ଆଜି ସୁପ୍ରିମକୋର୍ଟରେ ହାଜର ହେବେ ୧୮ ରାଜ୍ୟର ମୁଖ୍ୟ ସଚିବ

ନୂଆଦିଲ୍ଲୀ,୨୭ା୮(ପି.ଟି.): ନ୍ୟାୟିକ ଅଧିକାରୀମାନଙ୍କୁ ବକେୟା ପେନ୍‌ସନ ଏବଂ ଅବସରକାଳୀନ ସୁବିଧା ଯୋଗାଇଦେବା ପାଇଁ ଦ୍ୱିତୀୟ ନ୍ୟାଶନାଲ ଜୁଡିସିଆଲ ପେ’ କମିଶନ (ଏସ୍‌ଏନ୍‌ଜେପିସି)ଙ୍କ ସୁପାରିସ୍‌କୁ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କାର୍ଯ୍ୟକାରୀ କରିନାହାନ୍ତି। ଉକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟରେ ହାଜର ହେବା ଲାଗି ସମନ୍‌ ଜାରି ହୋଇଛି। ଓଡ଼ିଶା ସମେତ ତାମିଲନାଡୁ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଦିଲ୍ଲୀ, ଆସାମ, ନାଗାଲାଣ୍ଡ, ମେଘାଳୟ, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, ଲଦାଖ, ଝାଡ଼ଖଣ୍ଡ, କେରଳ, […] The post ଆଜି ସୁପ୍ରିମକୋର୍ଟରେ ହାଜର ହେବେ ୧୮ ରାଜ୍ୟର ମୁଖ୍ୟ ସଚିବ appeared first on Dharitri Odia News.

ଆଜି ସୁପ୍ରିମକୋର୍ଟରେ ହାଜର ହେବେ ୧୮ ରାଜ୍ୟର ମୁଖ୍ୟ ସଚିବ

ନୂଆଦିଲ୍ଲୀ,୨୭ା୮(ପି.ଟି.): ନ୍ୟାୟିକ ଅଧିକାରୀମାନଙ୍କୁ ବକେୟା ପେନ୍‌ସନ ଏବଂ ଅବସରକାଳୀନ ସୁବିଧା ଯୋଗାଇଦେବା ପାଇଁ ଦ୍ୱିତୀୟ ନ୍ୟାଶନାଲ ଜୁଡିସିଆଲ ପେ’ କମିଶନ (ଏସ୍‌ଏନ୍‌ଜେପିସି)ଙ୍କ ସୁପାରିସ୍‌କୁ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କାର୍ଯ୍ୟକାରୀ କରିନାହାନ୍ତି। ଉକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟରେ ହାଜର ହେବା ଲାଗି ସମନ୍‌ ଜାରି ହୋଇଛି। ଓଡ଼ିଶା ସମେତ ତାମିଲନାଡୁ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଦିଲ୍ଲୀ, ଆସାମ, ନାଗାଲାଣ୍ଡ, ମେଘାଳୟ, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, ଲଦାଖ, ଝାଡ଼ଖଣ୍ଡ, କେରଳ, ବିହାର, ଗୋଆ ଏବଂ ହରିୟାଣାର ମୁଖ୍ୟ ସଚିବମାନେ ୨୭ ତାରିଖରେ ସର୍ବୋଚ୍ଚ ଅଦାଲତରେ ହାଜର ହେବେ।
ଏନେଇ ସର୍ବଭାରତୀୟ ବିଚାରପତି ସଂଘ ପକ୍ଷରୁ କରାଯାଇଥିବା ଆବେଦନ ସମେତ ଅନ୍ୟ ୨୨ଟି ପିଟିଶନ୍‌କୁ ମଙ୍ଗଳବାର ଶୁଣାଣି ପାଇଁ ପ୍ରଧାନ ବିଚାପରତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଗ୍ରହଣ କରିଛନ୍ତି। ମୁଖ୍ୟ ସଚିବମାନେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ନ ହେଲେ ସେମାନଙ୍କ ନାଁରେ ଜାମିନବିହୀନ ଗିରଫ ପରଓ୍ବାନା (ଏନ୍‌ବିଡବ୍ଲ୍ୟୁ) ଜାରି ହେବ ବୋଲି ସିଜେଆଇ ଗତ ୨୨ ତାରିଖରେ କହିଥିଲେ। ଅନେକ ନିର୍ଦ୍ଦେଶନାମା ଜାରି ଏବଂ ସମୟ ବଢ଼ାଇବା ସତ୍ତ୍ୱେ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏସ୍‌ଏନ୍‌ଜେପିସିଙ୍କ ସୁପାରିସ୍‌କୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରି ନ ଥିବା ଅଦାଲତଙ୍କୁ ଏହି ମାମଲାରେ ଆମିକସ୍‌ କ୍ୟୁରି ଭାବେ ସହାୟତା କରୁଥିବା ବରିଷ୍ଠ ଆଇନଜୀବୀ କେ. ପରମେଶ୍ୱର ଜଣାଇବା ପରେ ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ବିଚାରପତି ଏବଂ ନ୍ୟାୟିକ ଅଧିକାରୀମାନଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଓ ଅନ୍ୟାନ୍ୟ ସୁବିଧା ଲାଗୁ କରାଯିବା ଅଲ୍‌ ଇଣ୍ଡିଆ ଜଜ୍‌ସ ଆସୋସିଏଶନ (ଏଆଇଜେଏ) ଚାହୁଁଛି। ଏଥିପାଇଁ କମିଶନ କରିଥିବା ସୁପାରିସ୍‌କୁ କାହିଁକି କାର୍ଯ୍ୟକାରୀ କରାଯାଇ ନାହିଁ, ସେ ନେଇ ମୁଖ୍ୟ ସଚିବମାନେ ଅଦାଲତରେ ହାଜର ହୋଇ ସ୍ପଷ୍ଟୀକରଣ ଦେବେ। ସୂଚନାଯୋଗ୍ୟ, ଜୁଲାଇ ୧୧ରେ ସୁପ୍ରିମକୋର୍ଟ ୨୩ଟି ରାଜ୍ୟର ମୁଖ୍ୟ ସଚିବଙ୍କୁ ଅଗଷ୍ଟ ୨୩ରେ ହାଜର ହେବା ପାଇଁ ସମନ୍‌ ଜାରି କରିଥିଲେ। ତେବେ ସେଥିରୁ ୫ଟି ରାଜ୍ୟ ଏସ୍‌ଏନ୍‌ଜେପିସିଙ୍କ ସୁପାରିସ୍‌କୁ କାର୍ଯ୍ୟକାରୀ କରିଥିବା ଆମିକସ୍‌ କ୍ୟୁରି ଜଣାଇବା ପରେ ଅବଶିଷ୍ଟ ୧୮ ରାଜ୍ୟର ମୁଖ୍ୟ ସଚିବଙ୍କୁ ସମନ୍‌ ଜାରି ହୋଇଛି।

The post ଆଜି ସୁପ୍ରିମକୋର୍ଟରେ ହାଜର ହେବେ ୧୮ ରାଜ୍ୟର ମୁଖ୍ୟ ସଚିବ appeared first on Dharitri Odia News.