ବଜେଟ୍‌ ଅଧିବେଶନ ପୂର୍ବରୁ ବିରୋଧୀଙ୍କୁ ଏମିତି ଅପିଲ୍‌ କଲେ ମୋଦି: ତରଳି ଯିବ ହୃଦୟ

ନୂଆଦିଲ୍ଲୀ,୨୨।୭: ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଶ୍ରାବଣର ପ୍ରଥମ ସୋମବାର। ଏହି ଶୁଭ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଆରମ୍ଭ ହେଉଛି। ମୁଁ ଶ୍ରାବଣର ପ୍ରଥମ ସୋମବାରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ସଂସଦର ମୌସୁମୀ ଅଧିବେଶନ ଆଜି ଆରମ୍ଭ ହେଉଛି। ଆଜି ସମଗ୍ର ଦେଶର ଆଖି ଏହା ଉପରେ ରହିଛି। ଏହା ଏକ ସକରାତ୍ମକ ଅଧିବେଶନ ହେବ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏହା ଏକ […] The post ବଜେଟ୍‌ ଅଧିବେଶନ ପୂର୍ବରୁ ବିରୋଧୀଙ୍କୁ ଏମିତି ଅପିଲ୍‌ କଲେ ମୋଦି: ତରଳି ଯିବ ହୃଦୟ appeared first on Dharitri Odia News.

ବଜେଟ୍‌ ଅଧିବେଶନ ପୂର୍ବରୁ ବିରୋଧୀଙ୍କୁ ଏମିତି ଅପିଲ୍‌ କଲେ ମୋଦି: ତରଳି ଯିବ ହୃଦୟ

ନୂଆଦିଲ୍ଲୀ,୨୨।୭: ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଶ୍ରାବଣର ପ୍ରଥମ ସୋମବାର। ଏହି ଶୁଭ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଆରମ୍ଭ ହେଉଛି। ମୁଁ ଶ୍ରାବଣର ପ୍ରଥମ ସୋମବାରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ସଂସଦର ମୌସୁମୀ ଅଧିବେଶନ ଆଜି ଆରମ୍ଭ ହେଉଛି। ଆଜି ସମଗ୍ର ଦେଶର ଆଖି ଏହା ଉପରେ ରହିଛି। ଏହା ଏକ ସକରାତ୍ମକ ଅଧିବେଶନ ହେବ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏହା ଏକ ଗର୍ବର ବିଷୟ ଯେ ୬୦ ବର୍ଷ ପରେ ଏକ ସରକାର ତୃତୀୟ ଥର ପାଇଁ ତୃତୀୟ ଇନିଂସର ପ୍ରଥମ ବଜେଟ ଉପସ୍ଥାପନ କରିବାର ଅଧିକାର ପାଇଛି। ଦେଶ ଏହାକୁ ଭାରତର ଗଣତନ୍ତ୍ରର ଏକ ସମ୍ମାନଜନକ ଘଟଣା ଭାବରେ ଦେଖୁଛି। ଆଜି ମୁଁ ବିରୋଧୀ ଏମ୍‌ପିମାନଙ୍କୁ ମଧ୍ୟ ନିବେଦନ କରିବାକୁ ଚାହୁଁଛି, ଗତ ଜାନୁଆରୀ ମାସରୁ ଆମ ପାଖରେ ଯେତିକି ସାମର୍ଥ୍ୟ ଥିଲା, ସେତିକି ସଂଗ୍ରାମ କରିଛୁ। ଜନସାଧାରଣଙ୍କୁ ଯାହା କହିବାକୁ ଥିଲା, ମୁଁ ତାହା କହିଲେ। କିନ୍ତୁ ସେହି ସମୟ ସମାପ୍ତ ହୋଇଛି। ଦେଶବାସୀ ସେମାନଙ୍କ ରାୟ ଦେଇଛନ୍ତି। ବର୍ତ୍ତମାନ ନିର୍ବାଚିତ ଏମ୍‌ପିମାନଙ୍କର କର୍ତ୍ତବ୍ୟ ଦେଶର ଲୋକଙ୍କ ପାଇଁ। ଦଳଠାରୁ ଊର୍ଦ୍ଧ୍ୱରେ ରହି ଦେଶ ପାଇଁ ଲଢିବା ସମସ୍ତ ଏମ୍‌ପିଙ୍କ ଦାୟିତ୍ୱ ଅଟେ।

The post ବଜେଟ୍‌ ଅଧିବେଶନ ପୂର୍ବରୁ ବିରୋଧୀଙ୍କୁ ଏମିତି ଅପିଲ୍‌ କଲେ ମୋଦି: ତରଳି ଯିବ ହୃଦୟ appeared first on Dharitri Odia News.