକଙ୍କୁ ଚାଇନାର ଶ୍ରବଣ କୁମାର ବୋଲି ଅନେକ […] The post ଚାଇନାର ଶ୍ରବଣ କୁମାର appeared first on Dharitri Odia News.

ଚାଇନାର ଶ୍ରବଣ କୁମାର

ବେଜିଂ: ସାମ୍ପ୍ରତିକ ସମୟରେ ଏପରି ଅନେକ ମାମଲା ସାମ୍‌ନାକୁ ଆସିଛି, ଯେଉଁଥିରେ ଅନେକ ବ୍ୟକ୍ତି ସେମାନଙ୍କ ବୃଦ୍ଧ ମା’ ବାପାଙ୍କର ଯତ୍ନ ନ ନେଇ ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ଏହାରି ମଧ୍ୟରେ ଚାଇନାର ଜିନ୍‌ଜିଆଙ୍ଗ ନିବାସୀ ଶାଓ(୩୨) ନାମକ ଜଣେ ଯୁବକ ନିଜର ଅସୁସ୍ଥ ମା’ଙ୍କୁ ପିଠିରେ ନେଇ ଦେଶ ଭ୍ରମଣ କରିଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କ ହୃଦୟକୁ ଛୁଇଁଛି। ତେଣୁ ଏହି ଯୁବକଙ୍କୁ ଚାଇନାର ଶ୍ରବଣ କୁମାର ବୋଲି ଅନେକ ୟୁଜର୍ସ କମେଣ୍ଟ ଦେଇଛନ୍ତି।
ନିକଟରେ ଶାଓ ଜାଣିବାକୁ ପାଇଲେ ଯେ, ତାଙ୍କ ମା’ଙ୍କୁ ସେରେବ୍ରେଲ ଏଟ୍ରୋଫି ରୋଗ ହୋଇଛି, ଫଳରେ ତାଙ୍କର ସ୍ବାସ୍ଥ୍ୟ ଦିନକୁ ଦିନ ଆହୁରି ଖରାପ ହେବାରେ ଲାଗିଛି। ତାଙ୍କ ମା’ ବେଶୀ ଦିନ ବଞ୍ଚିବେ ନାହିଁ ଶାଓ ଅନୁଭବ କରିଥିଲେ। ତେଣୁ ଜୀବିତ ଥିବାଯାଏଁ ମା’ଙ୍କୁ ସମସ୍ତ ସୁଖ ଦେବାକୁ ସେ ସ୍ଥିର କରିଥିଲେ। ଶାଓ ନିଜ ଘର ଏବଂ କାର୍‌ ବିକ୍ରି କରି ମା’ଙ୍କୁ ପିଠିରେ ନେଇ ଦେଶ ଭ୍ରମଣରେ ବାହାରି ପଡ଼ିଥି୍‌ଲେ। ଏବେ ଶାଓ ତାଙ୍କ ମା’ଙ୍କୁ ଚାଇନାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଉଛନ୍ତି।

The post ଚାଇନାର ଶ୍ରବଣ କୁମାର appeared first on Dharitri Odia News.