କ୍ରିକେଟ ପଡ଼ିଆରେ କେବେ ଦେଖିନଥିବେ ଏଭଳି ଅଘଟଣ, ଖେଳାଳିଙ୍କ ଫାଟିଲା ମୁହଁ, ଷ୍ଟ୍ରେଚରରେ ବୁହା ହେଲେ

ନୂଆଦିଲ୍ଲୀ: ବିଗ୍ ବାସ୍ ଲିଗ୍‌ରେ ଶୁକ୍ରବାର ସିଡନୀ ଥଣ୍ଡର ଏବଂ ପର୍ଥ ସ୍କୋର୍ଚର୍ସଙ୍କ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ତେବେ ଏହି ମୁକାବିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପର୍ଥରେ ଖେଳାଯାଇଥିବା ବିବିଏଲର ୨୨ତମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୱିକେଟ୍ କିପର ଡାନିୟଲ ସାମ୍ସ ଏବଂ କ୍ୟାମରନ୍ ବାନକ୍ରୋଫ୍ଚ ମୈଦାନରେ ଫିଲ୍ଡିଂ ବେଳେ ପରସ୍ପର ସହ ଧକ୍କା ହୋଇଥିଲେ । ଏଥିରେ ଦୁଇ ଖେଳାଳି ଗୁରୁତର ଭାବେ ଆହତ ହୋଇଛନ୍ତି । ସୋସିଆଲ ମିଡିଆରେ ଦୁର୍ଘଟଣା ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି ।ସ୍କୋର୍ଚର୍ସ ଇନିଂସର ୧୬ତମ ଓଭରରେ ଏହି ଦୁର୍ଘଟଣା ଘଟିଛି । କୁପର କୋନୋଲିଙ୍କ ଦ୍ୱାରା ଖେଳାଯାଇଥିବା ସର୍ଟରେ ବଲକୁ କ୍ୟାଚ୍ କରିବା ପାଇଁ ଦୁଇ ଖେଳାଳି ଦୌଡ଼ିଥିଲେ । ଦୁହେଁ ବଲ ଉପରେ ନଜର ରଖି ଉପରକୁ ଚାହିଁ ଦୌଡ଼ୁଥିଲେ । ଏହି ସମୟରେ ଦୁହେଁ ପରସ୍ପରକୁ ପିଟି ହୋଇଥିଲେ । ଏହା ଏତେ ଜୋରଦାର ଥିଲା ଯେ ଖେଳାଳିଙ୍କ ମୁହଁରୁ ରକ୍ତ ବାହାରିଥିଲା ।Cameron Bancroft and Daniel Sams#BBLpic.twitter.com/ImTaszkmti— Millionaire ???? (@Millionaire_X_) January 3, 2025ଏହି ଅଘଟଣ ପରେ କ୍ୟାମରନ୍ ବାନକ୍ରାଫ୍ଟଙ୍କ ନାକରୁ ରକ୍ତ ବାହାରିଥିଲା । ତେବେ ଫିଜିଓ ଆସି ତାଙ୍କୁ ପଡ଼ିଆ ବାହାରକୁ ନେଇଯାଇଥିଲେ । କିନ୍ତୁ ଡାନିୟଲ ସାମ୍ସଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ମୈଦାନ ବାହାରକୁ ନିଆଯାଇଥିଲା । 

କ୍ରିକେଟ ପଡ଼ିଆରେ କେବେ ଦେଖିନଥିବେ ଏଭଳି ଅଘଟଣ, ଖେଳାଳିଙ୍କ ଫାଟିଲା ମୁହଁ, ଷ୍ଟ୍ରେଚରରେ ବୁହା ହେଲେ

ନୂଆଦିଲ୍ଲୀ: ବିଗ୍ ବାସ୍ ଲିଗ୍‌ରେ ଶୁକ୍ରବାର ସିଡନୀ ଥଣ୍ଡର ଏବଂ ପର୍ଥ ସ୍କୋର୍ଚର୍ସଙ୍କ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ତେବେ ଏହି ମୁକାବିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପର୍ଥରେ ଖେଳାଯାଇଥିବା ବିବିଏଲର ୨୨ତମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୱିକେଟ୍ କିପର ଡାନିୟଲ ସାମ୍ସ ଏବଂ କ୍ୟାମରନ୍ ବାନକ୍ରୋଫ୍ଚ ମୈଦାନରେ ଫିଲ୍ଡିଂ ବେଳେ ପରସ୍ପର ସହ ଧକ୍କା ହୋଇଥିଲେ । ଏଥିରେ ଦୁଇ ଖେଳାଳି ଗୁରୁତର ଭାବେ ଆହତ ହୋଇଛନ୍ତି । ସୋସିଆଲ ମିଡିଆରେ ଦୁର୍ଘଟଣା ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସ୍କୋର୍ଚର୍ସ ଇନିଂସର ୧୬ତମ ଓଭରରେ ଏହି ଦୁର୍ଘଟଣା ଘଟିଛି । କୁପର କୋନୋଲିଙ୍କ ଦ୍ୱାରା ଖେଳାଯାଇଥିବା ସର୍ଟରେ ବଲକୁ କ୍ୟାଚ୍ କରିବା ପାଇଁ ଦୁଇ ଖେଳାଳି ଦୌଡ଼ିଥିଲେ । ଦୁହେଁ ବଲ ଉପରେ ନଜର ରଖି ଉପରକୁ ଚାହିଁ ଦୌଡ଼ୁଥିଲେ । ଏହି ସମୟରେ ଦୁହେଁ ପରସ୍ପରକୁ ପିଟି ହୋଇଥିଲେ । ଏହା ଏତେ ଜୋରଦାର ଥିଲା ଯେ ଖେଳାଳିଙ୍କ ମୁହଁରୁ ରକ୍ତ ବାହାରିଥିଲା ।

ଏହି ଅଘଟଣ ପରେ କ୍ୟାମରନ୍ ବାନକ୍ରାଫ୍ଟଙ୍କ ନାକରୁ ରକ୍ତ ବାହାରିଥିଲା । ତେବେ ଫିଜିଓ ଆସି ତାଙ୍କୁ ପଡ଼ିଆ ବାହାରକୁ ନେଇଯାଇଥିଲେ । କିନ୍ତୁ ଡାନିୟଲ ସାମ୍ସଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ମୈଦାନ ବାହାରକୁ ନିଆଯାଇଥିଲା ।