ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜାମସେଦପୁରର ବିଷ୍ଟୁପୁର ରୋଡଠାେରେ ଅବସ୍ଥିତ ଶ୍ରୀଲେଦର୍ସର ଗ୍ରାଣ୍ଡ୍‌ ଶୋ’ରୁମ୍‌ ମୁଖ୍ୟ ପ୍ରବେଶ ପଥରେ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଥିଲା। ଏହି ଅବସରରେ ଶ୍ରୀଲେଦର୍ସର ସହଭାଗୀ ଶେଖର ଦେ, ଜ୍ୟୋତ୍ସ୍ନା ଦେ, ସୁଶାନ୍ତୋ ଦେ, ପୂଜରିନୀ ଦେଙ୍କ ସମେତ ନିଲ ଭଟ୍ଟାଚାର୍ଯ୍ୟ, ଉଷଶି […] The post ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ appeared first on Dharitri Odia News.

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜାମସେଦପୁରର ବିଷ୍ଟୁପୁର ରୋଡଠାେରେ ଅବସ୍ଥିତ ଶ୍ରୀଲେଦର୍ସର ଗ୍ରାଣ୍ଡ୍‌ ଶୋ’ରୁମ୍‌ ମୁଖ୍ୟ ପ୍ରବେଶ ପଥରେ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଥିଲା।

ଏହି ଅବସରରେ ଶ୍ରୀଲେଦର୍ସର ସହଭାଗୀ ଶେଖର ଦେ, ଜ୍ୟୋତ୍ସ୍ନା ଦେ, ସୁଶାନ୍ତୋ ଦେ, ପୂଜରିନୀ ଦେଙ୍କ ସମେତ ନିଲ ଭଟ୍ଟାଚାର୍ଯ୍ୟ, ଉଷଶି ଦେ, ଭବଶ ଦେବ ପ୍ରମୁଖ ଉପସ୍ଥିତ ରହି ଦେଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏ ନେଇ ଶ୍ରୀଲେଦର୍ସର ସହଭାଗୀ ଶେଖର ଦେ କହିଛନ୍ତି, ତାଙ୍କ ପିତାଙ୍କ ସାଙ୍ଗମାନଙ୍କ ମଧ୍ୟରେ କେବଳ ଜଣେ ବନ୍ଧୁ ଭବଶ ଦେବ ଜୀବିତ ଏବଂ ତାଙ୍କୁ ଦେଖି ସେ ବହୁତ ଖୁସି ଅନୁଭବ କରୁଛନ୍ତି। ଏପରିକି ଶାରୀରିକ ଅସୁବିଧା ମଧ୍ୟରେ ସୁରେଶ ଚନ୍ଦ୍ର ଦେଙ୍କୁ ସମ୍ମାନ ଜଣାଇବାକୁ ଆସିଥିବାରୁ ମୁଁ ଶ୍ରୀ ଦେବଙ୍କୁ କୃତଜ୍ଞତା ଜଣାଉଛି।

ସେହିଭଳି ଦେ କହିଛନ୍ତି,୧୯୫୨ରେ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସୁରେଶ ଚନ୍ଦ୍ର ଦେ ଜାମସେଦପୁରର ଏକ ଛୋଟ ବ୍ୟବସାୟରୁ କମ୍ପାନୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଜି ଶ୍ରୀଲେଦର୍ସ ଦେଶର ପ୍ରାୟ ପ୍ରତ୍ୟେକ ରାଜ୍ୟର ପ୍ରମୁଖ ସହରରେ ଶୋ’ରୁମ୍‌ ଖୋଲି ତା’ର କାରବାର ସହ ବ୍ୟବସାୟ ସମ୍ପ୍ରସାରଣରେ ସଫଳ ହୋଇଛି। କମ୍ପାନୀର କମାଣ୍ଡ୍‌ ବର୍ତ୍ତମାନ ଶ୍ରୀଲେଦର୍ସ ପରିବାରର ନୂତନ ପିଢ଼ିଙ୍କ ହାତରେ ରହିଛି।

ନୂତନ ପିଢ଼ି ପ୍ରତିଷ୍ଠାତାଙ୍କ ଦୃଷ୍ଟିକୁ ଆଗକୁ ବଢାଇ ତା’ର ବିସ୍ତାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଆଜି ଶ୍ରୀଲେଦର୍ସ ସମଗ୍ର ଦେଶରେ ୩୬ରୁ ଏକ୍ସକ୍ଲୁସିଭ ଆଉଟଲେଟ ଜରିଆରେ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସେବା ଓ କର୍ମନିଯୁକ୍ତି ଯୋଗାଇଦେଇଛି ଏବଂ ଗ୍ରାହକଙ୍କୁ କମ୍‌ ମୂଲ୍ୟରେ ଉଚ୍ଚମାନର ଉତ୍ପାଦ ମଧ୍ୟ ଯୋଗାଉଛି। ସେହିଭଳି ଶ୍ରୀଲେଦର୍ସର ସହଭାଗୀ ସୁଶାନ୍ତୋ ଦେ କହିଛନ୍ତି, ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀଠାରେ ବ୍ରାଣ୍ଡ୍‌ର ଏକ୍ସକ୍ଲୁସିଭ ଶୋ’ରୁମ୍‌ ରହିଛି। ଏହା ବ୍ୟତୀତ କମ୍ପାନୀ ଅନ୍ୟ ରାଜ୍ୟରେ ମଧ୍ୟ ତା’ର କାର୍ଯ୍ୟ ବିସ୍ତାର କରିବାକୁ ଚିନ୍ତା କରୁଥିବାବେଳେ ଶ୍ରୀଲେଦର୍ସ ସ୍ପୋଟର୍‌ସ ସୁଜ୍‌ (କ୍ରୀଡ଼ା ଜୋତା)ର ପରିସର ବୃଦ୍ଧି ଉପରେ ମଧ୍ୟ କାର୍ଯ୍ୟ କରୁଛି।

The post ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ appeared first on Dharitri Odia News.