ନୂଆ ସରକାରର ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେ ଏସିୟାର ପ୍ରଥମ ମହିଳା ଲୋକୋ ପାଇଲଟ, ଜାଣନ୍ତୁ ସୁରେଖା ଯାଦବ କିଏ?

ମୁମ୍ବାଇ ୭।୬: ଏନଡିଏ ସଂସଦୀୟ ଦଳ ଶୁକ୍ରବାର ନରେନ୍ଦ୍ର ମୋଦିଙ୍କୁ ନିଜର ନେତା ଚୟନ କରିଛି। ନରେନ୍ଦ୍ର ମୋଦି ଜୁନ ୯ ତାରିଖ ଦିନ ତୃତୀୟବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥି ପାଇଁ ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉତ୍ସବରେ ଯୋଗଦେବା ପାଇଁ ଅତିଥିଙ୍କୁ ନିମନ୍ତ୍ରଣ ପଠାଯାଉଛି। ଏଥିରେ ଏସିୟାର ପ୍ରଥମ ମହିଳା ଲୋକୋ ପାଇଲଟ ସୁରେଖା ଯାଦବଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି। ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ ସୁରେଖା ଯାଦବ ମଧ୍ୟ ନରେନ୍ଦ୍ର ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବେ। ମଧ୍ୟ ରେଳବାଇଙ୍କ ଜନୈକ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଟି)ରୁ ସୋଲାପୁରକୁ ବନ୍ଦେଭାରତ ଟ୍ରେନ ଚଳାଉଥିବା ସୁରେଖା ଯାଦବ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଶପଥଗ୍ରହଣ ଉତ୍ସବ ଲାଗି ନିମନ୍ତ୍ରିତ ୧୦ ଲୋକୋ ପାଇଲଟଙ୍କ ମଧ୍ୟରେ ଅନ୍ୟତମ ଅଛନ୍ତି। ପଶ୍ଚିମ ମହାରାଷ୍ଟ୍ର ସତାରା ନିବାସୀ ସୁରେଖା ଯାଦବ ୧୯୮୮ ମସିହାରେ ଭାରତର ପ୍ରଥମ ମହିଳା ଟ୍ରେନ ଡ୍ରାଇଭର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ତାଙ୍କର ଏହି ଉପଲବ୍ଧି ପାଇଁ ଏପର୍ଯ୍ୟନ୍ତ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକବାର ସମ୍ବର୍ଦ୍ଧିତ ହୋଇଛନ୍ତି। ସେ ସୋଲାପୁର ଓ ମୁମ୍ବାଇ ସିଏସଟି ମଧ୍ୟରେ ଚଳାଚଳ କରୁଥିବା ସେମି-ହାଇସ୍ପିଡ୍ ବନ୍ଦେଭାରତ ଏକ୍ସପ୍ରେସର ପ୍ରଥମ ମହିଳା ଲୋକୋ ପାଇଲଟ ଅଟନ୍ତି। ସୂଚନା

ନୂଆ ସରକାରର ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେ ଏସିୟାର ପ୍ରଥମ ମହିଳା ଲୋକୋ ପାଇଲଟ, ଜାଣନ୍ତୁ ସୁରେଖା ଯାଦବ କିଏ?

ମୁମ୍ବାଇ ୭।୬: ଏନଡିଏ ସଂସଦୀୟ ଦଳ ଶୁକ୍ରବାର ନରେନ୍ଦ୍ର ମୋଦିଙ୍କୁ ନିଜର ନେତା ଚୟନ କରିଛି। ନରେନ୍ଦ୍ର ମୋଦି ଜୁନ ୯ ତାରିଖ ଦିନ ତୃତୀୟବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥି ପାଇଁ ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉତ୍ସବରେ ଯୋଗଦେବା ପାଇଁ ଅତିଥିଙ୍କୁ ନିମନ୍ତ୍ରଣ ପଠାଯାଉଛି। ଏଥିରେ ଏସିୟାର ପ୍ରଥମ ମହିଳା ଲୋକୋ ପାଇଲଟ ସୁରେଖା ଯାଦବଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି। 

ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ ସୁରେଖା ଯାଦବ ମଧ୍ୟ ନରେନ୍ଦ୍ର ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବେ। ମଧ୍ୟ ରେଳବାଇଙ୍କ ଜନୈକ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଟି)ରୁ ସୋଲାପୁରକୁ ବନ୍ଦେଭାରତ ଟ୍ରେନ ଚଳାଉଥିବା ସୁରେଖା ଯାଦବ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଶପଥଗ୍ରହଣ ଉତ୍ସବ ଲାଗି ନିମନ୍ତ୍ରିତ ୧୦ ଲୋକୋ ପାଇଲଟଙ୍କ ମଧ୍ୟରେ ଅନ୍ୟତମ ଅଛନ୍ତି। 

ପଶ୍ଚିମ ମହାରାଷ୍ଟ୍ର ସତାରା ନିବାସୀ ସୁରେଖା ଯାଦବ ୧୯୮୮ ମସିହାରେ ଭାରତର ପ୍ରଥମ ମହିଳା ଟ୍ରେନ ଡ୍ରାଇଭର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ତାଙ୍କର ଏହି ଉପଲବ୍ଧି ପାଇଁ ଏପର୍ଯ୍ୟନ୍ତ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକବାର ସମ୍ବର୍ଦ୍ଧିତ ହୋଇଛନ୍ତି। ସେ ସୋଲାପୁର ଓ ମୁମ୍ବାଇ ସିଏସଟି ମଧ୍ୟରେ ଚଳାଚଳ କରୁଥିବା ସେମି-ହାଇସ୍ପିଡ୍ ବନ୍ଦେଭାରତ ଏକ୍ସପ୍ରେସର ପ୍ରଥମ ମହିଳା ଲୋକୋ ପାଇଲଟ ଅଟନ୍ତି। ସୂଚନା ଅନୁସାରେ ଏପ୍ରିଲ ୨୦୦୦ ମସିହାରେ ତତ୍କାଳୀନ ରେଳମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମ ଥର ଦେଶର ୪ ମହାନଗରୀୟ ସହରରେ ଲେଡିଜ୍ ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ କରିଥିଲେ। ଏହି ଟ୍ରେନମାନଙ୍କ ଚାଳକ ଦଳରେ ମଧ୍ୟ ସୁରେଖା ଯାଦବ ଥିଲେ।