ପଲିଟିକ୍ସରେ କେଦାର ଯାଦବଙ୍କ ଡେବ୍ୟୁ; ମହାରାଷ୍ଟ୍ର ବିଜେପି ମୁଖ୍ୟାଳୟରେ ହେଲେ ସାମିଲ୍
ନୂଆଦିଲ୍ଲୀ: କେଦାର ଯାଦବଙ୍କ ପଲିଟିକାଲ୍ ଇନିଂସ ଆରମ୍ଭ । ଭାରତୀୟ ଜନତା ପାର୍ଟିରେ ମିଶିଲେ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର । ମଙ୍ଗଳବାର ମହାରାଷ୍ଟ୍ର ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାଭନକୁଲେଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ବିଜେପିରେ ଯୋଗଦେବା ଘୋଷଣା କରିବା ପୂର୍ବରୁ କେଦାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ରବିନ୍ଦ୍ର ଚଭନଙ୍କୁ ଭେଟିଥିଲେ । ଏହା ପରେ, ସେ ମୁମ୍ବାଇ କ୍ରିକେଟ୍ ଆସୋସିଏସନର ପୂର୍ବତନ ସଭାପତି ଓ ବିଜେପି ନେତା ଆଶିଷ ଶେଲାରଙ୍କୁ ମଧ୍ୟ ଭେଟିଥିଲେ ।ଗତ ବର୍ଷ ଜୁନ୍ ମାସରେ କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ । ଏହା ସୂଚନା ସେ ସୋସିଆଲ୍ ମିଡିଆ ମାଧ୍ୟମରେ ଦେଇଥିଲେ । ୩୯ ବର୍ଷିୟ ଏହି ପୂର୍ବତନ କ୍ରିକେଟ୍ ୨୦୨୦ ଫେବ୍ରୁଆରୀ ମାସରେ ନ୍ୟୁଜିଲାଣ୍ଡ ବିରୋଧରେ ଅନ୍ତିମ ମ୍ୟାଚ୍ ଖେଳିଥିଲେ । ୪ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ରେ ସେ ମାତ୍ର ୩୫ ରନ ସଂଗ୍ରହ କରିଥିଲେ । ଏହି ଶୃଙ୍ଖଳାରେ ତାଙ୍କୁ ମାତ୍ର ଦୁଇଟି ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା ।ପୁଣେ ବାସିନ୍ଦା କେଦାର ଯାଦବ ଭାରତ ପାଇଁ ମୋଟ୍ ୭୩ଟି ଦିନିକିଆ ଖେଳିଛନ୍ତି । ୫୨ଟି ଇନିଂସରେ ୪୨.୦୯ ହାରରେ ୧୩୮୯ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୨ଟି ଶତକ ଓ ୬ଟି ଅର୍ଦ୍ଧଶତକ ରହିଛି । ଟି-୨୦ ମ୍ୟାଚ୍ରେ ତାଙ୍କର ପ୍ରଦର୍ଶନ ସେ
ନୂଆଦିଲ୍ଲୀ: କେଦାର ଯାଦବଙ୍କ ପଲିଟିକାଲ୍ ଇନିଂସ ଆରମ୍ଭ । ଭାରତୀୟ ଜନତା ପାର୍ଟିରେ ମିଶିଲେ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର । ମଙ୍ଗଳବାର ମହାରାଷ୍ଟ୍ର ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାଭନକୁଲେଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ବିଜେପିରେ ଯୋଗଦେବା ଘୋଷଣା କରିବା ପୂର୍ବରୁ କେଦାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ରବିନ୍ଦ୍ର ଚଭନଙ୍କୁ ଭେଟିଥିଲେ । ଏହା ପରେ, ସେ ମୁମ୍ବାଇ କ୍ରିକେଟ୍ ଆସୋସିଏସନର ପୂର୍ବତନ ସଭାପତି ଓ ବିଜେପି ନେତା ଆଶିଷ ଶେଲାରଙ୍କୁ ମଧ୍ୟ ଭେଟିଥିଲେ ।
ଗତ ବର୍ଷ ଜୁନ୍ ମାସରେ କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ । ଏହା ସୂଚନା ସେ ସୋସିଆଲ୍ ମିଡିଆ ମାଧ୍ୟମରେ ଦେଇଥିଲେ । ୩୯ ବର୍ଷିୟ ଏହି ପୂର୍ବତନ କ୍ରିକେଟ୍ ୨୦୨୦ ଫେବ୍ରୁଆରୀ ମାସରେ ନ୍ୟୁଜିଲାଣ୍ଡ ବିରୋଧରେ ଅନ୍ତିମ ମ୍ୟାଚ୍ ଖେଳିଥିଲେ । ୪ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ରେ ସେ ମାତ୍ର ୩୫ ରନ ସଂଗ୍ରହ କରିଥିଲେ । ଏହି ଶୃଙ୍ଖଳାରେ ତାଙ୍କୁ ମାତ୍ର ଦୁଇଟି ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା ।
ପୁଣେ ବାସିନ୍ଦା କେଦାର ଯାଦବ ଭାରତ ପାଇଁ ମୋଟ୍ ୭୩ଟି ଦିନିକିଆ ଖେଳିଛନ୍ତି । ୫୨ଟି ଇନିଂସରେ ୪୨.୦୯ ହାରରେ ୧୩୮୯ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୨ଟି ଶତକ ଓ ୬ଟି ଅର୍ଦ୍ଧଶତକ ରହିଛି । ଟି-୨୦ ମ୍ୟାଚ୍ରେ ତାଙ୍କର ପ୍ରଦର୍ଶନ ସେତେଟା ଆଖିଦୃଶିଆ ନଥିଲା । କେଦାର ଯାଦବ ୯ଟି ଟି-୨୦ ମ୍ୟାଚ୍ ଖେଳି ୨୦.୩୩ ହାରରେ ୧୨୨ ରନ୍ କରିଛନ୍ତି । ୨୦୧୦ ମସିହାରେ କେଦାର କରିଥିଲେ ଆଇପିଏଲ ଡେବ୍ୟୁ । ଆଇପିଏଲରେ ୯୫ଟି ମ୍ୟାଚ୍ ଖେଳିଛନ୍ତି । ସେ ୮୧ ଇନିଂସରେ ୧୨୦୮ ରନ୍ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୬୯ ରନ୍ ରହିଛି । ଏହାସହ କେଦାର IPLରେ ୪ଟି ଅର୍ଦ୍ଧଶତକ ମାରିଛନ୍ତି । ୨୦୧୧ ମସିହାରେ ସେ କୋଚି ଟସ୍କର୍ସ କେରଳ ଦଳର ଅଂଶ ଥିଲେ । ସେ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଦିଲ୍ଲୀ ଟିମ୍ର ଅଂଶିଦାର ଥିଲେ । ପରେ ୨୦୧୬ ଏବଂ ୨୦୧୭ ରେ RCB ଦଳରେ ଯୋଗ ଦେଇଥିଲେ। କେଦାର ଜାଦବ ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ CSK ଦଳର ଅଂଶ ଥିଲେ । ପରେ ୨୦୨୧ ରେ ତାଙ୍କୁ ହାଇଦ୍ରାବାଦ ପାଇଁ ଖେଳିବାର ସୁଯୋଗ ମିଳିଥିଲା।