ଅହମ୍ମଦାବାଦ ବିମାନବନ୍ଦର ନିକଟରେ ଦୁର୍ଘଟଣା, ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ କ୍ରାସ୍

ଗୁଜରାଟ ୧୨/୦୬: ଗୁଜୁରାଟର ଅହମ୍ମଦାବାଦରେ ବଡ ଅଘଟଣ । ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କୁହାଯାଉଛି ଯେ ବିମାନଟି ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାସ୍ଥଳରୁ କଳା ଧୂଆଁ ଉପରକୁ ଉଠୁଥିବା ଦେଖିବାକୁ ମିଳିଥିଲା । ସେପଟେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । -અમદાવાદમાં પ્લેન ક્રેશ-ફાયક વીભાગે આપી પ્રાથમિક જાણકારી-એરપોર્ટપર પ્લેન ક્રેસની ઘટના બની-ફાયર વિભાગ ઘટનાસ્થળે જવા રવાના@ahmairport @airindia #Ahmedabad #PlaneCrash #BreakingNews #AirportEmergency #FireDepartment #AviationAlert #AirIndia #AhmedabadAirPort… pic.twitter.com/HZrhKwGBez— Gujarat First (@GujaratFirst) June 12, 2025ସୂଚନାଥାଉକି, ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା । ତେବେ ବିମାନରେ ପାଖାପାଖି ୨୪୨ ଯାତ୍ରୀ ଥିଲେ । ବିମାନଟି ଟେକ୍ ଅଫ୍ କରିବା ସମୟରେ ଏହି ଅଘଟଣ ଘଟିଛି । ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ମେଘାନୀନଗର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନବନ୍ଦରରୁ ମେଘାନୀନଗରର ଦୂରତା ପ୍ରାୟ ୧୫ କିଲୋମିଟର। ଦୁର୍ଘଟଣା ପରେ ତୁରନ୍ତ ୭ଟି ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ

ଅହମ୍ମଦାବାଦ ବିମାନବନ୍ଦର ନିକଟରେ ଦୁର୍ଘଟଣା, ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ କ୍ରାସ୍

ଗୁଜରାଟ ୧୨/୦୬: ଗୁଜୁରାଟର ଅହମ୍ମଦାବାଦରେ ବଡ ଅଘଟଣ । ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କୁହାଯାଉଛି ଯେ ବିମାନଟି ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାସ୍ଥଳରୁ କଳା ଧୂଆଁ ଉପରକୁ ଉଠୁଥିବା ଦେଖିବାକୁ ମିଳିଥିଲା । ସେପଟେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । 


ସୂଚନାଥାଉକି, ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା । ତେବେ ବିମାନରେ ପାଖାପାଖି ୨୪୨ ଯାତ୍ରୀ ଥିଲେ । ବିମାନଟି ଟେକ୍ ଅଫ୍ କରିବା ସମୟରେ ଏହି ଅଘଟଣ ଘଟିଛି । ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ମେଘାନୀନଗର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନବନ୍ଦରରୁ ମେଘାନୀନଗରର ଦୂରତା ପ୍ରାୟ ୧୫ କିଲୋମିଟର। ଦୁର୍ଘଟଣା ପରେ ତୁରନ୍ତ ୭ଟି ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି ।